ନୂଆଦିଲ୍ଲୀ: ଭାରତର ଜାତୀୟ ଗୀତ ‘ବନ୍ଦେ ମାତରମ୍’ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମଗ୍ର ଦେଶ ପାଇଁ ଏକ ସମାନ ନିୟମାବଳୀ ଜାରି କରାଯାଇଛି। ବୁଧବାର ସକାଳେ ଜାରି ହୋଇଥିବା ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ସମସ୍ତ ସରକାରୀ କାର୍ଯ୍ୟକ୍ରମ ଏବଂ ବିଦ୍ୟାଳୟଗୁଡ଼ିକରେ ଜାତୀୟ ସଙ୍ଗୀତ (ଜନ ଗଣ ମନ) ପୂର୍ବରୁ ‘ବନ୍ଦେ ମାତରମ୍’ ଗାନ କରାଯିବ।
Horoscope 2026 February 12 : ଜାଣନ୍ତୁ ଆଜିର ରାଶିଫଳ
ସମୟସୀମା ୩ ମିନିଟ୍ ୧୦ ସେକେଣ୍ଡ
ଉଲ୍ଲଂଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ
ଏଣିକି ଏହି ଗୀତର ପୂର୍ଣ୍ଣ ରୂପ ଅର୍ଥାତ୍ ସମସ୍ତ ସ୍ତବକ ଗାନ କରାଯିବ, ଯାହାର ସମୟସୀମା ପ୍ରାୟ ୩ ମିନିଟ୍ ୧୦ ସେକେଣ୍ଡ ରହିବ। ପୂର୍ବରୁ ବାଦ୍ ପଡ଼ିଥିବା ଛନ୍ଦକୁ ଏଥିରେ ପୁଣି ସାମିଲ କରାଯାଇଛି।
ନୂଆ ନିୟମାବଳୀର ମୁଖ୍ୟ ବିନ୍ଦୁ
‘ବନ୍ଦେ ମାତରମ୍’ ଗାନ ବେଳେ ସମସ୍ତ ବ୍ୟକ୍ତି ସାବଧାନ ମୁଦ୍ରାରେ ଠିଆ ହେବା ବାଧ୍ୟତାମୂଳକ
ପ୍ରଥମେ ଜାତୀୟ ଗୀତ (ବନ୍ଦେ ମାତରମ୍) ଏବଂ ତା’ପରେ ଜାତୀୟ ସଙ୍ଗୀତ (ଜନ ଗଣ ମନ) ପରିବେଷଣ କରାଯିବ
ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ସାମୂହିକ ଭାବେ ଏହାକୁ ଗାନ କରାଯିବାକୁ ଉତ୍ସାହିତ କରାଯାଇଛି
ଯଦି ଚଳଚ୍ଚିତ୍ର ଗୃହରେ କୌଣସି ଡକ୍ୟୁମେଣ୍ଟାରି ବା ନ୍ୟୁଜ୍ ରିଲ୍ରେ ଏହି ଗୀତ ବାଜେ, ତେବେ ସେଠାରେ ଠିଆ ହେବା ଆବଶ୍ୟକ ନାହିଁ
Electricity: ତାପଜ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ନେଇ ଆଶଙ୍କା
ଏହି ନୂତନ ନିୟମାବଳୀ ସହ ସରକାର ସ୍ପଷ୍ଟ କରିଛନ୍ତି ଯେ ଜାତୀୟ ଗୀତର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ଏହି ପ୍ରୋଟୋକଲ୍ ଲାଗୁ କରାଯାଇଛି। ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି, ‘ବନ୍ଦେ ମାତରମ୍’ ଗାନ ବେଳେ ସମସ୍ତ ବ୍ୟକ୍ତିଙ୍କୁ ଠିଆ ହେବାକୁ ପଡ଼ିବ। ଯଦି କୌଣସି ବ୍ୟକ୍ତି ଜାଣିଶୁଣି ବସି ରହନ୍ତି କିମ୍ବା ବ୍ୟାଘାତ ସୃଷ୍ଟି କରନ୍ତି, ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରାର୍ଥନା ସଭାରେ ଏହାକୁ ଗାନ କରାଯିବାକୁ କୁହାଯାଇଛି। ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶଭକ୍ତି ଜାଗ୍ରତ ହେବ ବୋଲି ସରକାର ଆଶା ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/12/vande-matarem-2026-02-12-01-36-21.jpg)