ଦିଲ୍ଲୀରେ ନୂଆ ଓମିକ୍ରନ୍‌ ଉପପ୍ରଜାତି ବିଏ ୨.୭୫

ଦିଲ୍ଲୀରେ ନୂଆ ଓମିକ୍ରନ୍‌ ଉପପ୍ରଜାତି ବିଏ ୨.୭୫

NDTV.com

ନୂଆଦିଲ୍ଲୀ: ଦିଲ୍ଲୀରେ ଓମିକ୍ରନ୍‌ର ନୂଆ ଉପପ୍ରଜାତି ବିଏ୨.୭୫ ବ୍ୟାପୁଛି। ଏହା ମୂଳ ପ୍ରଜାତିଠାରୁ ୨୦ରୁ ୩୦ ପ୍ରତିଶତ ଅଧିକ ସଂକ୍ରାମକ। ଟିକା ଫଳପ୍ରଦତାକୁ ବି ଏହି ଓମିକ୍ରନ୍‌ ଉପପ୍ରଜାତି କମାଇ ଦେଉଛି ବୋଲି କେନ୍ଦ୍ର ସରକାରଙ୍କ କୋଭିଡ ଟାସ୍କ ଫୋର୍ସ ଅଧ୍ୟକ୍ଷ ଡା ଏନ୍‌କେ ଆରୋରା କହିଛନ୍ତି। ଏଲଏନଜେପି (ଲୋକ ନାୟକ ଜୟ ପ୍ରକାଶ ନାରାୟଣ) ହସ୍ପିଟାଲ୍‌ରେ ରୋଗୀଙ୍କଠାରୁ ସଂଗୃହିତ ନମୁନାରେ ବିଏ ୨.୭୫ ଉପପ୍ରଜାତି ଚିହ୍ନଟ ହୋଇଛି। ଏନେଇ ଏକ ଅଧ୍ୟୟନ ହୋଇଛି। ଅଧ୍ୟୟନରେ ୯୦ ରୋଗୀ ସାମିଲ ଥିଲେ। ଏଥିରୁ ଜଣାପଡ଼ିଛି ଯେ ଓମିକ୍ରନ୍‌ର ମୂଳ ପ୍ରଜାତିଠାରୁ ବିଏ୨.୭୫ ଅଧିକ ସଂକ୍ରାମକ। ଅର୍ଦ୍ଧାଧିକ ନମୁନାରେ ବିଏ ୨.୭୫ ଚିହ୍ନଟ ହୋଇଛି। କିନ୍ତୁ ଡାକ୍ତରମାନେ କହିଛନ୍ତି, ଏହା ଅଧିକ ସଂକ୍ରାମକ ହୋଇଥିଲେ ବି ରୋଗୀ ୫-୭ ଦିନ ମଧ୍ୟରେ ସୁସ୍ଥ ହୋଇ ଯାଉଛନ୍ତି। ଦିଲ୍ଲୀରେ ଏବେ କ‌ରୋନା ସଂକ୍ରମଣ ବଢ଼ୁଛି। ଦିଲ୍ଲୀରେ ସଂକ୍ରମଣ ଅଚାନକ ବଢ଼ିବାରୁ ଦିଲ୍ଲୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe