ନିରାଶ ହୁଅନ୍ତୁ ନାହିଁ, ସପ୍ତାହେ ପରେ ପୁଣି ଆରମ୍ଭ ହେବ ଖେଳ : ବିସିସିଆଇ

‘ଅପରେସନ୍ ସିନ୍ଦୂର-୨.୦’ ପରିପ୍ରେକ୍ଷୀରେ ସୁରକ୍ଷା କାରଣରୁ ଆଇପିଏଲ୍ ବି ପ୍ରଭାବିତ ହୋଇଛି। ଆଇପିଏଲ୍ ମ୍ୟାଚକୁ ଏକସପ୍ତାହ ପାଇଁ ସ୍ଥଗିତ ରଖି ଦିଆଯାଇଛି। ଏହି ସୂଚନା ବିସିସିଆଇ ସୂତ୍ରରୁ ପ୍ରକାଶ ପାଇଛି।

gghh

ନୂଆଦିଲ୍ଲୀ:‘ଅପରେସନ୍ ସିନ୍ଦୂର-୨.୦’ ପରିପ୍ରେକ୍ଷୀରେ ସୁରକ୍ଷା କାରଣରୁ ଆଇପିଏଲ୍ ବି ପ୍ରଭାବିତ ହୋଇଛି। ଆଇପିଏଲ୍ ମ୍ୟାଚକୁ ଏକସପ୍ତାହ ପାଇଁ ସ୍ଥଗିତ ରଖି ଦିଆଯାଇଛି। ଏହି ସୂଚନା ବିସିସିଆଇ ସୂତ୍ରରୁ ପ୍ରକାଶ ପାଇଛି।

ମ୍ୟାଚ ସ୍ଥଗିତ ରହିବା ପ୍ରସଙ୍ଗ ଉପରେ ଅଧିକାରୀମାନେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ସମସ୍ତ ପ୍ରମୁଖ ଅଂଶୀଦାରଙ୍କ ସହ ପରାମର୍ଶ କରିବା ପରେ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ ଏହି ନିଷ୍ପତ୍ତି ନେଇଛି, ଯେଉଁଥିରେ ଅଧିକାଂଶ ଫ୍ରାଞ୍ଚାଇଜ୍ ସେମାନଙ୍କ ଖେଳାଳିଙ୍କ ଚିନ୍ତା ଏବଂ ଭାବନା ପ୍ରକାଶ କରିଥିଲେ । 

ଏଥିସହିତ ପ୍ରାୟୋଜକ ଏବଂ ପ୍ରଶଂସକଙ୍କ ମତାମତ ମଧ୍ୟ ପ୍ରକାଶ କରିଥିଲେ। ଦେଶର ସଶସ୍ତ୍ର ବାହିନୀର ଶକ୍ତି ଏବଂ ପ୍ରସ୍ତୁତି ଉପରେ ବିସିସିଆଇର ପୂର୍ଣ୍ଣ ବିଶ୍ୱାସ ଅଛି। ସମସ୍ତ ଅଂଶୀଦାରଙ୍କ ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବୋର୍ଡ ମ୍ୟାଚ ସ୍ଥଗିତ ରଖିବାର ନିଷ୍ପତ୍ତିକୁଉପଯୁକ୍ତ ମନେ କରିଥିଲା। ତେବେ ଖେଳପ୍ରେମୀଙ୍କୁ  ନିରାଶ ହେବାର କୌଣସି କାରଣ ନାହିଁ। ଆଶା ରଖାଯାଇଛି ଏକ ସପ୍ତାହ ପରେ ପୁଣି ମ୍ୟାଚ ଆରମ୍ଭ ହେବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe