ରାଜପଥ, ଏକ୍ସପ୍ରେସଓ୍ବେରେ ଦୈନିକ ୨୦ କିମି ଯାତ୍ରା ପର୍ଯ୍ୟନ୍ତ ଟୋଲ୍ ଟିକସ ଆଦାୟ ହେବନାହିଁ

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଜାତୀୟ ରାଜପଥ ଶୁଳ୍କ ନିୟମରେ ପରିବର୍ତ୍ତନ କରିଛି। ଏହା ଦ୍ୱାରା ସେହି ଲୋକମାନେ ବହୁତ ଉପକୃତ ହେବେ ଯେଉଁମାନଙ୍କୁ ପ୍ରତିଦିନ କୌଣସି କାମରେ ରାଜପଥ କିମ୍ବା ଏକ୍ସପ୍ରେସୱେରେ ଯିବାକୁ ପଡୁଛି ଏବଂ ସେମାନଙ୍କ ଘର ଟୋଲ ପ୍ଲାଜା ନିକଟରେ ରହିଛି ।

nh3

ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଜାତୀୟ ରାଜପଥ ଶୁଳ୍କ ନିୟମରେ ପରିବର୍ତ୍ତନ କରିଛି। ଏହା ଦ୍ୱାରା ସେହି ଲୋକମାନେ ବହୁତ ଉପକୃତ ହେବେ ଯେଉଁମାନଙ୍କୁ ପ୍ରତିଦିନ କୌଣସି କାମରେ ରାଜପଥ କିମ୍ବା ଏକ୍ସପ୍ରେସୱେରେ ଯିବାକୁ ପଡୁଛି ଏବଂ ସେମାନଙ୍କ ଘର ଟୋଲ ପ୍ଲାଜା ନିକଟରେ ରହିଛି । ଆସନ୍ତୁ ଜାଣିବା ଏହି ନୂଆ ନିୟମ ଦ୍ୱାରା ଆପଣଙ୍କୁ କିପରି ଫାଇଦା ମିଳିବ ।

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅନୁଯାୟୀ, ଗ୍ଲୋବାଲ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (ଜିଏନ୍ଏସ୍ଏସ୍) ବ୍ୟବହାର କରୁଥିବା ଘରୋଇ ଗାଡ଼ି ମାଲିକଙ୍କୁ ରାଜପଥ ଓ ଏକ୍ସପ୍ରେସ୍ ୱେରେ ୨୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ପ୍ରତିଦିନ କୌଣସି ଟୋଲ୍ ଆଦାୟ କରାଯିବ ନାହିଁ।

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅନୁଯାୟୀ, ଗ୍ଲୋବାଲ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (ଜିଏନ୍ଏସ୍ଏସ୍) ବ୍ୟବହାର କରୁଥିବା ଘରୋଇ ଗାଡ଼ି ମାଲିକଙ୍କୁ ରାଜପଥ ଓ ଏକ୍ସପ୍ରେସ୍ ୱେରେ ୨୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ପ୍ରତିଦିନ କୌଣସି ଟୋଲ୍ ଆଦାୟ କରାଯିବ ନାହିଁ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଗ୍ଲୋବାଲ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ଆଧାରିତ ୟୁଜର ଫି' ସଂଗ୍ରହ ବ୍ୟବସ୍ଥା ଅଧୀନରେ ଗୋଟିଏ ଦିନରେ ପ୍ରତ୍ୟେକ ଦିଗରେ ୨୦ କିଲୋମିଟର ଯାତ୍ରା ପାଇଁ ଜାତୀୟ ରାଜପଥ, ସ୍ଥାୟୀ ସେତୁ, ବାଇପାସ୍ କିମ୍ବା ଟନେଲ ବ୍ୟବହାର ପାଇଁ ଜାତୀୟ ପରମିଟ୍ ଥିବା ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଗାଡ଼ିର ଦାୟିତ୍ୱରେ ଥିବା ଡ୍ରାଇଭର, ମାଲିକ କିମ୍ବା ବ୍ୟକ୍ତିଙ୍କଠାରୁ ଶୂନ ଉପଭୋକ୍ତା ଶୁଳ୍କ ଆଦାୟ କରାଯିବ। ଏହା ଦ୍ବାରା ପ୍ରତିଦିନ ରାଜପଥରେ ଯିବାଆସିବା କରୁଥିବା ଲୋକମାନେ ଉପକୃତ ହେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe