ଝରକାରେ ମୁହଁ ଦେଖାଇପାରିବେ ନାହିଁ ମହିଳା : ତାଲିବାନ

Advertisment

ତାଲିବାନ ନେତା ହାଇବାତୁଲ୍ଲା ଆଖୁନ୍ଦଜାଦା ନିର୍ଦ୍ଦେଶ ଦେଇଛନ୍ତି ଯେ ମହିଳାମାନେ ବସିବା କିମ୍ବା ଠିଆ ହୋଇପାରୁଥିବା କୋଠାରେ ଝରକା ରହିବା ଉଚିତ ନୁହେଁ। ଅର୍ଥାତ୍ ଝରକା ଦ୍ବାରା ବାହାର ଲୋକେ ଯେପରି ତାଙ୍କୁ ଦେଖିନପାରନ୍ତି ।

ତାଲିବାନ ନେତା ହାଇବାତୁଲ୍ଲା ଆଖୁନ୍ଦଜାଦା ନିର୍ଦ୍ଦେଶ ଦେଇଛନ୍ତି ଯେ ମହିଳାମାନେ ବସିବା କିମ୍ବା ଠିଆ ହୋଇପାରୁଥିବା କୋଠାରେ ଝରକା ରହିବା ଉଚିତ ନୁହେଁ। ଅର୍ଥାତ୍ ଝରକା ଦ୍ବାରା ବାହାର ଲୋକେ ଯେପରି ତାଙ୍କୁ ଦେଖିନପାରନ୍ତି ।

er

କାବୁଲ: ତାଲିବାନ ଶାସନରେ ଆଫଗାନିସ୍ତାନରେ ମହିଳାଙ୍କ ଜୀବନ ଦୁର୍ବିସହ ହେବାରେ ଲାଗିଛି । ଏବେ ତାଲିବାନ ନେତା ହାଇବାତୁଲ୍ଲା ଆଖୁନ୍ଦଜାଦା ନିର୍ଦ୍ଦେଶ ଦେଇଛନ୍ତି ଯେ ମହିଳାମାନେ ବସିବା କିମ୍ବା ଠିଆ ହୋଇପାରୁଥିବା କୋଠାରେ ଝରକା ରହିବା ଉଚିତ ନୁହେଁ। ଅର୍ଥାତ୍ ଝରକା ଦ୍ବାରା ବାହାର ଲୋକେ ଯେପରି ତାଙ୍କୁ ଦେଖିନପାରନ୍ତି ।

ଏକ୍ସ ଉପରେ ଲଗାଯାଇଥିବା ଆଦେଶ ଅନୁଯାୟୀ ଏହି ଆଦେଶ ନୂଆ କୋଠା ଏବଂ ବର୍ତ୍ତମାନର କୋଠାଉପରେ ଲାଗୁ ହେବ। ରୋଷେଇ ଘର କିମ୍ବା ଶୋଇବା ଘରର ଝରକା ବାହାରକୁ ଦୃଶ୍ୟମାନ ହେବା ଉଚିତ ନୁହେଁ । ଯଦି ସେଠାରେ ଝରକା ରହିଛି ତାହାକୁ ସ୍କ୍ରିନ ଲଗାଇ କିମ୍ବା କାନ୍ଥ ଲଗାଇ ବନ୍ଦ କରିବାକୁ ହେବ । 

ତାଲିବାନ ଆଦେଶରେ କୁହାଯାଇଛି ଯେ ପୌରପାଳିକା ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷ ନୂତନ କୋଠା ନିର୍ମାଣ ଉପରେ ନଜର ରଖିବା ଉଚିତ ଯେପରିକି ସେଠାରେ ଉପରୋକ୍ତ ନିୟମ ପାଳନ ହୋଇପାରିବ । ଅନ୍ୟ ଏକ ଆଦେଶରେ ତାଲିବାନ କହିଛି ଯେ ସେମାନେ ଆଫଗାନିସ୍ତାନରେ ମହିଳାଙ୍କୁ ନିୟୋଜିତ କରୁଥିବା ସମସ୍ତ ଜାତୀୟ ଏବଂ ବିଦେଶୀ ବେସରକାରୀ ଗୋଷ୍ଠୀକୁ ବନ୍ଦ କରିଦେବେ। ଦୁଇ ବର୍ଷ ତଳେ ତାଲିବାନ ଆଫଗାନିସ୍ତାନ ମହିଳାଙ୍କୁ ନିଯୁକ୍ତି ଦେବାକୁ ବାରଣ କରିଥିଲା। ଏହାର କାରଣ ଦର୍ଶାଯାଇଥିଲା ଯେ କର୍ମଜୀବୀ ମହିଳାମାନେ ଠିକ୍ ଭାବେ ଇସଲାମିକ ହିଜାବ ପିନ୍ଧି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe