ଆଫଗାନ୍‌ ସଙ୍କଟରେ ନୂଆ ମୋଡ଼: ସମାନ୍ତରାଳ ସରକାର ଘୋଷଣା କରିବେ ପଂଜଶୀର ବିଦ୍ରୋହୀ ବାହିନୀ

Advertisment
ଆଫଗାନ୍‌ ସଙ୍କଟରେ ନୂଆ ମୋଡ଼: ସମାନ୍ତରାଳ ସରକାର ଘୋଷଣା କରିବେ ପଂଜଶୀର ବିଦ୍ରୋହୀ ବାହିନୀ

NDTV.com

କାବୁଲ : ତାଲିବାନ ପଂଜଶୀରରେ ବିଜୟ ହାସଲ କରିଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି ଏବଂ ସେଠାରେ ଏବେ ବି ୫୦ରୁ ଅଧିକ ସ୍ଥାନରେ ଲଢ଼େଇ ଜାରି ରହିଛି। ବିଦ୍ରୋହୀମାନେ ଏହି ପ୍ରଦେଶର ଶତାଧିକ ସ୍ଥାନରେ ନିଜର ଆଡ଼ା ସୁରକ୍ଷିତ କରିବା ସହ ଦୀର୍ଘକାଳୀନ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇସାରିଥିବାରୁ ପଂଜଶୀର ତାଲିବାନ ଦଖଲକୁ ଆସିବା ଏତେ ସହଜ ହେବନାହିଁ ବୋଲି କୁହାଯାଇଛି। ପଂଜଶୀର ବିଦ୍ରୋହୀ ବାହିନୀ ପକ୍ଷରୁ ଆଜି ଘୋଷଣା ‌କରାଯାଇଛି ଯେ ଆଫଗାନିସ୍ତାନରେ ସମାନ୍ତରାଳ ସରକାର ଘୋଷଣା କରିବା ଏବଂ ପଂଜଶୀରରୁ ସମଗ୍ର ଦେଶର ଶାସନ ନିୟନ୍ତ୍ରଣ କରିବା ଆମର ଲକ୍ଷ୍ୟ ହେବ। ବିଦ୍ରୋହୀ ବାହିନୀ ନେତା ଅହମଦ ମସୋଦ କହିଛନ୍ତି, ସମାନ୍ତରାଳ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଏବଂ ଅନ୍ୟ ପ୍ରଦେଶର ନେତାମାନଙ୍କ ସହ ଆଲୋଚନା ଆରମ୍ଭ ହୋଇଛି ।

ପଂଜଶୀର ବିଦ୍ରୋହୀ ବ‌ାହିନୀ ତାଲିବାନ କାମଚଳା ସରକାରକୁ ଅବୈଧ ବୋଲି କହିଛି। ଦେଶରେ ଗଣତାନ୍ତ୍ରିକ ଏବଂ ବୈଧ ସରକାର ଗଠନ ପାଇଁ ବିଭିନ୍ନ ସଂଗଠନର ନେତାଙ୍କ ସହ ବିଦ୍ରୋହୀ ବାହିନୀର ନେତାମାନେ ଯୋଗାଯୋଗରେ ଅଛନ୍ତି। ଏହି ସରକାର ଲୋକଙ୍କ ଭୋଟ୍‌ ଆଧାରରେ ଗଠନ ହେବ ଏବଂ ଅନ୍ତର୍ଜାତୀୟ ସମୁଦାୟ ପାଇଁ ମଧ୍ୟ ଗ୍ରହଣୀୟ ହେବ। ପଂଜଶୀର ବିଦ୍ରୋହୀ ବାହିନୀ ଏବେ ଜାତିସଂଘ, ୟୁରୋପୀୟ ସଂଘ, ସାର୍କ‌୍ ଇସିଓ ଏବଂ ଓଆଇସିର ସଦସ୍ୟ ରାଷ୍ଟ୍ରମାନଙ୍କୁ ତାଲିବାନକୁ ସହଯୋଗ ନ କରିବା ପାଇଁ ନିବେଦନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe