ୱିଲିଂଟନ: ଏଭଳି ଏକ ବିମାନବନ୍ଦର ରହିଛି ଯେଉଁଠି ନିଜ ପ୍ରିୟଜନଙ୍କୁ ଛାଡିବାକୁ ଆସୁଥିବା ଲୋକଙ୍କୁ ତିନି ମିନିଟ୍‌ରୁ ଅଧିକ ସମୟ ଆଲିଙ୍ଗନ କରିବାକୁ ଦିଆଯାଇ ନ ଥାଏ । ତିନି ମିନିଟ୍‌ରୁ ଅଧିକ ସମୟ ଆଲିଙ୍ଗନ କଲେ ଲୋକେ ଅସୁବିଧାରେ ପଡ଼ିଥାନ୍ତି।  

Advertisment

ଆଲିଙ୍ଗନ ପାଇଁ ବିମାନବନ୍ଦରରେ ୩ ମିନିଟ୍‌ର ଏକ ସୀମା ସ୍ଥିର କରାଯାଇଛି । ଏହା ଅତିକ୍ରମ କରିବା ମାତ୍ରେ ସେଠାରେ ଉପସ୍ଥିତ କର୍ମଚାରୀମାନେ ତୁରନ୍ତ ପହଞ୍ଚିବେ। ଏହା ସହିତ ଜରିମାନା ଆଦାୟ କରିବେ। 

ନ୍ୟୁଜିଲ୍ୟାଣ୍ଡର ଏକ ବିମାନବନ୍ଦରରେ  ଏଭଳି ବ୍ୟବସ୍ଥା ରହିଛି। ଏହି ନିୟମ ଏଠାରେ ଡ୍ୟୁନିଡେନ୍ ସହରରେ ଅବସ୍ଥିତ ଏକ ଅନ୍ତର୍ଜାତୀୟ ବିମାନବନ୍ଦରରେ କାର୍ଯ୍ୟକାରୀ କରାଯାଇଛି।

ଏଠାରେ ଡ୍ରପ୍ ଅଫ୍ ଜୋନ୍‌ରେ ଆଲିଙ୍ଗନ ପାଇଁ ତିନି ମିନିଟ୍‌ର ଏକ ସୀମା ଅଛି। ଏଭଳି ଏକ ଅଜବ ନିୟମ ତିଆରି କରିବାର ଉଦ୍ଦେଶ୍ୟ ହେଉଛି ସୁରକ୍ଷା ବଜାୟ ରଖିବା ଏବଂ ବିମାନ ବନ୍ଦରରେ ଭିଡ଼ କମାଇବା। ବିମାନବନ୍ଦର ପରିଚାଳନା ବୋର୍ଡ କହିଛନ୍ତି ଯେ ଏହି ଚେତାବନୀ ବାର୍ତ୍ତା ସାଧାରଣତଃ ବିମାନବନ୍ଦରର ଡ୍ରପ୍ ଅଫ୍ ଜୋନ୍‌ରେ ଦିଆଯାଇଥାଏ। ଉଲ୍ଲଂଘନକାରୀଙ୍କ ପାଇଁ ଜରିମାନା ବ୍ୟବସ୍ଥା ମଧ୍ୟ ଅଛି ।

ବାସ୍ତବରେ, ଡ୍ରପ୍-ଅଫ୍ ଜୋନ୍‌ରେ ଅତ୍ୟଧିକ ଭିଡ଼କୁ ଏଡ଼ାଇବା ପାଇଁ ଏବଂ ଲୋକମାନଙ୍କୁ ଏଠାରେ ଅଧିକ ସମୟ ଅଟକି ନ ରଖିବା ପାଇଁ ଆଲିଙ୍ଗନ ଲାଗି ଏକ ସମୟ ସୀମା ଧାର୍ଯ୍ୟ କରାଯାଇଛି।

ଏହା କରିବା ଦ୍ୱାରା ବିମାନବନ୍ଦରରେ ଅନାବଶ୍ୟକ ଟ୍ରାଫିକ୍, ଯାନବାହାନ ଏବଂ ଲୋକଙ୍କ ଭିଡ଼ କମିଯାଇଥାଏ। ଏହା ଦ୍ବାରା ଲୋକଙ୍କ ନିରାପତ୍ତାରେ କୌଣସି ଅସୁବିଧା ମଧ୍ୟ ସୃଷ୍ଟି କରି ନ ଥାଏ।

ଅଧିକ ପଢ଼ନ୍ତୁ: ଯୋଗୀଙ୍କୁ ହତ୍ୟା ଧମକ: ୧୦ ଦିନରେ ଇସ୍ତଫା ନ ଦେଲେ ବାବା ସିଦ୍ଦିକଙ୍କ ଅବସ୍ଥା ହେବ

ଉଲ୍ଲେଖଥାଉ କି, ବିମାନବନ୍ଦର ପରିଚାଳନାର  ଯୁକ୍ତି ହେଉଛି ଅକ୍ସିଟୋସିନ୍ ମୁକ୍ତ କରିବା ପାଇଁ ୨୦ ସେକେଣ୍ଡ ଆଲିଙ୍ଗନ ଯଥେଷ୍ଟ । ଏହା ପରେ ଆଲିଙ୍ଗନ ଅଜବ ଲାଗେ। ତେଣୁ, ଯେଉଁମାନେ ନିଜ ପରିବାର ସଦସ୍ୟ କିମ୍ବା ପ୍ରିୟଜନଙ୍କୁ ଛାଡିବାକୁ ଆସନ୍ତି, ସେମାନେ ବିଦାୟ ଦେବା ସମୟରେ ଅନାବଶ୍ୟକ ଭ‌ାବେ ଭାବପ୍ରବଣ ହୋଇ ସମୟ ନେବା ଉଚିତ୍ ନୁହେଁ। ଡ୍ରପ୍ ଅଫ୍ ଜୋନ୍ ସମସ୍ତଙ୍କ ପାଇଁ ରହିଛି। କିନ୍ତୁ, ଅନେକ ଲୋକ ଏଠାରେ ଭହୁ ସମୟ ଅଟକି ରହିବା ଉଚିତ୍ ନୁହେଁ। 

ଅଧିକ ପଢ଼ନ୍ତୁ: ଦ୍ୱିତୀୟ ଇନିଂସରେ ୧୭୪ ରନ୍‌ରେ ଅଟକିଲା ନ୍ୟୁଜିଲ୍ୟାଣ୍ଡ, ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୪୭