ଦିଲ୍ଲୀବାସୀଙ୍କ ପାଇଁ ବାହାଘର ସଂପର୍କୀତ ନୂଆ ନିୟମ ଜାରି କରିବେ ସରକାର

Advertisment
ଦିଲ୍ଲୀବାସୀଙ୍କ ପାଇଁ ବାହାଘର ସଂପର୍କୀତ ନୂଆ ନିୟମ ଜାରି କରିବେ ସରକାର

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ବାହାଘର ସଂପର୍କୀତ ନୂଆ ନିୟମ ଜାରି କରିବାକୁ ଦିଲ୍ଲୀ ସରକାର ଯୋଜନା କରୁଛନ୍ତି। ତାହା ଅନୁଯାୟୀ ବାହାଘର ପାଇଁ ଦିଲ୍ଲୀର କୌଣସି ଫାର୍ମ ହାଉସ୍‌, ମୋଟେଲ ବା ହୋଟେଲ୍‌ରେ ବିବାହ ଉତ୍ସବ ପାଇଁ ଆପଣ କେତେ ଅତିଥିଙ୍କୁ ଡାକିପାରିବେ,ତାର ନିଷ୍ପତ୍ତି ବାହାଘରର ଫ୍ଲୋର ଏରିଆ ଓ ଏହାର ପାର୍କିଂ କ୍ଷମତା ଉପରେ ସ୍ଥିରୀକୃତ ହେବ।

ଖାଲି ସେତିକି ନୁହେଁ,ଦିଲ୍ଲୀ ସରକାରଙ୍କ ପକ୍ଷରୁ ଖାଦ୍ୟ ଓ ଜଳ ନଷ୍ଟକୁ ରୋକିବା ଲାଗି ଏକ ନୂଆ ନୀତି ମଧ୍ୟ ନିର୍ଦ୍ଧାରିତ ହେବ। ବିବାହ ସ୍ଥଳ ବାହାରେ ବାହାଘରର ରାତି ସଂପନ୍ନ କରିବାକୁ ,ବ୍ୟାଣ୍ଡ ବରଯାତ୍ରା ଓ ଘୋଡା ଗାଡି ଆଦିର ଅନୁମତି ମିଳିବ ନାହିଁ। ତା’ଛଡା ବଳକା ଖାଦ୍ୟ ଗରିବ ଲୋକଙ୍କୁ ବଣ୍ଟାଯିବାର ମଧ୍ୟ ଯୋଜନା କରାଯାଇଛି।

publive-image

ଏସଂପର୍କରେ ମାର୍ଚ୍ଚ ୧୮ ତାରିଖ ପୂର୍ବରୁ ଦିଲ୍ଲୀ ଜନତାଙ୍କ ରାୟ ନେବାକୁ ଚାହୁଁଛନ୍ତି ଦିଲ୍ଲୀ ସରକାର। ଯଦି ଅଧିକାଂଶ ଲୋକ ଏହାର ସପକ୍ଷରେ ମତ ଦେବେ ତେବେ ସରକାର ଏହି ଯୋଜନାକୁ ଲାଗୁ କରିବେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe