ଚୀନ୍‌ରେ ନୂଆ ପର୍ଯ୍ୟାୟର କରୋନା ସଂକ୍ରମଣ, ଲକ୍ଷଣ ବଦଳାଉଛି କୋଭିଡ୍‌-୧୯

ଚୀନ୍‌ରେ ନୂଆ ପର୍ଯ୍ୟାୟର କରୋନା ସଂକ୍ରମଣ, ଲକ୍ଷଣ ବଦଳାଉଛି କୋଭିଡ୍‌-୧୯

A doctor wearing a face mask looks at a CT image of a lung of a patient at a hospital in Wuhan, China.

ବେଜିଂ: ଚୀନ୍‌ର ଉହାନ ସହରର ପୀଡି଼ତମାନଙ୍କ ଠାରେ ଦେଖାଦେଇଥିବା କୋଭିଡ୍-୧୯ର ଲକ୍ଷଣଗୁଡି଼କ ଅପେକ୍ଷା ନୂଆ ସଂକ୍ରମିତ ରୋଗୀମାନଙ୍କର ଲକ୍ଷଣ ଭିନ୍ନ ରହିଛି। ଏଡା ଋଷିଆରୁ ଆସିଥିବା ସଂକ୍ରମିତଙ୍କ ଦ୍ବାରା ବ୍ୟାପୁଥିବା ଅନୁମିତ। ବିଶେଷ କରି ଜିଲିନ୍ ଓ ହିଲଂଜିଆଂ ପରି ଚୀନ୍‌ର ଉତ୍ତର ଭାଗରେ ଥିବା ପ୍ରଦେଶଗୁଡନିକରେ କୋଭିଡ୍-୧୯ ପୀଡ଼ିତଙ୍କ ଶରୀରରେ ଭୂତାଣୁ ବହୁଦିନ ଧରି ସ୍ଥାଣୁ ରହିବା ପରେ ଧୀରେ ଧୀରେ ଉପଦ୍ରବ ବଢ଼ାଉଛନ୍ତି। ସେହିପରି ଚୀନ୍‌ର ପୂର୍ବୋତ୍ତର ଅଞ୍ଚଳରେ ମଧ୍ୟ କରୋନା ସଂକ୍ରମିତ ପୀଡି଼ତମାନଙ୍କୁ ରୋଗର ଲକ୍ଷଣ ପ୍ରଦର୍ଶନ କରିବା ଲାଗି ଉହାନ ପୀଡି଼ତଙ୍କ ଅପେକ୍ଷା ଅଧିକ ଦୁଇ ସପ୍ତାହ ଲାଗୁଥିବା ଜଣାଯାଇଛିା

ତେଣୁ ଏଭଳି ଏହି ଅଧିକ ନିରବ ଅବଧି ମଧ୍ୟରେ ନୂଆ ସଂକ୍ରମଣ ମାମଲା ଚିହ୍ନଟ କରିବା କଷ୍ଟକର ବୋଲି ଜାଣିଲା ବେଳକୁ ରୋଗୀମାନେ ଭିତରେ ଭିତରେ ନୂଆ ପାରିବାରିକ ସଂକ୍ରମଣ ପୁଞ୍ଜ ସୃଷ୍ଟି କରିସାରିଥିବାର ଆଶଙ୍କା ରହିଛି। ଉହାନ ସହରରେ କୋଭିଡ୍ ପୀଡି଼ତଙ୍କର ହୃତ୍‌ପିଣ୍ତ, ବୃକକ୍ ଓ ପାକସ୍ଥଳୀରେ ସମସ୍ୟା ଦେଖାଦେଇଥିବା ବେଳେ ପୂର୍ବୋତ୍ତର ଅଞ୍ଚଳରେ ଏହି ନୂଆ ପର୍ଯ୍ୟାୟ ପୀଡି଼ତଙ୍କର ଫୁସ୍‌ଫୁସ୍‌ରେ ସମସ୍ୟା ଦେଖାଯାଉଛିା ବିଗତ ଦୁଇ ସପ୍ତାହ ଭିତରେ ସୁଲାନ୍, ଜିଲିନ୍ ଓ ସେଙ୍‌ୟାଙ୍‌ ଆଦି ତିନିଟି ସହରରେ ଏହିପରି ୪୬ଟି ମାମଲା ବା ପାରିବାରିକ ସଂକ୍ରମଣ ପୁଞ୍ଜ ନଜରକୁ ଆସିଛିା ତେଣୁ ଭିତରେ ଭିତରେ ସେମାନେ କେତେ ଯେ ସଂକ୍ରମଣ କେନ୍ଦ୍ର ସୃଷ୍ଟିକରିଥିବେ ତାହା କହିବା ମୁସ୍କିଲ୍। ଫଳରେ ଗତମାସରେ ଲକ୍‌ଡାଉନ୍‌ରୁ ମୁକୁଳିଥିବା ପ୍ରାୟ ୧୦ କୋଟି ଚୀନ୍‌ବରସୀଙ୍କ ପାଇଁ ପୁଣି କଠୋର କଟକଣା ଆହ୍ବାନ ପାଲଟିଛି। ସୁତରାଂ ସଂକ୍ରମଣ ଅପସରିଯାଇଛି ବୋଲି ଧରିନିଆଯାଇପାରିବ ନାହିଁ ବୋଲି ଜଣେ ବିଶେଷଜ୍ଞ ସତର୍କ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe