The Quint
ଚଣ୍ଡୀଗଡ଼: ଆଜି ପଞ୍ଜାବର ୧୬ଶ ମୁଖ୍ୟମନ୍ତ୍ରୀ ଭାବେ ଚମକୌର୍ ସାହିବ୍ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ୫୮ ବର୍ଷୀୟ ଚରଣଜୀତ୍ ସିଂହ ଚନ୍ନୀ ଶପଥ ଗ୍ରହଣ କରିଛନ୍ତି। ପଞ୍ଜାବର ରାଜ୍ୟପାଳ ବନ୍ୱାରିଲାଲ୍ ପୁରୋହିତ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ଶପଥ ଗ୍ରହଣ ପରେ ପରେ ସେ ବିରୋଧୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି।
ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରି ସେ କହିଛନ୍ତି ଯେ, “ମୁଁ ଆମ୍ ଆଦମୀ, ମୁଖ୍ୟମନ୍ତ୍ରୀ ପଦରେ ବସିଥିବାବେଳେ ଅନ୍ୟ ଦଳମାନେ କେବଳ ଆମ୍ ଆଦମୀ ବିଷୟରେ କଥା କହୁଛନ୍ତି। ଏହା ହେଉଛି ଆମ୍ ଆଦମୀ ସରକାର, ଯାହା ପଞ୍ଜାବ ପାଇଁ ଅନେକ ବିକାଶମୂଳକ ନିଷ୍ପତ୍ତି ନେବ। ମୁଁ ସାଧାରଣ ଲୋକ। କୃଷକ ଏବଂ ଦଳିତଙ୍କର ମୁଁ ହେଉଛି ପ୍ରତିନିଧି। ମୁଁ ଧନୀମାନଙ୍କର ପ୍ରତିନିଧି ନୁହେଁ | ଯେଉଁମାନେ ବାଲି ଖନନ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି, ସେମାନେ ମୋ ପାଖକୁ ଆସିବେ ନାହିଁ। ମୁଁ ସେମାନଙ୍କ ପ୍ରତିନିଧି ନୁହେଁ।
The Bridgeପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ବିଷୟରେ କହିବାକୁଯାଇ ଚରଣଜୀତ୍ ସିଂହ ଚନ୍ନୀ କହିଛନ୍ତି ଯେ, ଅମରିନ୍ଦର ସିଂ ଭଲ କାମ କରିଛନ୍ତି। ମୁଁ କ୍ୟାପଟେନଙ୍କ ଅଧା ରହିଯାଇଥିବା କାର୍ଯ୍ୟକୁ ସମାପ୍ତ କରିବି।
Follow Us