Image Courtesy of Zee News
ନୂଆଦିଲ୍ଲୀ: ଭାରତରେ ଅତି ସଂକ୍ରମଣଶୀଳ ଓମିକ୍ରନ୍ କରୋନାଭାଇରସ୍ର ଉପ-ପ୍ରଜାତି ‘ବିଏ.୨.୭୫’ ରହିଛି ବୋଲି ରବିବାର ଦିନ ଜଣେ ଇସ୍ରାଏଲୀୟ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଆଇଏଏନ୍ଏସ୍’ ରିପୋର୍ଟ କରିଛି।
ବିଶେଷଜ୍ଞଙ୍କ କହିବା ଅନୁସାରେ, ଉକ୍ତ ଓମିକ୍ରନ୍ ଉପ-ପ୍ରଜାତି ଭାରତର ୧୦ଟି ପ୍ରଦେଶରେ ଚିହ୍ନଟ କରାଯାଇଛି। ସେଥିରେ ରହିଛି ଦିଲ୍ଲୀରେ ୧ଟି, ହରିୟାଣାରେ ୬ଟି, ହିମାଚଳ ପ୍ରଦେଶରେ ୩ଟି, ଜମ୍ମୁରେ ୧ଟି, କର୍ଣ୍ଣାଟକରେ ୧୦ଟି, ମଧ୍ୟପ୍ରଦେଶରେ ୫ଟି, ମହାରାଷ୍ଟ୍ରରେ ୨୭ଟି, ତେଲେଙ୍ଗାନାରେ ୨ଟି, ଉତ୍ତର ପ୍ରଦେଶରେ ୧ଟି ଏବଂ ପଶ୍ଚିମବଙ୍ଗରେ ୧୩ଟି ସଂକ୍ରମଣ ମାମଲା। କିନ୍ତୁ, ଦେଶରେ ଏହି ଓମିକ୍ରନ୍ କରୋନାଭାଇରସ୍ର ଉପ-ପ୍ରଜାତିର ଚିହ୍ନଟ ହୋଇଥିବା କଥା ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଔପଚାରିକ ଭାବେ ସୁନିଶ୍ଚିତ କରିନାହିଁ।
Image Courtesy of National Geographicତେଲ୍ ହାସୋମର୍ସ୍ଥିତ ଶେବା ମେଡିକାଲ୍ ସେଣ୍ଟର୍ର ‘ସେଣ୍ଟ୍ରାଲ୍ ଭାଇରୋଲୋଜି ଲାବ୍ରୋଟରି’ର ଡାକ୍ତର ସେ’ ଫ୍ଲେସ୍ନ୍ କେତେଗୁଡ଼ିଏ ଟୁଇଟ୍ କରି କହିଛନ୍ତି ଯେ, ଏପର୍ଯ୍ୟନ୍ତ ୮ଟି ଦେଶରୁ ୮୫ଟି ‘ସିକ୍ବେନ୍ସ୍’ (ଭୂତାଣୁର ଗୁଣସୂତ୍ର ଅନୁକ୍ରମ) ‘ନେକ୍ଷ୍ଟ୍ଷ୍ଟ୍ରେନ୍’ରେ ଅପ୍ଲୋଡ୍ କରାଯାଇଛି। (ଏହା ହେଉଛି ‘ଜିଓନୋମିକ୍ ଡାଟା’ର ମୁକ୍ତ-ଉତ୍ସ ପ୍ଲାଟଫର୍ମ।)
ବିଶେଷଜ୍ଞଙ୍କ କହିବା ଅନୁସାରେ, ଭାରତ ଛଡ଼ା ଆଉ ୭ଟି ଦେଶରେ ମଧ୍ୟ ଓମିକ୍ରନ୍ କରୋନାଭାଇରସ୍ର ଉପ-ପ୍ରଜାତି ଚିହ୍ନଟ ହୋଇଛି। ସେଥିରୁ ଜାପାନରେ ୧ଟି, ଜର୍ମାନିରେ ୨ଟି, ଇଂଲଣ୍ଡ୍ରେ ୬ଟି, କାନଡାରେ ୨ଟି, ଯୁକ୍ତରାଷ୍ଟ୍ର ଆମେରିକାରେ ୨ଟି, ଅଷ୍ଟ୍ରେଲିଆରେ ୧ଟି ଓ ନିଉଜିଲାଣ୍ଡ୍ରେ ୨ଟି ଓମିକ୍ରନ୍ କରୋନାଭାଇରସ୍ର ଉପ-ପ୍ରଜାତି ସଂକ୍ରମଣ ଚିହ୍ନଟ ହୋଇଛି।
କିନ୍ତୁ, ଏହି ଉପ-ପ୍ରଜାତି ଯେ, ପରବର୍ତ୍ତୀ ଆଧିପତ୍ୟ ବିସ୍ତାରକାରୀ ‘ଭେରିଏଣ୍ଟ୍’ ହେବ, ତାହା ଏତେ ଶୀଘ୍ର କହିବା ସମ୍ଭବପର ନୁହେଁ।
Follow Us