ସଡ଼କ ଦୁର୍ଘଟଣା ରୋକିବା ପାଇଁ ଖୁବ୍‌ ଶୀଘ୍ର ଆସୁଛି ନୂଆ ନିୟମ ! ଗାଡିର ସ୍ପିଡ ୮୦ ଛୁଇଁଲା ମାତ୍ରେ ବାଜିବ ଆଲାର୍ମ

Advertisment
ସଡ଼କ ଦୁର୍ଘଟଣା ରୋକିବା ପାଇଁ ଖୁବ୍‌ ଶୀଘ୍ର ଆସୁଛି ନୂଆ ନିୟମ ! ଗାଡିର ସ୍ପିଡ ୮୦ ଛୁଇଁଲା ମାତ୍ରେ ବାଜିବ ଆଲାର୍ମ

ନୂଆଦିଲ୍ଲୀ : ଦିନକୁ ଦିନ ଦେଶରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବହୁ ଧନଜୀବନ ନଷ୍ଟ ହେବା ଅନେକ ସମୟରେ ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହେଉଛି। ଏହା ସରକାରଙ୍କ ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ସଡକ ଦୁର୍ଘଟଣା ରୋକିବା ପାଇଁ ମୋଦି ସରକାର ନୂଆ ନିୟମ ଆଣିବାକୁ ଯାଉଛନ୍ତି।

ନୂଆ ନିୟମ ଅନୁଯାୟୀ ରାସ୍ତାରେ କାରର ସ୍ପିଡ ୮୦ ଛୁଇଁଲା ମାତ୍ରେ ଏଥିରେ ଥିବା ଆର୍ଲାମ ଆପଣାଛାଏଁ ବାଜି ଉଠିବ। କାରର ସ୍ପିଡ ୮୦ରୁ କମ ନ ହେବା ପର୍ଯ୍ୟନ୍ତ ଆର୍ଲାମ ଲଗାତାର ଭାବେ ବାଜିବ। ଏଭଳି ମଡେଲ ପ୍ରସ୍ତୁତ କରିବାକୁ ଏବେ କାର ର୍ନିମାଣ କରୁଥିବା କମ୍ପାନିଙ୍କୁ କୁହାଯାଉଛି । ଏହି ନିୟମ ଆଣିବା ପାଇଁ ସରକାର ଫାଇନାଲ ଡ୍ରାଫଟ ପ୍ରସ୍ତୁତ କରିସାରିଲେଣି।

ସଡ଼କ ଓ ପରିବହନ ମନ୍ତ୍ରଣାଳୟର ଏକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଆଗାମୀ ୩ରୁ ୬ ମାସ ମଧ୍ୟରେ ଏହି ନୂଆ ଲାଗୁ କରିପାରନ୍ତି ସରକାର। ଏହି ନିୟମ ଆସିବା ଦ୍ୱାରା ସଡ଼କ ଦୁର୍ଘଟଣାକୁ ରୋକା ଯାଇପାରିବ। ଏଥିପାଇଁ ସଡ଼କ ଓ ପରିବହନ ମନ୍ତ୍ରଣାଳୟ ଏକ ଡ୍ରାଫଟ ପ୍ରସ୍ତୁତ କରିଛି। ଏଥିରେ କାଟାଗୋରୀ ଏମ ଓ ଏନ୍‌ ଶ୍ରେଣୀର ଗାଡି ପାଇଁ ନୂଆ ଫିଚର୍ସ ଯୋଡାଯାଇଛି।

publive-image

ଏମ-୧ କାଟାଗୋରୀରେ ଯାତ୍ରୀବାହୀ ଗାଡି ଗୁଡିକରେ ସ୍ପିଡ ଆଲର୍ଟ ସିଷ୍ଟମ ଲଗାଯିବ। ଏହଦ୍ୱାରା ଗାଡି ର୍ନିଦ୍ଧାରିତ ବେଗ ଠାରୁ ଅଧିକ ସ୍ପିଡରେ ଯିବା କ୍ଷଣି ଡ୍ରାଇଭରକୁ ସୂଚିତ କରିବ। ତେବେ ପୋଲିସ ଗାଡି, ଆମ୍ବୁଲାନ୍‌ସ ଭଳି କିଛି ଗାଡିରେ ଏଭଳି ନିୟମ ଲାଗୁ କରାଯିବ ନାହିଁ । ଏହାଛଡା ଡ୍ରାଇଭରଙ୍କ ପାଖ ସିଟରେ ବସିଥିବା ବ୍ୟକ୍ତି ଯଦି ସିଟ ବେଲ୍‌ଟ ପିନ୍ଧିନଥାନ୍ତି ତେବେ ତାଙ୍କୁ ଆଲର୍ଟ କରିବା ପାଇଁ ମଧ୍ୟ ଗାଡିରେ ବ୍ୟବସ୍ଥା ରହିବ। ପ୍ରଥମେ ଲାଇଟ ଦ୍ୱାରା ସୂଚିତ କରାଯିବ। ଏଥିରେ ଯଦି ଗାଡି ଚାଳକ ଆଲର୍ଟ ନ ହୁଅନ୍ତି ତେବେ ଦ୍ୱିତୀୟ ଲେଭଲରେ ଅଡ଼ିଓ ଆକାରରେ ଆଲର୍ଟ କରାଯିବ।

ଏହାଛଡା ସବୁ ଗାଡିରେ ହ୍ଵିଲ ର୍ରିଭସ ପାର୍କିଙ୍ଗ ଆଲର୍ଟକୁ ମଧ୍ୟ ବାଧ୍ୟତାମୂଳକ କରାଯିବ। ଏହାଦ୍ୱାରା କାରର ପଛରେ ଏକ ସେନସର ରହିବ ଯାହା ଏକ ର୍ନିଦ୍ଧାରିତ ରେଞ୍ଜ ମଧ୍ୟରେ କୌଣସି ବ୍ୟକ୍ତି ଆସିଲେ ଆର୍ଲାମ ବାଜି ଉଠିବ। ସଡ଼କ ଓ ପରିବହନ ମନ୍ତ୍ରଣାଳୟ ସୁରକ୍ଷା ସମ୍ବନ୍ଧୀୟ ନୂଆ ଫିଚର୍ସର ଫାଇନାଲ ଡ୍ରାଫ୍‌ଟ ଏହାର ଅଫିସିଆଲ ୱେବସାଇଟରେ ଅପଲୋଡ କରିଛି। ଏହା ଉପରେ ସାଧାରଣ ଲୋକଙ୍କ ମତାମତ ମଗାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe