ଆସନ୍ତାକାଲିଠାରୁ ମୋବାଇଲକୁ ନେଇ ବଦଳି ଯିବ ଏହି ବଡ ନିୟମ! ଜାଣନ୍ତୁ କ'ଣ?

Advertisment
ବାତ୍ୟା ସମୟରେ ସ୍ମାର୍ଟଫୋନ୍‌ର ଭୂମିକା

Buzzworthy

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ (ଜାନୁୟାରୀ-୧୫) ଟେଲିଫୋନରେ ବାର୍ତ୍ତାଳାପ ସହ ଜଡିତ ଏକ ପ୍ରକ୍ରିୟା ବଦଳିବାକୁ ଯାଉଛି | ଆସନ୍ତାକାଲିଠାରୁ ସାରା ଦେଶରେ ଲ୍ୟାଣ୍ଡଲାଇନରୁ ମୋବାଇଲ୍ ଫୋନକୁ କଲ କରିବା ପାଇଁ ଗ୍ରାହକଙ୍କୁ ନମ୍ବର ପୂର୍ବରୁ 'ଶୂନ'(୦) ଲଗାଇବା ବାଧ୍ୟତାମୂଳକ ହେବ | ଟେଲିକମ୍ ମନ୍ତ୍ରାଳୟ ଏହା ସମ୍ପର୍କିତ ଟ୍ରାଇ ର ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିବାରୁ ଏହି ନୂଆ ନିୟମ କାଲିଠାରୁ ଲାଗୁ ହେବାକୁ ଯାଉଛି | ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ମେ ୨୯, ୨୦୨୦ ରେ ଏହିପରି କଲ୍ ପାଇଁ ନମ୍ବର ପୂର୍ବରୁ 'ଶୂନ' ବ୍ୟବହାର ନେଇ ସୁପାରିଶ କରିଥିଲା।

ଏହା ଟେଲିକମ୍ ସେବା ପ୍ରଦାନକାରୀଙ୍କୁ ଅଧିକ ସଂଖ୍ୟା କରିବାକୁ ଅନୁମତି ଦେବ ବୋଲି ଟ୍ରାଇ ପକ୍ଷରୁ କୁହାଯାଇଥିଲା | ୨୦ ନଭେମ୍ବରରେ ଜାରି କରାଯାଇଥିବା ଏକ ସର୍କୁଲାରରେ ଟେଲିକମ୍ ମନ୍ତ୍ରାଳୟ କହିଥିଲା ଯେ ଲ୍ୟାଣ୍ଡଲାଇନରୁ ମୋବାଇଲ ନମ୍ବରକୁ ଡାଏଲ କରିବାର ପଦ୍ଧତିକୁ ବଦଳାଇବା ପାଇଁ ଟ୍ରାଇ ର ସୁପାରିଶକୁ ଗ୍ରହଣ କରାଯାଇଥିଲା | ଆଉ ଟ୍ରାଇର ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ପରେ ମୋବାଇଲ୍ ଏବଂ ଲ୍ୟାଣ୍ଡଲାଇନ ସେବା ପାଇଁ ଏହା ପର୍ଯ୍ୟାପ୍ତ ସଂଖ୍ୟା ବା ନମ୍ବର ସୃଷ୍ଟି କରିବାରେ ସହଜ ହେବ |

ସର୍କୁଲାର ଅନୁଯାୟୀ, ଉପରୋକ୍ତ ନିୟମ ଲାଗୁ କରିବା ପରେ ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ କରିବାକୁ ନମ୍ବର ପୂର୍ବରୁ ଶୂନ ଡାଏଲ କରିବାକୁ ପଡିବ। ଡାଏଲ୍ ପଦ୍ଧତିର ଏହି ପରିବର୍ତ୍ତନ ଦ୍ୱାରା ଟେଲିକମ୍ କମ୍ପାନୀଗୁଡ଼ିକୁ ମୋବାଇଲ୍ ସେବା ପାଇଁ ୨୫୪.୪ କୋଟି ଅତିରିକ୍ତ ନମ୍ବର ସୃଷ୍ଟି କରିବାକୁ ବିକଳ୍ପ ଦେବ | ଯାହାଦ୍ୱାରା ଭବିଷ୍ୟତର ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe