Lifeberrys.com
ବଦାଉଁ: ଉତ୍ତର ପ୍ରଦେଶର ବଦାଉଁ ଜିଲ୍ଲାରେ ଜଣେ ନବ ବିବାହିତା ମହିଳା ଶାଶୂ ଘର ଲୋକଙ୍କୁ ଖାଦ୍ୟରେ ନିଶା ଦେଇ ଫେରାର୍ ହୋଇଯାଇଛି। ଯିବା ସମୟରେ ମହିଳା ଜଣକ ସାଥିରେ ୭୦ ହଜାର ଟଙ୍କା ଏବଂ ୩ ଲକ୍ଷ ଟଙ୍କା ମୂଲ୍ୟର ଗହଣା ନେଇଯାଇଛି। ଶୁକ୍ରବାର ରାତିରେ ଚୋଟା ପଡ଼ା ଅଞ୍ଚଳରେ ଏହି ଘଟଣା ଘଟିଛି। ପରିବାରର ସମସ୍ତ ସଦସ୍ୟଙ୍କୁ ଶୁକ୍ରବାର ରାତିରେ ନିଶା ମିଶା ଖାଦ୍ୟ ସଂପୃକ୍ତ ମହିଳା ଖୁଆଇଥିଲା। ଶନିବାର ସକାଳୁ ପରିବାରର ସଦସ୍ୟମାନେ ଉଠିବା ପରେ ବୋହୂ ଘରେ ନଥିବା ଜାଣିବାକୁ ପାଇଥିଲେ। ଏଥିସହିତ ନଗଦ ଅର୍ଥ ଏବଂ ଗହଣା ମଧ୍ୟ ନଥିବା ସେମାନେ ଦେଖିବାକୁ ପାଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପ୍ରବୀଣ ଏବଂ ରିଆ ଗତ ୯ ତାରିଖରେ ବାହା ହୋଇଥିଲେ। ରିଆର ଘର ଆଜମଗଡ଼ ଅଞ୍ଚଳରେ। ଏହି ଘଟଣାର ତଦନ୍ତ ଚାଲିଛି ବୋଲି ସିଟି ଏସପି ଜିତେନ୍ଦ୍ର କୁମାର ଶ୍ରୀବାସ୍ତବ କହିଛନ୍ତି। ବାହାଘରରେ ମଧ୍ୟସ୍ଥ ସାଜିଥିବା ଟିଙ୍କୁକୁ ପୁଲିସ ଏବେ ଖୋଜୁଛି। ବାହାଘର ପରେ ଟିଙ୍କୁ ନବବିବାହିତା ରିଆ ସହିତ ଶାଶୂ ଘରକୁ ଆସିଥିଲା। ରିଆ ସହିତ ମଧ୍ୟସ୍ଥି ଟିଙ୍କୁର ପତ୍ତା ମଧ୍ୟ ମିଳୁନାହିଁ। ବରର ବାପା ରାମ ଲାଡେଟେ କହିଛନ୍ତି, ପୁଅ ପ୍ରବୀଣର ବାହାଘରରେ ଆମେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲୁ। ପ୍ରବୀଣ କହିଛନ୍ତି, ମୋ ପତ୍ନୀ ମୋତେ ଏଭଳି ଠକିବ ବୋଲି ମୁଁ କେବେ ଚିନ୍ତା କରି ନଥିଲି। ଗାଁରେ ତାଙ୍କ ପରିବାରକୁ ସେ ନିନ୍ଦିତ କରିଛନ୍ତି। ତେଣୁ ପତ୍ନୀର ଗିରଫ ଦାବି କରିଛନ୍ତି ପ୍ରବୀଣ ।
Follow Us