ମୃତ୍ୟୁଦଣ୍ଡ ମାମଲାରେ ନୂତନ ନିର୍ଦ୍ଦେଶାବଳୀ

Advertisment
ମଦ ଦୋକାନ ଲଟେରି ପ୍ରସଙ୍ଗ : ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

Image Source: Zee News

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀଙ୍କ ଫାଶୀ ଦଣ୍ଡ କାର୍ଯ୍ୟକାରୀ ହେବା କ୍ଷେତ୍ରରେ ହେଉଥିବା ଅହେତୁକ ବିଳମ୍ବକୁ ଦୃଷ୍ଟିରେ ରଖି ସୁପ୍ରିମ୍ କୋର୍ଟ ମୃତ୍ୟୁ ଦଣ୍ଡ ମାମଲାରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଯଦି କୌଣସି ହାଇକୋର୍ଟ କାହାକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାନ୍ତି ଏବଂ ସୁପ୍ରିମ୍‌ କୋର୍ଟ ଏ ସଂକ୍ରାନ୍ତ ଆବେଦନ ଉପରେ ଶୁଣାଣି ପାଇଁ ସହମତି ପ୍ରକାଶ କରନ୍ତି ତା’ହେଲେ ୬ ସପ୍ତାହ ମଧ୍ୟରେ ୩ ଜଣିଆ ଖଣ୍ଡପୀଠରେ ଏହାର ଶୁଣାଣି ପାଇଁ ସୂଚୀବଦ୍ଧ କରାଯିବ। ଆବେଦନ ପ୍ରସ୍ତୁତ ହୋଇନଥିଲେ ମଧ୍ୟ ଏ ସଂକ୍ରାନ୍ତ ପଦକ୍ଷେପ ନିଆଯିବ। ମାମଲା ସୂଚୀବଦ୍ଧ ହେବାପରେ ସୁପ୍ରିମ୍‌ କୋର୍ଟ ରେଜିଷ୍ଟ୍ରି ଏ ସଂପର୍କରେ ମୃତ୍ୟୁ ଦଣ୍ଡ ଶୁଣାଇଥିବା ଅଦାଲତକୁ ସୂଚନା ଦେବେ। ଏହାର ୬୦ ଦିନ ଭିତରେ ମାମଲା ସଂପର୍କିତ ସମସ୍ତ ରେକର୍ଡ ସୁପ୍ରିମ୍‌ କୋର୍ଟଙ୍କୁ ପଠାଯିବ। ଯଦି ଏ ସଂପର୍କରେ କୌଣସି ଅତିରିକ୍ତ ଦସ୍ତାବିଜ ଆସିବ ତାହାକୁ ବି ସାମିଲ କରାଯିବ।

ସୁପ୍ରିମ୍‌ କୋର୍ଟ ରେଜିଷ୍ଟ୍ରି ମାମଲାର ପକ୍ଷମାନଙ୍କୁ ଅତିରିକ୍ତ ଦସ୍ତାବିଜ ପାଇଁ ୩୦ ଦିନ ସମୟ ଦେଇପାରିବେ। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକ୍ରିୟା ପୂର୍ଣ୍ଣ ହେବନାହିଁ ତା’ହେଲେ ମାମଲାକୁ ବିଚାରପତିଙ୍କ ଚ୍ୟାମ୍ବରରେ ସୂଚୀବଦ୍ଧ କରାଯିବ ଏବଂ ବିଚାରପତିଙ୍କ ଚ୍ୟାମ୍ବର୍‌ରେ ହିଁ ଏ ବାବଦରେ ବିଚାର କରି ଆଦେଶ ଜାରି କରାଯିବ ବୋଲି ସୁପ୍ରିମ୍‌ କୋର୍ଟ ସ୍ଥିର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe