କରୋନା ମୃତ୍ୟୁ ପାଇଁ ଇଏସ୍ଆ‌ଇସି, ଇପିଏଫଓ ନିୟମ କୋହଳ ହେଲା

ଇପିଏଫ୍‌ଓ ବେତନ ସୀମା ୨୧ ହଜାର ଟଙ୍କାକୁ ବଢ଼ିବ, ଉପକୃତ ହେବେ ୭୫ ଲକ୍ଷ କର୍ମଚାରୀ

News India

କରୋନାରେ ମୃତ୍ୟୁ ହୋଇଥିଲେ ପରିବାର ପେନସନ ମିଳିବ
ଇଡିଏଲଆଇରେ ବୀମା ରାଶି ୭ ଲକ୍ଷ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଶନିବାର କରୋନାରେ ଅନାଥ ହୋଇ ଯାଉଥିବା ପିଲାଙ୍କ ଭଳି ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ କରୋନାରେ ହେଲେ ତାଙ୍କ ପରିବାରକୁ ସହାୟତା ଦେବା ଲାଗି ମଧ୍ୟ ଘୋଷଣା କରିଛନ୍ତି। କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ଅଧୀନରେ ମିଳୁଥିବା ପରିବାର ପେନସନକୁ ସରକାର ବ୍ୟାପକ କରୁଛନ୍ତି। ପୂର୍ବରୁ କେବଳ ନିଯୁକ୍ତିଜନିତ ମୃତ୍ୟୁ ହେଉଥିଲେ ପରିବାର ପେନସନ ମିଳୁଥି‌ବା ବେଳେ କୋଭିଡ-୧୯ରେ ମୃତ୍ୟୁ ହୋଇଥିଲେ ବି ପରିବାର ପେନସନ ମିଳିବ। କରୋନାରେ ଜୀବନ ହରାଇଥିବା କର୍ମଚାରୀଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତିମାନଙ୍କୁ ପରିବାର ପେନସନ ଦିଆଯିବ। ଏଭଳି ବ୍ୟକ୍ତିଙ୍କ ପରିବାରର ନିର୍ଭରଶୀଳ ସଦସ୍ୟମାନେ କର୍ମଚାରୀଙ୍କ ଦୈନିକ ହାରାହାରି ପାରିଶ୍ରମିକର ୯୦ ପ୍ରତିଶତ ପେନସନ ଆକାରରେ ପାଇବେ। ପିଛିଲାଭାବେ ଏହି ସୁବିଧା ୨୦୨୦ ମାର୍ଚ୍ଚ ୨୪ ତାରିଖରୁ ୨୦୨୨ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ମିଳିବ।

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) କର୍ମଚାରୀ ଜମା ସଂଯୋଜିତ ବୀମା ଯୋଜନା (ଇଡିଏଲଆଇ)କୁ ମଧ୍ୟ କୋହଳ କରାଯାଇଛି। ଏଥିରେ ସର୍ବାଧିକ ବୀମା ସୁବିଧାକୁ ୬ ଲକ୍ଷ ଟଙ୍କାରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି ୨.୫ ଲକ୍ଷ ଟଙ୍କାର ସର୍ବନିମ୍ନ ବୀମା ସୁବିଧାକୁ ମଧ୍ୟ ପୁନଃଅବସ୍ଥାପିତ କରାଯାଇଛି। ପିଛିଲାଭାବେ ୨୦୨୦ ଫେବ୍ରୁଆରି ୧୫ ତାରିଖରୁ ଏହା ୩ ବର୍ଷ ପାଇଁ ଉପଲବ୍ଧ ହେବ। ଗୋଟିଏ ସଂସ୍ଥାରେ ନିରବଚ୍ଛିନ୍ନ ଭାବେ ଚାକିରି କରିବା ସର୍ତ୍ତକୁ ମଧ୍ୟ କୋହଳ କରାଯାଇଛି। ମୃତ୍ୟୁ ହେବାର ୧୨ ମାସ ପୂର୍ବରୁ ଯଦି କୌଣସି କର୍ମଚାରୀ ଗୋଟିଏ ସଂସ୍ଥା ଛାଡ଼ି ଅନ୍ୟ ସଂସ୍ଥାକୁ ଯାଇଥାନ୍ତି ତାହେଲେ ସେମାନଙ୍କ ପରିବାରକୁ ସୁବିଧା ସୁଯୋଗ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe