କାବୁଲ: ତାଲିବାନ ତା'ର କଠୋରପନ୍ଥୀ ନୀତି ପାଇଁ ଜଣାଶୁଣା । ନିକଟରେ ଆଫଗାନିସ୍ତାନରେ ତାଲିବାନ ଶାସନକୁ ୩ ବର୍ଷ ପୂରିଛି। ସେପଟେ ସେଠାରେ ମହିଳାଙ୍କ ଉପରେ ଅତ୍ୟାଚାର ଓ କଟକଣା ବଢିବାରେ ଲାଗିଛି । ନିକଟରେ ତାଲିବାନ ଆଫଗାନିସ୍ତାନରେ ମହିଳାଙ୍କ ସ୍ୱରକୁ ସର୍ବସାଧାରଣରେ ଗୀତ ଗାଇବା କିମ୍ବା ପଢିବା ଉପରେ ପ୍ରତିବନ୍ଧକ ଲଗାଇଛି । ତାଲିବାନ ନେତା ହିବତୁଲ୍ଲା ଆଖୁନ୍ଦଜାଦା ଏହି ନୂଆ ଆଇନ ଆଣିଛନ୍ତି।
ନୂଆ ଆଇନ ଅନୁଯାୟୀ ମହିଳାମାନେ ନିଜ ମୁହଁ ସମେତ ସର୍ବସାଧାରଣ ସ୍ଥାନରେ ନିଜର ପୂରା ଶରୀରକୁ ଘୋଡ଼ାଇ ରଖିବେ। ଏହି ନୂଆ ଆଇନ ଅନୁଯାୟୀ ମହିଳାଙ୍କ ସ୍ୱରକୁ ବ୍ୟକ୍ତିଗତ ଭାବେ ବିବେଚନା କରାଯାଏ ଏବଂ ସର୍ବସାଧାରଣରେ ଶୁଣାଣି କରିବାକୁ ଅନୁମତି ଦିଆଯିବ ନାହିଁ । ଏହି ନିୟମ ଅନୁସାରେ ମହିଳାମାନେ କେବଳ ଗୀତ ଗାଇପାରିବେ ନାହିଁ ବରଂ କୌଣସି ପ୍ରକାର ସାର୍ବଜନୀନ କଥାବାର୍ତ୍ତା ରୁ ମଧ୍ୟ ବଞ୍ଚିତ ହେବେ । ଏହାବ୍ୟତୀତ ମହିଳାମାନଙ୍କୁ ଅଣସମ୍ପର୍କିତ ପୁରୁଷଙ୍କୁ ଦେଖିବାକୁ ମଧ୍ୟ ବାରଣ କରାଯାଇଛି।
ତାଲିବାନର ନୂଆ ନିୟମ ଅନୁସାରେ ମହିଳାମାନେ କେବଳ ଗୀତ ଗାଇପାରିବେ ନାହିଁ ବରଂ କୌଣସି ପ୍ରକାର ସାର୍ବଜନୀନ କଥାବାର୍ତ୍ତା ରୁ ମଧ୍ୟ ବଞ୍ଚିତ ହେବେ । ଏହାବ୍ୟତୀତ ମହିଳାମାନଙ୍କୁ ଅଣସମ୍ପର୍କିତ ପୁରୁଷଙ୍କୁ ଦେଖିବାକୁ ମଧ୍ୟ ବାରଣ କରାଯାଇଛି।
ହିବତୁଲ୍ଲା ଆଖୁନ୍ଦଜାଦାଙ୍କ ନିଷ୍ପତ୍ତି ପରେ ବୁଧବାର ଏହି ଆଇନ ଜାରି କରାଯାଇଛି ବୋଲି ତାଲିବାନର ସରକାରୀ ମୁଖପାତ୍ର କହିଛନ୍ତି। ଏହି ଆଇନରେ ଦୈନନ୍ଦିନ ଜୀବନର ସର୍ବସାଧାରଣ ପରିବହନ, ସଙ୍ଗୀତ, ଶେଭିଂ ଏବଂ ପର୍ବପର୍ବାଣୀ ଭଳି ଦିଗକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ନୂଆ ଆଇନ ଅନୁଯାୟୀ ମହିଳାମାନେ ମଧ୍ୟ ଅଣମୁସଲମାନ ପୁରୁଷ ଓ ମହିଳାଙ୍କ ସମ୍ମୁଖରେ ନିଜକୁ ଆବୃତ ରଖିବାକୁ ପଡ଼ିବ। ଏତଦ୍ ବ୍ୟତୀତ ମହିଳାମାନେ ପତଳା, ଟାଇଟ୍ କିମ୍ବା ଛୋଟ ପୋଷାକ ପିନ୍ଧି ପାରିବେ ନାହିଁ ବୋଲି ଆଇନରେ ଉଲ୍ଲେଖ ରହିଛି।
Follow Us