ଭାରତରେ କରୋନା ସଂକ୍ରମଣର ନୂଆ ରେକର୍ଡ: ଦିନକରେ ୩୨ ହଜାର, ୧୦ ଲକ୍ଷ ଛୁଇଁବ

Advertisment
ଲଗାତାର ୨ ଦିନ ଧରି ବିଶ୍ବରେ ରେକର୍ଡ ସଂକ୍ରମଣ

The Daily Star

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ରେକର୍ଡ ୩୨ ହଜାର ୬୯୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ପ୍ରଥମ ଥର ପାଇଁ ଦେଶରେ ସଂକ୍ରମଣ ମାମଲା ୩୦ ହଜାର ଟପିଯାଇଛି। ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୬୮ ହଜାର ୮୭୬ରେ ପହଞ୍ଚିଛି ଏବଂ ୨୪ ହଜାର ୯୧୫ ଜଣଙ୍କ ମୃତ୍ୟୁ ହୋଇଛି। ଆସନ୍ତାକାଲି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଛୁଇଁବା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟ‌ରେ ୬୦୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଦେଶରେ ୬ ଲକ୍ଷ ୧୨ ହଜାର ୮୧୪ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି ଏବଂ ୩ ଲକ୍ଷ ୩୧ ହଜାର ୧୪୬ ସକ୍ରିୟ ମାମଲା ରହିଛି। ୬୩.୨୫ ପ୍ରତିଶତ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ତେବେ ସଂକ୍ରମଣ ବୃଦ୍ଧି ହାର କମିବା ସହ ଦେଶରେ ସକ୍ରିୟ ମାମଲା ଏବେ ମୋଟ୍‌ ମାମଲାର ଏକ ତୃତୀୟାଂଶ। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ଆରୋଗ୍ୟ ହାର କ୍ରମାଗତ ଭାବେ ବଢ଼ି ଚାଲିଛି। ଜୁନ୍‌ ମଧ୍ୟଭାଗରେ ଦେଶରେ ଆରୋଗ୍ୟ ହାର ୫୦ ପ୍ରତିଶତକୁ ବୃଦ୍ଧି ପାଇଥିଲା। ତେବେ ଏହାପରଠାରୁ ଆରୋଗ୍ୟ ହାର ବଢ଼ିଛି ଏବଂ ସକ୍ରିୟ ମାମଲା କମିଛି। ଅନ୍ୟପକ୍ଷେ ଜୁନ୍‌ ମଧ୍ୟଭାଗରେ ଦେଶରେ ସକ୍ରିୟ ମାମଲା ୪୫ ପ୍ରତିଶତ ଥିବାବେଳେ ବର୍ତ୍ତମାନ ଏହା ୩୪.୧୮ ପ୍ରତିଶତକୁ କମିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୨୦ ହଜାର ୭୮୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ସକ୍ରିୟ ମାମଲାଠାରୁ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୮୧ ହଜାର ୬୬୮ ଅଧିକ ରହିଛି।

ଦେଶରେ ଏବେ ୧୩୮୧ ଡେଡିକେଟେଡ କୋଭିଡ୍‌ ହସ୍ପିଟାଲ୍‌ , ୩,୧୦୦ ଡେଡିକେ‌ଟେଡ୍‌ କୋଭିଡ୍‌ ହେଲ୍‌ଥକେୟାର ସେଣ୍ଟର ଏବଂ ୧୦ ହଜାର ୩୬୭ କୋଭିଡ୍‌ କେୟାର ସେଣ୍ଟର ସହ ୪୬ ହଜାର ୬୬୬ ଆଇସିୟୁ ବେଡ୍‌ ରହିଛି। ତେବେ ଦେଶରେ କିଛି ନିର୍ଦ୍ଦିଷ୍ଟ ରାଜ୍ୟରେ ସଂକ୍ରମଣ ବଢ଼ି ଚାଲିଛି। ମହାରାଷ୍ଟ୍ର ଏବଂ ତାମିଲନାଡ଼ୁରେ ଦେଶର ମୋଟ୍‌ ସଂକ୍ରମଣ ମାମଲାର ୪୮.୧୫ ପ୍ରତିଶତ ରେକର୍ଡ କରାଯାଇଛି। ଅନ୍ୟପକ୍ଷେ ୧୦ଟି ରାଜ୍ୟରୁ ୮୪.୬୨ ପ୍ରତିଶତ ମାମଲା ଚିହ୍ନଟ ହୋଇଛି। ତେବେ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ତାମିଲନାଡ଼ୁ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଏବେ ହଟ୍‌ସ୍ପଟ୍‌ ପାଲଟିଛି। ମହାରାଷ୍ଟ୍ର, ଦିଲ୍ଲୀ ଏବଂ ଗୁଜରାଟରୁ ସର୍ବାଧିକ ୬୬ ପ୍ରତିଶତ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe