ଅକ୍ସିଜେନ ପାଇଁ ରୋଗୀ ବିକଳ ହେଉଥିବା ବେଳେ ଅଳିଆ ଗଦରେ ପଡ଼ିଛି କୁଢ଼କୁଢ଼ ସିଲିଣ୍ଡର

Advertisment
ଅକ୍ସିଜେନ ପାଇଁ ରୋଗୀ ବିକଳ ହେଉଥିବା ବେଳେ ଅଳିଆ ଗଦରେ ପଡ଼ିଛି କୁଢ଼କୁଢ଼ ସିଲିଣ୍ଡର

ନୂଆଦିଲ୍ଲୀ: କରୋନା ଭାଇରସରେ ସଂକ୍ରମିତ ହୋଇ ଲୋକେ ଚିକିତ୍ସା ପାଇବାକୁ ଡହଳବିକଳ ହୋଇପଡ଼ୁଛନ୍ତି। ଅକ୍ସିଜେନ ଅଭାବ ହେତୁ ଅନେକ ରୋଗୀଙ୍କ ଜୀବନ ଅକାଳରେ ଛଡ଼ି ପଡ଼ୁଛି। ତେବେ ଏଭଳି ସମୟରେ ବିହାରରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଅଳିଆ ଗଦାରେ କୁଢ଼କୁଢ଼ ଅକ୍ସିଜେନ ସିଲିଣ୍ଡର ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣା ପ୍ରଘଟ ହେବା ପରେ ଡିଏମ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି।

ପାଟନାରେ କରୋନା ସଂକ୍ରମିତ ରୋଗୀ ଅକ୍ସିଜେନ ପାଇଁ ହାହାକାର ହେଉଥିବା ବେଳେ ପାଟନା ଗର୍ଦନିବାଗ ସିଭିଲ ସର୍ଜନ କାର୍ଯ୍ୟାଳୟ ଓ କ୍ୟାମ୍ପସରେ ପାଖାପାଖି ୩୬ଟି ନୂଆ ଅକ୍ସିଜେନ ସିଲିଣ୍ଡର ଅଳିଆଗଦାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ପ୍ରଘଟ ହେବାପରେ ସିଲିଣ୍ଡରଗୁଡ଼ିକୁ ଉକ୍ତ ସ୍ଥାନରୁ ହଟାଇ ଦିଆଯାଇଥିଲା।

ଘଟଣାକୁ ନେଇ ପଟନା ଡିଏମ ଚନ୍ଦ୍ରଶେଖର ସିଂହ ଯାଞ୍ଚ ପାଇଁ ପହଞ୍ଚିଥିଲେ। ସଫେଇରେ କୁହାଯାଇଥିଲା କି, ଆମ ପାଖରେ ସିଲିଣ୍ଡରର ନୁହେଁ, ଅକ୍ସିଜେନର ଅଭାବ ଅଛି। ତେବେ ଖବର ଆସିଥିଲା କି ପୂରା ବିହାରରେ ଏମିତି ବି କିଛି ରୋଗୀ ଅଛନ୍ତି ଯେଉଁମାନଙ୍କୁ ଅକ୍ସିଜେନ ପାଇଁ ସିଲିଣ୍ଡର ଅଭାବ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe