ଓମିକ୍ରନ୍‌ର ନୂଆ ଉପପ୍ରଜାତି ସଦ୍ୟ ଲହର୍‌ ଆଣିପାରେ: ‘ହୁ’ର ମୁଖ୍ୟ ବୈଜ୍ଞାନିକା ସୌମ୍ୟା ସ୍ବାମୀନାଥନ୍‌

ଓମିକ୍ରନ୍‌ର ନୂଆ ଉପପ୍ରଜାତି ସଦ୍ୟ ଲହର୍‌ ଆଣିପାରେ: ‘ହୁ’ର ମୁଖ୍ୟ ବୈଜ୍ଞାନିକା ସୌମ୍ୟା ସ୍ବାମୀନାଥନ୍‌

Image Courtesy of Business Standard

ନୂଆଦିଲ୍ଲୀ: ଓମିକ୍ରନ୍‌ର ନୂଆ ଉପପ୍ରଜାତି ‘ଏକ୍ସ୍‌ବିବି’ ଯୋଗୁଁ କେତେକ ଦେଶରେ ସଦ୍ୟ ସଂକ୍ରମଣ ଲହର୍‌ ଦେଖା ଦେଇପାରେ ବୋଲି ଗୁରୁବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମୁଖ୍ୟ ବୈଜ୍ଞାନିକା ଡକ୍ଟର୍‌ ସୌମ୍ୟା ସ୍ବାମୀନାଥନ୍‌ କହିଛନ୍ତି।

କିନ୍ତୁ, ‘ଏକ୍ସ୍‌ବିବି’ ଯେ, ପୂର୍ବରୁ ବାହାରି ଥିବା ଓମିକ୍ରନ୍‌ ଉପପ୍ରଜାତିଗୁଡ଼ିକ ଅପେକ୍ଷା ଅଧିକ ଭୀଷଣ, ଏ ସଂକ୍ରାନ୍ତରେ କୌଣସି ଦେଶ ଏଯାବତ୍‌ ମତ ଉପସ୍ଥାପନ କରି ନାହାନ୍ତି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଓମିକ୍ରନ୍‌ର ୩୦୦ ଉପପ୍ରଜାତି ଅଛି। ମୋର ମନେହୁଏ ସମ୍ପ୍ରତି ବାହାରି ଥିବା ‘ଏକ୍ସ୍‌ବିବି’ ହେଉଛି ଗୋଟାଏ ପୁନଃମିଶ୍ରିତ ଭୂତାଣୁ। ଆଗରୁ ମଧ୍ୟ ଆମେ କେତେଗୁଡ଼ିଏ ପୁନଃମିଶ୍ରିତ ଭୂତାଣୁ ଦେଖିଛନ୍ତି। ଏହା ରୋଗନିବାରଣ କ୍ଷମତା ହାବୁଡ଼ରୁ ଖସିଯାଏ। ଅର୍ଥାତ୍‌ ରୋଗନିବାରଣ କ୍ଷମତାକୁ ଏହା ପରାସ୍ତ କରିପାରେ। ତେଣୁ, ‘ଏକ୍ସବିବି’ ଯୋଗୁଁ ଆମେ କେତେକ ଦେଶରେ ସଂକ୍ରମଣର ଆଉ ଏକ ସାମାନ୍ୟ ଲହର୍‌ ଦେଖି ପାରନ୍ତି।

publive-image Image Courtesy of India TV

ସ୍ବାମୀନାଥନ୍‌ ସୂଚନା ଦେଇଛନ୍ତି ଯେ, ଅଧିକ ସଂକ୍ରମଣଶୀଳ ଓ ରୋଗନିବାରଣ କ୍ଷମତା ଏଡ଼ାଉଥିବା ‘ବିଏ.୫’ ଏବଂ ‘ବିଏ.୧‘ର ଉପପ୍ରଜାତି ଭୂତାଣୁ ଉପରେ ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ନଜର ରଖିଛି। ବିବର୍ତ୍ତନ ‌ଘଟିବା ସଙ୍ଗେ ସଙ୍ଗେ ଉକ୍ତ ଭୂତାଣୁର ଅଧିକ ସଂକ୍ରମଣଶୀଳ ହୋଇଥାଏ।

ଦ୍ରୁତ କୋଭିଡ୍‌ ସମ୍ପ୍ରସାରଣ ପ୍ରତିରୋଧ କରିବା ଲାଗି ସତର୍କତା ଅବଲମ୍ବନ ବିଷୟରେ ମନ୍ତବ୍ୟ ଦେଇ ସେ କହିଛନ୍ତି, ‘ମନିଟରିଙ୍ଗ୍‌ ଆଣ୍ଡ୍ ଟ୍ରାକିଙ୍ଗ୍‌’ ହେଉଛି ପ୍ରମୁଖ ପଦକ୍ଷେପ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe