Image Courtesy of Zee News
ନୂଆଦିଲ୍ଲୀ: ‘ସେଣ୍ଟ୍ରାଲ୍ ଭିଷ୍ଟା’ ପୁନଃବିକାଶ ପ୍ରକଳ୍ପର ଅଂଶବିଶେଷ ଭାବେ ନିର୍ମାଣ ହେଉଥିବା ନୂଆ ସଂସଦ ଭବନର କାନ୍ଥରେ ଦ୍ରୌପଦୀ, ସୀତା, ରେଜିଆ ସୁଲ୍ତାନା, ଆକ୍କା ମହାଦେବୀ, ଅହିଲ୍ୟା ହୋଲ୍କର୍ଙ୍କ ଭଳି ଭାରତର ବହୁ ପୌରାଣିକ ଏବଂ ଐତିହାସିକ ନାରୀମାନଙ୍କର ଛବି ସ୍ଥାନ ପାଇବାର ସମ୍ଭାବନ ଅଛି ବୋଲି ସେ ସଂକ୍ରାନ୍ତରେ ଅବଗତ ଥିବା ସରକାରୀ ଅଧିକାରୀମାନେ କହିଛନ୍ତି।
ନାମ ଗୋପନ ରଖିବା ସର୍ତ୍ତରେ ଉକ୍ତ ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ୭୫ତମ ସ୍ବାଧୀନତା ଦିବସ ଅବସରରେ, ବୈଦିକ ଯୁଗରୁ ୧୯୪୭ ମସିହା ମଧ୍ୟର ୭୫ଜଣ ମହିଳାଙ୍କ ଛବି ପ୍ରଦର୍ଶନ କରିବା ଲାଗି ସରକାର ବିଚାର କରୁଛନ୍ତି। ଛବି ସହ ଉକ୍ତ ମହିଳାମାନଙ୍କ ସଂକ୍ରାନ୍ତରେ ଓ ଭାରତ ଇତିହାସରେ ସେମାନେ ନିର୍ବାହ କରିଥିବା ଭୂମିକା ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ଦିଆଯିବ।
Image Courtesy of Twitterକିନ୍ତୁ, କେତେ ଜଣ ମହିଳା ଓ ସେମାନଙ୍କ ଛବି ସବୁ କିଭଳି ପ୍ରଦର୍ଶନ କରାଯିବ ସେ ବିଷୟରେ ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ ବୋଲି ଅନ୍ୟ ଜଣେ ସରକାରୀ ଅଧିକାରୀ କହିଛନ୍ତି।
କିନ୍ତୁ, ୧୮ଶ ଶତାବ୍ଦୀର ମରାଠା ରାଣୀ ଅହିଲ୍ୟା ହୋଲ୍କର, ମହାଭାରତର ପଞ୍ଚୁପାଣ୍ଡବଙ୍କ ପତ୍ନୀ ଦ୍ରୌପଦୀ, ରାମାୟଣର ରାମଙ୍କ ପତ୍ନୀ ସୀତା, ଅଦିତି, ଅପ୍ପାଲା ଏବଂ ଗାର୍ଗୀ ଆଦି ବୈଦିକ ଯୁଗର ପ୍ରଖ୍ୟାତ ମହିଳାମାନଙ୍କ ଛବି ପ୍ରଦର୍ଶନ କରାଯିବାର ସମ୍ଭାବନା ରହିଛି।
ଏହାଛଡ଼ା, ଲାଲେଶ୍ବରୀ, କଶ୍ମୀରର ମଧ୍ୟଯୁଗୀୟ କବୀ ଶୈବିତେ, ୧୬ ଶତାବ୍ଦୀର ହିନ୍ଦୁ ରହସ୍ୟବାଦୀ କବୀ ତଥା କୃଷ୍ଣଭକ୍ତ ମୀରାବାଈ, ୧୩ଶ ଶତାବ୍ଦୀରେ ଦିଲ୍ଲୀରେ ରାଜୁତି କରିଥିବା ରେଜିଆ ସୁଲ୍ତାନା ଏବଂ୧୨ଶ ଶତାବ୍ଦୀର କନ୍ନଡ଼ କବି ମହାଦେବୀଙ୍କ ଛବି ମଧ୍ୟ ସଂସଦ ଭବନରେ ପ୍ରଦର୍ଶନ କରାଯାଇ ପାରେ।
ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରାରମ୍ଭରେ ‘ଇନ୍ଦିରା ଗାନ୍ଧୀ ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ଆର୍ଟସ୍’ ୭୫ଜଣ ପ୍ରଖ୍ୟାତ ମହିଳାଙ୍କ ଛବିର ପ୍ରଦର୍ଶନୀ କରିଥିଲା।
Follow Us