Photo Courtesy of TOI
ନୂଆଦିଲ୍ଲୀ: ଯାତ୍ରୀମାନଙ୍କୁ ଉତ୍ତମ ରୂପେ ଭ୍ରମଣ ଯୋଜନା କରାଇବାରେ ସହାୟକ ହେବା ପାଇଁ ଏବଂ ଚଞ୍ଚଳ ତଥା ସହଜରେ ଟିକିଟ୍ ବୁକିଙ୍ଗ୍ କରାଇବା ସକାଶ ରେଳବାଇ ଏକ ପୂନର୍ବିନ୍ୟାସ କରାଯାଇଥିବା େଓ୍ଵବ୍ସାଇଟ୍ ଏବଂ ନୂତନ ଆଣ୍ଡ୍ରଏଡ୍ ଭିତ୍ତିକ ଇଣ୍ଡିଆନ୍ ରେଲ୍େଓ୍ଵଜ୍ କ୍ୟାଟରିଙ୍ଗ୍ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ୍ (ଆଇଆର୍ସିଟିସି) ଆରମ୍ଭ କରିବାକୁ ଯାଉଛି।
ଏହି ନୂତନ େଓ୍ଵବ୍ସାଇଟ୍ଟି ଯାତ୍ରୀ-ଅନୂକଳ। ଏଥିରେ ଲଗ୍-ଇନ୍ ଏବଂ ନେଭିଗେସନ୍ କରିବାରେ ଅଡୁଆ ନାହିଁ ତଥା ଟିକିଟ୍ ବୁକିଙ୍ଗ୍ କରୁଥିବା ସମୟରେ ଟାଇମ୍ ଆଉଟ୍ ହେଲା ଭଳି ସମସ୍ୟା ନାହିଁ।
Photo Courtesy of The Hinduନୂତନ େଓ୍ଵବ୍ସାଇଟ୍ ଏବଂ ମୋବାଇଲ୍ ଆପ୍ ଜରିଆରେ ଅନ୍ୟାନ୍ୟ ଭ୍ରମଣ େଓ୍ଵବ୍ସାଇଟ୍ ଏବଂ ଆପ୍ ଠାରୁ ଅଧିକ ବ୍ୟବସାୟ କରିବା ହେଉଛି ରାଷ୍ଟ୍ରାୟାତ ପରିବହନକାରୀର ଉଦ୍ଦେଶ୍ୟ।
ଅନ୍ତର୍ଭୁକ୍ତ କରାଯାଇଥିବା ନୂତନ ବୈଶିଷ୍ଟ୍ୟଗୁଡ଼ିକ ହେଉଛି, କନ୍ଫର୍ମ ହୋଇଥିବା ଟିକିଟ୍ର ଡିସ୍ପ୍ଲେ ଏବଂ ଏକ ଡାଟା ଆନାଲିଟିକ୍ ଆଧାରରେ ଯାତ୍ରା ଯୋଜନାର ଦିନ ଠିକ୍ କରିବା। ତା‘ଛଡ଼ା ଏହା ତତ୍କାଳ ଭଳି ସୁବିଧାର ଦୂରୁପଯୋଗ ଆଦି ହ୍ରାସ କରାଇବାରେ ସହାୟକ ହେବ।
ରିୟଲ୍-ଟାଇମ୍ ଆଧାରରେ ଟ୍ରେନ୍ଗୁଡ଼ିକର ପହଞ୍ଚିବା ଏବଂ ଛାଡ଼ିବା ସମୟ ସଂକ୍ରାନ୍ତରେ ଭ୍ରମଣକାରୀମାନଙ୍କ ମୋବାଇଲ୍ ଫୋନ୍କୁ ଏସ୍ଏମ୍ଏସ୍ ଆଲର୍ଟ ପଠାଇବାକୁ ମଧ୍ୟ ପରିବହନକାରୀ ଯୋଜନା କରୁଛି।
ଯାତ୍ରା ସମୟରେ କୌଣସି ବିଳମ୍ବ, ବିଳମ୍ବର କାରଣ ଏବଂ ପରବର୍ତ୍ତୀ ଷ୍ଟେସନ୍ରେ ଟ୍ରେନ୍ କେତେବେଳେ ପହଞ୍ଚିବ ଏବଂ ଟ୍ରେନ୍ର ଅନ୍ତିମ ଗନ୍ତବ୍ୟସ୍ଥଳ ସଂକ୍ରାନ୍ତରେ ଯାତ୍ରୀମାନଙ୍କୁ ଟେକ୍ସଟ୍ ଆଲର୍ଟ ମଧ୍ୟ ପଠାଯିବ।
କୃତ୍ରିମ ଉପଗ୍ରହ ଜରିଆରେ ଟ୍ରେନ୍ର ବାସ୍ତବ ଅବସ୍ଥିତି ବିଷୟରେ ଯାତ୍ରୀମାନଙ୍କୁ ସୂଚନା ଦେବା ନିମନ୍ତେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ସହାୟତାରେ ଏହି ନୂତନ ବୈଶିଷ୍ଟ୍ୟ ସଂଯୋଗ କରାଯିବ।
Photo Courtesy of India. comବାସ୍ତବ-ସମୟ ଆଧାରରେ ଏହା ଯେ କୌଣସି ବ୍ୟକ୍ତିଙ୍କୁ ଟ୍ରେନ୍ର ଅବସ୍ଥିତି ଠାବ କରିବାରେ ସହାୟକ ହେବ ବୋଲି ଜଣେ ଅଧିକାରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ପ୍ରତି ଆଞ୍ଚଳିକ ଷ୍ଟେସନ୍ ଅଧିକାରୀମାନେ ସେମାନଙ୍କ ନିର୍ଦ୍ଦିଷ୍ଟ ଅଞ୍ଚଳର ଷ୍ଟେସନ୍ଗୁଡ଼ିକରେ ଟ୍ରେନ୍ର ଆଗମନ ଏବଂ ପ୍ରସ୍ଥାନ ସମୟ ଫିଡ୍ କରୁଛନ୍ତି। ଟ୍ରେନ୍ର ବିଳମ୍ବ ଯାତ୍ରା ଜନିତ ଦଣ୍ଡ ଏଡ଼ାଇବା ନିମନ୍ତେ ସେମାନେ ଫିଡ୍ କରୁଥିବା ସମୟକୁ ସର୍ବଦା ପରିବର୍ତ୍ତନ କରୁଛନ୍ତି।
ଜଣେ ରେଳବାଇ ଅଧିକାରୀ ସ୍ୱୀକାର କରିଛନ୍ତି ଯେ, ସମ୍ପ୍ରତି ଅନ୍ୟାନ୍ୟ ଟ୍ରାଭେଲ୍ େଓ୍ଵବ୍ସାଇଟ୍ଗୁଡ଼ିକ ନେଭିଗେଟ୍ କରିବାକୁ ଖୁବ୍ ସହଜ ହେଉଛି।
ଅନ୍ୟ ଜଣେ ଅଧିକାରୀ ଦର୍ଶାଇଛନ୍ତି ଯେ, ‘ଆଇଆର୍ସିଟିସି’ ଏବଂ ରେଳବାଇର ଆଇଟି ଶାଖା ‘ସେଣ୍ଟର୍ ଫର୍ ରେଲ୍େଓ୍ଵ ଇନ୍ଫର୍ମେସନ୍ ସିଷ୍ଟମ୍’ (ସିଆର୍ଆଇଏସ୍)କୁ ଦୃଢ଼ ନିଶ୍ଚିତ କରାଯାଇଛି।
Follow Us