Image Courtesy of NDTV
ନୂଆଦିଲ୍ଲୀ: ୧୦୦ ଦିନରୁ କମ୍ ସମୟ ମଧ୍ୟରେ ଭାରତର ‘ଡିଫେନ୍ସ୍ ରିସର୍ଚ ଡେଭ୍ଲପ୍ମେଣ୍ଟ୍ ଅର୍ଗାନାଇଜେସନ୍’ (ଡିଆର୍ଡିଓ) ‘ଉଗ୍ରମ୍’ ନାମରେ ଗୋଟାଏ ରାଇଫଲ୍ ନିର୍ମାଣ କରିଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
‘ଉଗ୍ରମ୍’ ରାଇଫଲ୍ର ନିର୍ମାତା ହେଉଛନ୍ତି ‘ଡିଆର୍ଡିଓ’ର ଅନ୍ୟତମ ସଂସ୍ଥା ‘ଆର୍ମାମେଣ୍ଟ୍ ରିସର୍ଚ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଇଷ୍ଟାବ୍ଲିସ୍ମେଣ୍ଟ୍’ (ଏଆର୍ଡିଇ) ଓ ହାଇଦ୍ରାବାଦର ଘରୋଇ କମ୍ପାନି ‘ଦ୍ବୀପା ଆର୍ମୋର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍’।
ଏହି ରାଇଫଲ୍ରେ ୭.୬୨ ମିଲିମିଟର୍ କ୍ୟାଲିବର୍ର ଗୁଳି ବ୍ୟବହାର କରାଯାଉଥିବାରୁ ଏହା ୫.୬୨ ମିଲିମିଟର୍ କ୍ୟାଲିବର୍ ଗୁଳି ବ୍ୟବହାର କରାଯାଉଥିବା ‘ଇନ୍ସାସ୍’ ଭଳି ରାଇଫଲ୍ ଅପେକ୍ଷା ମାରାତ୍ମକ। ସମ୍ପ୍ରତି ‘ଇନ୍ସାସ୍’ ରାଇଫଲ୍ ଅର୍ଦ୍ଧସାମରିକ ବାହିନୀ ସମେତ ଭାରତୀୟ ସଶସ୍ତ୍ର ବଳରେ ବ୍ୟବହାର କରାଯାଉଛି।
Image Courtesy of ABPସେନା, ଅର୍ଦ୍ଧସାମରିକ ବାହିନୀ ଓ ପୁଲିସମାନଙ୍କଦ୍ବାରା ବ୍ୟବହାର କରାଯିବା ଲାଗି ‘ଉଗ୍ରମ୍’ ରାଇଫଲ୍ ବିକଶିତ କରାଯାଇଥିବା କଥା ‘ଦି ଇଣ୍ଡିଆନ୍ ଏକ୍ସପ୍ରେସ୍’ ରିପୋର୍ଟ କରିଛି।
୪ କିଲୋ ଓଜନବିଶିଷ୍ଟ ‘ଉଗ୍ରମ୍’ର ଲକ୍ଷ୍ୟଭେଦ ଦୂରତ୍ବ ୫୦୦ ମିଟର୍ ବା ହାରାହାରି ୫ଟି ଫୁଟ୍ବଲ୍ ପଡ଼ିଆ ଦୂରତ୍ବ ସମକକ୍ଷ।
‘ଟାଇମ୍ସ୍ ଅଫ୍ ଇଣ୍ଡିଆ’ ରିପୋର୍ଟ କରିଛି ଯେ, ୧୦୦ ଦିନରେ ଏହି ରାଇଫଲ୍ ନିର୍ମିତ ହୋଇଛି। ହାଡ଼ଭଙ୍ଗା ଶୀତ, ପ୍ରଚଣ୍ଡ ଗରମ ଓ ପାଣି ଭିତରେ ଏବେ ଏହାର ବ୍ୟାବହାରିକ ସାମର୍ଥ୍ୟ ପରୀକ୍ଷା କରାଯିବ।
‘ଫ୍ରି ପ୍ରେସ୍ ଜର୍ଣ୍ଣାଲ୍’କୁ ‘ଏଆର୍ଡିଇ’ର ନିର୍ଦେଶକ ଅଙ୍କତି ରାଜୁ କହିଛନ୍ତି, ଏହି ରାଇଫଲ୍ର ଡିଜାଇନ୍ ଓ ଡିଜାଇନ୍ ସମ୍ବନ୍ଧୀୟ ବିଶ୍ଳେଷଣ ୨ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଏବଂ ୧୦୦ ଦିନ ମଧ୍ୟରେ ତିଆରି ସମ୍ପୂର୍ଣ୍ଣ ହେଲା।
Follow Us