ଆଜିଠୁ ଲାଗୁ ହେଲା ନୂଆ ଆଇନ୍‌; ଆଉ ଗାଡ଼ି କାଗଜପତ୍ର ସାଙ୍ଗରେ ଧରି ବୁଲିବାର ଆବଶ୍ୟକତା ନାହିଁ

Advertisment
ଆଜିଠୁ ଲାଗୁ ହେଲା ନୂଆ ଆଇନ୍‌; ଆଉ ଗାଡ଼ି କାଗଜପତ୍ର ସାଙ୍ଗରେ ଧରି ବୁଲିବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ: ଆଜିଠାରୁ ଅର୍ଥାତ୍‌ ଅକ୍ଟୋବର ୧ ତାରିଖ ଠାରୁ ସମଗ୍ର ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଯାଇଛି। ଏହି ନୂତନ ଆଇନ୍‌ ବା ନିୟମ ଅନୁଯାୟୀ ଗାଡି ଚଳାଇବା ବେଳେ ଆଉ ସାଙ୍ଗରେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) କିମ୍ବା ରେଜିଷ୍ଟ୍ରସନ ବହି (ଆରସି ବୁକ୍‌), ବୀମା ଓ ପ୍ରଦୂଷଣ ସାର୍ଟିଫିକେଟ ପରି ଅନ୍ୟ କାଗଜ ପତ୍ରକୁ ସାଙ୍ଗରେ ଧରି ଯାତ୍ରା କରିବାର ଆବଶ୍ୟକତା ନାହିଁ। କାରଣ, ନୂତନ ଆଇନ ବା ନିୟମରେ ଗାଡ଼ି ଚାଳନା ସମୟରେ ଚାଳକ ଯଦି ନିଜ ସହିତ ଏସବୁ କାଗଜପତ୍ର ରଖିନାହାନ୍ତି ତେବେ କୌଣସି ସମସ୍ୟା ନାହିଁ। ଏଥିପାଇଁ ସେମାନଙ୍କ ଉପରେ ଆଉ କୌଣସି ଜରିମାନା ଲାଗିବ ନାହିଁ।

publive-image DNA India

ତେବେ ଚାଳକଙ୍କୁ ଏଥିପାଇଁ ନିଜ ମୋବାଇଲରେ ରଖିବାକୁ ପଡିବ ଡିଜି ଲକ୍‌ ଆପ୍‌ ଏବଂ ଏମ୍‌ ପରିବହନ ଆପ୍‌ । ଏହି ଦୁଇଟି ଆପ୍‌ରେ ଆପଣ ନିଜ ଡିଏଲ୍‌, ଗାଡି ଇନସ୍ୟୁରାନ୍‌ସ, ପ୍ରଦୂଷଣ ସଂକ୍ରାନ୍ତୀୟ କାଗଜପତ୍ର ରଖିପାରିବେ। ଚେକିଂ ସମୟରେ ଗାଡ଼ି କାଗଜ ପତ୍ରର ହାର୍ଡ କପି ବଦଳରେ ଏଣିକି ଡିଜିଟାଲ କପି ଦେଖାଲେ ତାହା ବୈଧ ବୋଲି ଧରାଯିବ ବୋଲି ଏହି ନୂତନ ଆଇନରେ ବ୍ୟବସ୍ଥା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe