କୋଭିଡ୍‌ ସଂକ୍ରମଣର ନୂଆ ରେକର୍ଡ: ଦିନକରେ ପ୍ରାୟ ୪୬ ହଜାର, ମୃତ୍ୟୁସଂଖ୍ୟା ୧୧୨୯, ସୁସ୍ଥ ୨୯,୫୫୭

Advertisment
କୋଭିଡ୍‌ ସଂକ୍ରମଣର ନୂଆ ରେକର୍ଡ: ଦିନକରେ ପ୍ରାୟ ୪୬ ହଜାର, ମୃତ୍ୟୁସଂଖ୍ୟା ୧୧୨୯, ସୁସ୍ଥ ୨୯,୫୫୭

The Indian Express

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ର ଦୈନିକ ସଂକ୍ରମଣ ମାମଲା ଖୁବ୍‌ ଶୀଘ୍ର ୫୦ ହଜାର ଟପିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ପ୍ରତିଦିନ ଭାରତ ସଂକ୍ରମଣର ନୂଆ ରେକର୍ଡ ଦେଖୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ରେକର୍ଡ ୪୫ ହଜାର ୭୨୦ ନୂଆ ମାମଲା ଚିହ୍ନଟ ହୋଇଥିବାରୁ ସଂକ୍ରମଣର ଭୟାନକ ରୂପ ଏବେ ସାମ୍ନାକୁ ଆସିଛି। ଆଜି ପ୍ରଥମ ଥର ପାଇଁ ଭାରତରେ କରୋନା ମୃତ୍ୟୁସଂଖ୍ୟା‌ ୧ ହଜାର ଟପିଯାଇଛି। ଗତ ୨୪ ଘଣ୍ଟାରେ ୧୧୨୯ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଭାରତରେ ମୋଟ୍‌ ସଂକ୍ରମଣ ମାମଲା ୧୨ ଲକ୍ଷ ୩୮ ହଜାର ୬୩୫ରେ ପହଞ୍ଚିଥିବା ବେଳେ ୨୯ ହଜାର ୮୬୧ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଏବେ ୪ ଲକ୍ଷ ୨୬ ହଜାର ୧୬୭ ସକ୍ରିୟ ମାମଲା ରହିଛି।

ମହାରାଷ୍ଟ୍ର, ତାମିଲନାଡ଼ୁ, ଗୁଜରାଟ ଏବଂ ଦିଲ୍ଲୀ ଦେଶରେ କରୋନା ଯୋଗୁଁ ସର୍ବାଧିକ ପ୍ରଭାବିତ। ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ୩ ଲକ୍ଷ ୩୭ ହଜାର ଟପିଥିବା ବେଳେ, ଦିଲ୍ଲୀରେ ୧ ଲକ୍ଷ ୨୬ ହଜାର ଏବଂ ତାମିଲନାଡ଼ୁରେ ୧ ଲକ୍ଷ ୮୫ ହଜାର ସଂକ୍ରମିତ ହୋଇଛନ୍ତି। ଭାରତରେ ଟେଷ୍ଟିଂ ବଢ଼ିବାରୁ ସଂକ୍ରମଣ ମାମଲା ବଢ଼ିଛି। ଆଇସିଏମ୍ଆର ଅନୁଯାୟୀ ଏଯାବତ୍‌ ଦେଶରେ ଦେଢ଼ କୋଟି ନମୁନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୫୦ ହଜାର ୮୨୩ ନମୁନା ପରୀକ୍ଷା ହୋଇଛି। ଦିଲ୍ଲୀରେ ସଂକ୍ରମଣ କମୁଛି । କିନ୍ତୁ ସେରୋ ସର୍ଭେ ଅନୁଯାୟୀ ଦିଲ୍ଲୀରେ ପ୍ରତି ୫ ଜଣରେ ଜଣେ କରୋନା ସଂକ୍ରମିତ ହେଉଛନ୍ତି ବୋଲି ଜଣାପଡ଼ିବା ପରେ ଆଗକୁ ଦିଲ୍ଲୀରେ ପ୍ରତି ମାସରେ ସେରୋ ସର୍ଭେ ପାଇଁ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀରେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଇଛି। ଦିଲ୍ଲୀରେ ଆରୋଗ୍ୟ ହାର ୮୬ ପ୍ରତିଶତ ରହିଛି। ଯାହା ଜାତୀୟ ଆରୋଗ୍ୟ ହାରଠାରୁ ଯଥେଷ୍ଟ ଅଧିକ। ଦେଶରେ ଏବେ ଆରୋଗ୍ୟ ହାର ୬୩.୧୮ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟ‌ରେ ୨୯ ହଜାର ୫୫୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ତେବେ ଦେଶରେ ପକିଟିଭ୍‌ ହାର କମୁଛି। ଏହା ଏବେ ୮.୦୭ ପ୍ରତିଶତ ରହିଛି। ୩୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ପଜିଟିଭ୍‌ ହାର ଜାତୀୟ ହାରଠାରୁ କମ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe