ନିର୍ମାଣ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା, ଝିଅଙ୍କ ବିବାହ ସମୟରେ ୫୧ ହଜାର ଟଙ୍କା ଦେବେ ସରକାର

Advertisment
ନିର୍ମାଣ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା, ଝିଅଙ୍କ ବିବାହ ସମୟରେ ୫୧ ହଜାର ଟଙ୍କା ଦେବେ ସରକାର

The Indian Express

ଚଣ୍ଡୀଗଡ଼: ପଞ୍ଜାବ ସରକାର ନିର୍ମାଣ ଶ୍ରମିକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି | ଆସନ୍ତା ଆର୍ଥିକ ବର୍ଷ ଏପ୍ରିଲ ୨୦୨୧ ରୁ ନିର୍ମାଣ ଶ୍ରମିକଙ୍କ ଝିଅର ବିବାହ ସମୟରେ ୫୧ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି | ଏହାପୂର୍ବରୁ ପଞ୍ଜାବ ସରକାର ନିର୍ମାଣ ଶ୍ରମିକଙ୍କ ଝିଅ ବିବାହ ପାଇଁ ୩୧ ହଜାର ଟଙ୍କା ଦେଉଥିବାବେଳେ ୨୦ ହଜାର ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି | ଆଉ ଏହା ପରେ ଏବେ ନିର୍ମାଣ ଶ୍ରମିକଙ୍କ ଝିଅ ବିବାହ ପାଇଁ ସରକାର ସମୁଦାୟ ୫୧ ହଜାର ଟଙ୍କା ଦେବେ |

ଏହା ବ୍ୟତୀତ ଯେଉଁ ନିର୍ମାଣ ଶ୍ରମିକମାନେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ସେମାନଙ୍କୁ ମଧ୍ୟ ୧୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ | ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ସହାୟତା ପାଇବାକୁ ଆବେଦନ କରିବା ପ୍ରକ୍ରିୟାକୁ ମଧ୍ୟ ସରଳ କରାଯାଇଛି | ବିବାହ ଅର୍ଥରାଶି ପାଇବାକୁ ହେଲେ ଯେ କୌଣସି ଧାର୍ମିକ ଅନୁଷ୍ଠାନ, ଗୁରୁଦ୍ୱାର, ମନ୍ଦିର ଏବଂ ଚର୍ଚ୍ଚ ଦ୍ୱାରା ଜାରି ହୋଇଥିବା ବିବାହ ପ୍ରମାଣପତ୍ରକୁ ସ୍ୱୀକୃତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି।

ସେହିପରି ନୂଆ ନିୟମ ମୁତାବକ ବିବାହ ପୂର୍ବରୁ ଜଣେ ଚାହିଁଲେ ୫୦ ପ୍ରତିଶତ ଅର୍ଥରାଶି ଆଗୁଆ ନେଇପାରିବେ |ସେହିପରି ଅବଶିଷ୍ଟ ରାଶି ବିବାହ ପ୍ରମାଣପତ୍ର ଦାଖଲ ପରେ ମିଳିବ | ସେହିପରି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ଘଟିଲେ ପଂଜିକୃତ ନ ହୋଇଥିଲେ ବି ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe