'ସମ୍ପର୍କ ରଖିବା ସମୟରେ ଗର୍ଭନି‌ରୋଧକ କାଢ଼ିଦେଲେ ଏହାକୁ ଅପରାଧ ବିବେଚନା କରାଯିବ'

Advertisment
'ସମ୍ପର୍କ ରଖିବା ସମୟରେ ଗର୍ଭନି‌ରୋଧକ କାଢ଼ିଦେଲେ ଏହାକୁ ଅପରାଧ ବିବେଚନା କରାଯିବ'

କାଲିଫର୍ଣ୍ଣିଆ: ଯଦି ଜଣେ ପୁରୁଷ ମହିଳାଙ୍କୁ ନ ପଚାରି ସମ୍ପର୍କ ରଖିବା ସମୟରେ ନିଜର ଗର୍ଭନି‌ରୋଧକ କଣ୍ଡୋମ କାଢିଦିଅନ୍ତି, ତେବେ ଏହା ଏକ ଅପରାଧ ହେବ | ଏପରି ପରିସ୍ଥିତିରେ ବ୍ୟକ୍ତିଙ୍କୁ କୋର୍ଟର ସମ୍ମୁଖୀନ ହେବାକୁ ପଡିପାରେ। ଆମେରିକାର କାଲିଫର୍ଣ୍ଣିଆରେ ସମ୍ପର୍କ ରଖିବା ସମୟରେ କଣ୍ଡୋମ ବ୍ୟବହାର ଉପରେ ଏକ ନିୟମ ରହିଛି। ବିନା ଅନୁମତିରେ କଣ୍ଡୋମ ହଟାଇବା ଅପରାଧ ବୋଲି କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗାଭିନ ନ୍ୟୁଜମ ମଧ୍ୟ ଏକ ବିଲରେ ଦସ୍ତଖତ କରିଛନ୍ତି। ଏହି ବିଲ୍ ଆଗତ କରାଯାଇଥିବାବେଳେ କାଲିଫର୍ଣ୍ଣିଆ ବିଧାନସଭାର ସଦସ୍ୟ କ୍ରିଷ୍ଟିନା ଗାର୍ସିଆ କହିଛନ୍ତି ଯେ ଏଭଳି କରିବା କେବଳ ଅନୈତିକ ନୁହେଁ ବରଂ ସମ୍ପୂର୍ଣ୍ଣ ବେଆଇନ ।

ଆମେରିକାର କାଲିଫର୍ଣ୍ଣିଆ ହେଉଛି ପ୍ରଥମ ରାଜ୍ୟ ଏଭଳି କାର୍ଯ୍ୟକୁ ବେଆଇନ ଘୋଷଣା କରିଛି। ଏହି ବିଲ୍ ଅନୁଯାୟୀ, ବିନା ଅନୁମତିରେ ଗର୍ଭନି‌ରୋଧକ କଣ୍ଡୋମ ହଟାଉଥିବା ଅଭିଯୁକ୍ତଙ୍କ ବିରୋଧରେ ସିଭିଲ୍ କୋଡ୍ ଅନୁଯାୟୀ ଏକ ମାମଲା ଦାୟର କରାଯିବ। କେବଳ ଏତିକି ନୁହେଁ, ମହିଳା ମଧ୍ୟ କ୍ଷତିପୂରଣ ପାଇଁ ମକଦ୍ଦମା ଦାୟର କରିପାରିବେ। ଏହି ନିୟମ ଉଲ୍ଲଂଘନ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଆଇନ କେବଳ ଜରିମାନା ବିଷୟରେ କହିଛି।

ଏହି ବିଲ୍ ଆଗତ କରିଥିବା ନେତା କ୍ରିଷ୍ଟିନା ଗାର୍ସିଆ କହିଛନ୍ତି ଯେ ମୁଁ ଭାବୁଛି ଏହି ନିୟମକୁ ଦଣ୍ଡବିଧାନରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍। ଆମେରିକାରେ ସମ୍ପର୍କ ରଖିବା ସମୟରେ କଣ୍ଡୋମ ହଟାଇଦେବାର ଅନେକ ମାମଲା ରହିଛି। ଏଭଳି ମାମଲାରେ ବଳାତ୍କାର ମାମଲା ପଞ୍ଜିକରଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୀଡିତାମାନେ ଯୁକ୍ତି କରନ୍ତି ଯେ ଏହା ସେମାନଙ୍କୁ ଗର୍ଭଧାରଣ, ଯୌନ ସଂକ୍ରମଣ ରୋଗରେ ଆକ୍ରାନ୍ତ କରିବାର ବିପଦରେ ପକାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe