ନୂଆ ସଂସଦ ଭବନ ନିର୍ମାଣ ଲାଗି ଟାଟା ଗ୍ରୁପ୍‌କୁ ମିଳିଲା ୮୬୨ କୋଟି ଟଙ୍କାର ଠିକା

Advertisment
ନୂଆ ସଂସଦ ଭବନ ନିର୍ମାଣ ଲାଗି ଟାଟା ଗ୍ରୁପ୍‌କୁ ମିଳିଲା ୮୬୨ କୋଟି ଟଙ୍କାର ଠିକା

Image Courtesy of India Today

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ନିର୍ମାଣ ନିମନ୍ତେ ‘ଟାଟା ପ୍ରୋଜେକ୍ଟ୍‌ ଲିମିଟେଡ୍‌’ ଠିକା ପାଇଛି। ୮୬୧. ୨ କୋଟି ଟଙ୍କାରେ ଟାଟା ଏହି ଠିକା ପାଇବାରେ ସମର୍ଥ ହୋଇଛି। ଗୋଟିଏ ବର୍ଷ ମଧ୍ୟରେ ନୂଆ ସଂସଦ ଭବନ ନିର୍ମାଣ ସରି ପାରେ ବୋଲି ଅନୁମାନ କରାଯାଉଛି।

ନୂଆ ସଂସଦ ଭବନ ନିର୍ମାଣ ଓ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ତାହାର ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ସେଣ୍ଟ୍ରାଲ୍‌ ପବ୍ଲିକ୍ ୱାର୍କସ୍‌ ଡିପାର୍ଟମଣ୍ଟେ୍‌ (ସିପିଡବ୍ଲୁଡି) ଦାଖଲ ହୋଇଥିବା ଆର୍ଥିକ ଟେଣ୍ଡର୍‌ ସବୁ ଖୋଲିବା ପରେ ଏ କଥା ଜଣାପଡ଼ିଛି। ଏଥିରେ ଟାଟାର ଟେଣ୍ଡର୍‌ ଥିଲା ସର୍ବନିମ୍ନ।

ଟାଟା ବ୍ୟତିରେକେ, ଦ୍ବିତୀୟ ସର୍ବନିମ୍ନ ଟେଣ୍ଡର୍‌ ଥିଲା ଲର୍ସନ୍ ଆଣ୍ଡ ଟବ୍ରୋର। ଲର୍ସନ୍ ଆଣ୍ଡ ଟବ୍ରୋ ଦାଖଲ କରିଥିବା ଟେଣ୍ଡର୍‌ର ମୂଲ୍ୟ ଥିଲା ୮୬୫ କୋଟି ଟଙ୍କା। କେତେକ ରିପୋର୍ଟରୁ ଜଣାପଡ଼ିଛି ଯେ, ‘ସିପିଡବ୍ଲୁଡି’ କରିଥିବା ମୂଳ ଆକଳନ ଅନୁସାରେ, ସଂସଦ ଭବନର ନିର୍ମାଣ ମୂଲ୍ୟ ପ୍ରାୟ ୯୪୦ କୋଟି ଟଙ୍କା ହୋଇପାରେ।

publive-image Image Courtesy of Hindustan Times

ସଂସଦ ଭବନ ନିର୍ମାଣ ନି‌ମନ୍ତେ ଠିକା ପାଇଥିବା କଥା ଟାଟା ଗ୍ରୁପ୍ ସୁନିଶ୍ଚିତ କରିଛି। ଏକ ବିବୃତିରେ ଟାଟା କହିଛି ଯ, ନୂଆ ସଂସଦ ଭବନ ପ୍ରକଳ୍ପ ଲାଗି ‘ଟାଟା ପ୍ରୋଜେକ୍ଟ୍‌ ଲିମିଟେଡ୍‌’ ସର୍ବନିମ୍ନ ଟେଣ୍ଡର୍‌ଧାରୀ ହୋଇଥିବା କଥା ଜଣାଇ ଆମେ ଆନନ୍ଦିତ।

ଟାଟା ଆହୁରି ମଧ୍ୟ କହିଛି ଯେ, ସରକାରୀ ଆକଳନ ହିସାବରେ ନୂଆ ସଂସଦ ଭବନ ନିର୍ମାଣରେ ୯୪୧ କୋଟି ଟଙ୍କା ବ୍ୟୟ ହେବ।

ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ନୂଆ ସଂସଦ ଭବନର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରି ଏ ବର୍ଷ ପ୍ରାରମ୍ଭରେ ନରେନ୍ଦ୍ର ମୋଦୀ ସରକାର ଟେଣ୍ଡର୍‌ ପ୍ରକ୍ରିୟା ଆରମ୍ଭ କରିଥିଲେ। ସରକାର କହିଥିଲେ ଯେ, ଏବକାର ସଂସଦ ଭବନ ପରିସର ମାତ୍ରାଧିକ ବ୍ୟବହାର ହୋଇ ଜରାଜୀର୍ଣ୍ଣତାର ଲକ୍ଷଣ ଦେଖା ଦେଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe