ଆମେରିକାରେ ବାଇଡେନ୍‌ ଯୁଗ ଆରମ୍ଭ: ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌

Advertisment

ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଜୋ ବାଇଡେନ୍‌ କହିଲେ- ଏହା ଗଣତନ୍ତ୍ରର ବିଜୟ

ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଜୋ ବାଇଡେନ୍‌ କହିଲେ- ଏହା ଗଣତନ୍ତ୍ରର ବିଜୟ

ଆମେରିକାରେ ବାଇଡେନ୍‌ ଯୁଗ ଆରମ୍ଭ: ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌

ୱାଶିଂଟନ୍‌: ଆମେରିକା ଇତିହାସରେ ଯୋଡି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ। ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋ ବାଇଡେନ।  ଆମେରିକା ଇତିହାସରେ ସବୁଠାରୁ ବୟସ୍କ ରାଷ୍ଟ୍ରପତି ଭାବରେ ବାଇଡେନ୍‌ ଶପଥ ନେଇଛନ୍ତି। ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ ଆମେରିକାର ପ୍ରଥମ କୃଷ୍ଣକାୟ ଓ ମହିଳା ଉପରାଷ୍ଟ୍ରପତି ଭାବେ ମଧ୍ୟ ଶପଥ ନେଇଛନ୍ତି। ସେ ହେଉଛନ୍ତି ଆମେରିକାର ୪୯ତମ ଉପରାଷ୍ଟ୍ରପତି।

publive-image

ଶପଥ ଗ୍ରହଣ ଅବସରରେ ବାଇଡେନ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ବାଇଡେନ୍‌ କହିଛନ୍ତି ଯେ, ଏହା ଗଣତନ୍ତ୍ରର ବିଜୟ, ଆମେରିକା  ପରୀକ୍ଷାରେ ବିଜୟୀ ହୋଇଛି। ଏହା ଉତ୍ସବର ସମୟ। ବିଶ୍ୱର ବଡ ଦେଶ ଆମେରିକା ଆଜି ଏକ ନୂଆ ଇତିହାସ ସୃଷ୍ଟି କରିଛି । ଆମ ସମ୍ବିଧାନର ଓ ଦେଶର ରକ୍ଷା ହୋଇଛି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି।

ଏଥିସହ ନିଜ ବକ୍ତବ୍ୟରେ ବାଇଡେନ୍‌ କହିଛନ୍ତି ଯେ, ସରକାର ଲୋକଙ୍କ ଦ୍ୱାରା ଗଠନ ହୋଇଛି ଓ ଏହା ଲୋକଙ୍କ ପାଇଁ ସରକାର।  ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ନୂଆ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୁଁ  ଦୁଇ ଦେଶର ସଂପର୍କକୁ ଆହୁରି ମଜବୁତ୍‌ କରିବା ପାଇଁ ତାଙ୍କ ସହ ଏକାଠି କାମ କରିବି।

ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ, ବାରାକ ଓବାମା, ବିଲ କ୍ଲିଣ୍ଟନ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ମିଶେଲ ଓବାମା,ଲରା ବୁଶ ଓ ହିଲାରୀ କ୍ଲିଣ୍ଟନ ପ୍ରମୁଖ ସାମିଲ ଥିଲେ । ତେବେ ଆଜିର ଶପଥ ଗ୍ରହଣ ସମାରୋହରେ ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ସାମିଲ ହୋଇ ନଥିଲେ। ଆମେରିକାର ୧୫୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଜଣେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଜଣେ ପୂର୍ବତନ ରାଷ୍ଟ୍ରପତି ସାମିଲ ହୋଇ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe