The Economic Times
ରାଉରକେଲା: ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ର ଛାତ୍ରଛାତ୍ର ଏଥର ନିଯୁକ୍ତି କ୍ଷେତ୍ରରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ବିଭିନ୍ନ ବିଭାଗର ମୋଟ୍ ୮୪୧ ଜଣ ଛାତ୍ରଛାତ୍ରୀ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ପାଇଛନ୍ତି। ତେବେ ଏଥର ୩ ଜଣ ଛାତ୍ରଛାତ୍ରୀଙ୍କ ଅନ୍ୟତମ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛନ୍ତି। ଏମାନେ ବାର୍ଷିକ ୪୫ ଲକ୍ଷ ଟଙ୍କା ଦରମା ପାଇବେ। ଏତଦ୍ବ୍ୟତୀତ ୯ ଜଣ ଛାତ୍ରଛତ୍ରେୀ ବାର୍ଷିକ ୪୩ ଲକ୍ଷ ଦରମା ବିଶିଷ୍ଟ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହାସହ ୨୫୩ ଜଣ ବାର୍ଷିକ ୧୦ ଲକ୍ଷରୁ ଅଧିକ ଦରମାରେ ନିଯୁକ୍ତି ପାଇଛନ୍ତି।
କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଏଥର ଅନଲାଇନ୍ରେ ଏହି ନିଯୁକ୍ତି ମେଳା ଆୟୋଜିତ ହୋଇଥିଲା। ଏଥର ୨୫୬ଟି ପ୍ରତିଷ୍ଠିତ କମ୍ପାନି ଏଥିରେ ସାମିଲ ହୋଇଥିଲେ। ଏଥିମଧ୍ୟରୁ ୧୦୧ଟି ନାମୀ କମ୍ପାନି ପ୍ରଥମରଥାଇଁ ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନେ ସିଧାସଳଖ ନିଯୁକ୍ତି ପାଇଥିବାବେଳେ ୨୧୧ ଜଣ ଛାତ୍ରଛାତ୍ରୀ ମୋଇକ୍ରୋସଫ୍ଟ, ବାର୍କ୍ଲେ, ବଜାଜ ଅଟୋ, ସିଟି ବ୍ୟାଙ୍କ୍, କ୍ବାଲ୍କମ୍ ଆଦି ସୁନାମଧନ୍ୟ କମ୍ପାନିରେ ଶିକ୍ଷାନବିଶଭାବେ ଯୋଗଦେବେ। ଏମାନଙ୍କୁ ମାସିକ ୧ ଲକ୍ଷ ଟଙ୍କାର ଷ୍ଟାଇପେଣ୍ଡ୍ ଦିଆଯିବ। ଏଥର କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍ ଇଞ୍ଜିନିଅରିଂ ବିଭାଗର ସର୍ବାଧିକ ୧୮୭ ଜଣ ନିଯୁକ୍ତି ପାଇଥିବାବେଳେ କେମିକାଲ ଇଞ୍ଜିନିଅରିଂ ବିଭାଗ ଶତ ପ୍ରତିଶତ ନିଯୁକ୍ତି, କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍ କଲେକ୍ଟ୍ରୋନିକ୍ସ କମ୍ୟୁନିକେସନ ଇଞ୍ଜିନିଅରିଂ ବିଭାଗ ୯୮%, ଇଲେକ୍ଟ୍ରୋ
ନିକ୍ସ ଆଣ୍ଡ୍ ଇନଷ୍ଟ୍ରୁମେଣ୍ଟେସନ୍ ଇଞ୍ଜିନିଅରିଂ ୯୨%, ଇଲେକ୍ଟ୍ରିକାଲ ଇଞ୍ଜିନିଅରିଂ ବିଭାଗକୁ ୮୮% ନିଯୁକ୍ତି ମିଳିଛି। ମୋଟ୍ ନିଯୁକ୍ତି ମଧ୍ୟରୁ ୪୧% ଆଇଟି ଓ ସଫ୍ଟୱେର୍ କ୍ଷେତ୍ରକୁ ମିଳିଛି। ଏନେଇ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅନୀମେଶ ବିଶ୍ବାସ କହିଛନ୍ତି, କୋଭିଡ୍ ମହାମାରୀ ସତ୍ତ୍ବେ ଏଭଳି ସଫଳତା ନିଶ୍ଚିତଭାବରେ ପ୍ରଶଂସନୀୟ। କ୍ୟାମ୍ପସ୍ରେ ଉନ୍ନତମାନର ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ ଉପଲବ୍ଧି ଯୋଗୁଁ ଏହି ସଫଳତା ମିଳିପାରିଛି। ଏହି ଧାରା ଆଗାମୀ ଦିନରେ ମଧ୍ୟ ଜାରି ରହିବବୋଲି କହିଥିଲେ। ଟ୍ରେନିଂ ଆଣ୍ଡ୍ ପ୍ଲେସ୍ମେଣ୍ଟ୍ ସେଣ୍ଟର୍ ମୁଖ୍ୟ ପ୍ରଫେସର ଉମେଶଚନ୍ଦ୍ର ପତି, ପ୍ରଫେସର ଅନୂପ ନନ୍ଦୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Follow Us