ତିରୁପତି ମନ୍ଦିରର ନୂଆ ଟ୍ରଷ୍ଟ ବୋର୍ଡ କେନ୍ଦ୍ର ମନ୍ତ୍ରିମଣ୍ଡଳଠାରୁ ବି ବଡ଼

ତିରୁପତି ମନ୍ଦିରର ନୂଆ ଟ୍ରଷ୍ଟ ବୋର୍ଡ କେନ୍ଦ୍ର ମନ୍ତ୍ରିମଣ୍ଡଳଠାରୁ ବି ବଡ଼

en.wikipedia.org

ତିରୁପତି : ଆନ୍ଧ୍ର ପ୍ରଦେଶ ସରକାର ତିରୁମାଲା ତିରୁପତି ଦେବସ୍ଥାନମ୍‌ (ଟିଟିଡି) ପାଇଁ ନୂଆ ଟ୍ରଷ୍ଟ ବୋର୍ଡ ଗଠନ କରିଛନ୍ତି। ୮୧ ସଦସ୍ୟ ବିଶିଷ୍ଟ ତିରୁପତି ମନ୍ଦିର ଟ୍ରଷ୍ଟ ବୋର୍ଡ କେନ୍ଦ୍ର ମନ୍ତ୍ରିମଣ୍ଡଳଠାରୁ ମଧ୍ୟ ବଡ଼। ଏହି ଟ୍ରଷ୍ଟ ବୋର୍ଡରେ ୨୯ ଜଣ ସଦସ୍ୟ ଏବଂ ୫୨ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅଛନ୍ତି। ଏହା ହେଉଛି ବିଶ୍ବର ସବୁଠାରୁ ଧନୀ ହିନ୍ଦୁ ଦେବୋତ୍ତର କମିଟି ଏବଂ ସବୁଠାରୁ ବଡ଼ ଟ୍ରଷ୍ଟ ବୋର୍ଡ। ବିଦାୟୀ ଟ୍ରଷ୍ଟ ବୋର୍ଡର ସଦସ୍ୟ ସଂଖ୍ୟା ୪୦ରୁ କମ୍‌ ଥିବାବେଳେ ନୂଆ ବୋର୍ଡରେ ୮୧ ସଦସ୍ୟ ଅଛନ୍ତି।

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପ୍ରଧାନମନ୍ତ୍ରୀଙ୍କ ସମେତ ମୋଟ ୭୮ ସଦସ୍ୟ ଥିବାବ‌େଳେ ତିରୁପତି ଟ୍ରଷ୍ଟ ବୋର୍ଡ ସଦସ୍ୟ ସଂଖ୍ୟା ୮୧। ତେଣୁ ଏହା କେନ୍ଦ୍ର ମନ୍ତ୍ରିମଣ୍ଡଳଠାରୁ ମଧ୍ୟ ବଡ଼। ଇଣ୍ଡିଆ ସିମେଣ୍ଟସ୍‌ ଚେୟାରମ୍ୟାନ୍‌ ଏନ୍‌ ଶ୍ରୀନିବାସନ୍‌, ମାଇ ହୋମ୍‌ ଗ୍ରୁପ୍‌ ଚେୟାରମ୍ୟାନ୍‌ ଜେ ରାମେଶ୍ବର ରାଓ, ହେଟେରୋ ଗ୍ରୁପ ଚେୟାରମ୍ୟାନ୍‌ ବି ପାର୍ଥସାରଥୀ ରେଡ୍ଡୀ ନୂଆ ଟ୍ରଷ୍ଟ ବୋର୍ଡର ସଦସ୍ୟ ଅଛନ୍ତି। ପଡ଼ୋଶୀ ରାଜ୍ୟ ତେଲେଙ୍ଗାନାର ମଧ୍ୟ ୭ ଜଣ ସଦସ୍ୟଙ୍କୁ ବୋର୍ଡରେ ରଖାଯାଇଛି। ବୋର୍ଡର ସଦସ୍ୟତା ପାଇଁ ଆଗ୍ରହ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର କିଛି ପ୍ରଭାବଶାଳୀ ଭକ୍ତଙ୍କୁ ବୋର୍ଡର ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe