କଂଗ୍ରେସ ଛାଡ଼ିଥିବା ନେତାଙ୍କ ପାଇଁ ବିଜେପିର ନୂଆ ଦାୟିତ୍ବ

Advertisment

ଜୟବୀର ଶେରଗିଲ ଜାତୀୟ ମୁଖପାତ୍ର; ଅମରିନ୍ଦର, ସୁନୀଲ ଜାଖର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ

ଜୟବୀର ଶେରଗିଲ ଜାତୀୟ ମୁଖପାତ୍ର; ଅମରିନ୍ଦର, ସୁନୀଲ ଜାଖର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ

କଂଗ୍ରେସ ଛାଡ଼ିଥିବା ନେତାଙ୍କ ପାଇଁ ବିଜେପିର ନୂଆ ଦାୟିତ୍ବ

ନୂଆଦିଲ୍ଲୀ : କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଅନେକ ପ୍ରମୁଖ ନେତାଙ୍କ ପାଇଁ ବିଜେପି ଶୁକ୍ରବାର ଦିନ ନୂଆ ଦାୟିତ୍ବ ଘୋଷଣା କରିଛି। କଂଗ୍ରେସ ଛାଡ଼ିବାର ୩ ମାସ ପରେ ଜୟବୀର ଶେରଗିଲ ବିଜେପିର ନୂଆ ଜାତୀୟ ମୁଖପାତ୍ର ନିଯୁକ୍ତ ହୋଇଛନ୍ତି। ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏବଂ ପୂର୍ବତନ ପଂଜାବ କଂଗ୍ରେସ ମୁଖ୍ୟ ସୁନୀଲ ଜାଖରଙ୍କୁ ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ କରାଯାଇଛି। ଦଳ ଉତ୍ତରପ୍ରଦେଶ ମନ୍ତ୍ରୀ ସ୍ବତନ୍ତ୍ର ଦେବ ସିଂହ, ଉତ୍ତରାଖଣ୍ଡର ପୂର୍ବତନ ବିଜେପି ମୁଖ୍ୟ ମଦନ କୌଶିକ, ପୂର୍ବତନ କଂଗ୍ରେସ ନେତା ରାଣା ଗୁରମିତ ସିଂହ ସୋଧି ଏବଂ ପୂର୍ବତନ ପଂଜାବ ମନ୍ତ୍ରୀ ମନୋରଂଜନ କାଲିଆଙ୍କୁ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ କରିଛି।

ଉଲ୍ଲେଖଯୋଗ୍ୟ, ଜୟବୀର ଶେରଗିଲ କଂଗ୍ରେସ ଛାଡ଼ିବା ସମୟରେ ଗାନ୍ଧି ପରିବାର ବିରୋଧରେ କଡ଼ା ଟିପ୍ପଣୀ ରଖିଥିଲେ। ୩୯ ବର୍ଷୀୟ ଶେରଗିଲ କଂଗ୍ରେସର ଜଣେ ପ୍ରମୁଖ ଯୁବ ମୁଖପାତ୍ର ଥିଲେ। ଅଗଷ୍ଟ ୨ ତାରିଖରେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବାପରେ ଜୟବୀର ମଧ୍ୟ ଦଳରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe