ନିଜେ ନିଜକୁ ଧମକ ଦେଇଥିଲେ ପପ୍ପୁ ଯାଦବ !

ନିକଟରେ ସାଂସଦ ପପୁ ଯାଦବଙ୍କୁ ଜଣେ ବ୍ୟକ୍ତି ହତ୍ୟା ଧମକ ଦେଇଥିଲେ। ଏହା ପଛରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ହାତ ଥିବା ମନେ କରାଯାଉଥିଲା । କିନ୍ତୁ ପୁଲିସ ତଦନ୍ତରୁ ଯାହା ଜଣାପଡ଼ିଛି ତାହାକୁ ଦେଖି ଖୋଦ ପୁଲିସ ବି ତାଜୁବ ହୋଇଯାଇଛି। 

kkk

ପୂର୍ଣ୍ଣିଆ: ନିକଟରେ ସାଂସଦ ପପୁ ଯାଦବଙ୍କୁ ଜଣେ ବ୍ୟକ୍ତି ହତ୍ୟା ଧମକ ଦେଇଥିଲେ। ଅଭିଯୁକ୍ତ ଜଣକ ଏକ ଭିଡିଓ ଜାରି କରି ହତ୍ୟା ଧମକ ଦେଇଥିଲା । ଏହା ପଛରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ହାତ ଥିବା ମନେ କରାଯାଉଥିଲା । କିନ୍ତୁ ପୁଲିସ ତଦନ୍ତରୁ ଯାହା ଜଣାପଡ଼ିଛି ତାହାକୁ ଦେଖି ଖୋଦ ପୁଲିସ ବି ତାଜୁବ ହୋଇଯାଇଛି। 

 ପୂର୍ଣ୍ଣିଆ ଏସପି କାର୍ତ୍ତିକେୟ ଶର୍ମା ଏହି ମାମଲାରେ ବଡ ସୂଚନା ଦେଇଛନ୍ତି । ଏହି ଘଟଣାରେ ପୁଲିସ ଭୋଜପୁରରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ସ୍ୱୀକାର କରିଛି ଯେ ଏହି ହତ୍ୟା ଧମକ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନୁହେଁ, ବରଂ ଖୋଦ ପୁପ୍ପୁ ଯାଦବଙ୍କ ସହଯୋଗୀମାନେ କରାଇଥିଲେ । ଉଦ୍ଦେଶ୍ୟ ଥିଲା ଏପରି ଧମକ ଦେଇ ପପ୍ପଙ୍କ ପାଇଁ ସରକାରୀ ସୁରକ୍ଷା ହାସଲ କରିବା । ପୁଲିସ କହିଛି ଯେ ପପ୍ପୁ ଯାଦବଙ୍କ କିଛି ଲୋକ ତାଙ୍କୁ ମିଛ ଧମକ ଦେବା ପାଇଁ ଭିଡିଓ ତିଆରି କରିଥିଲେ। ସାଂସଦଙ୍କ ଲୋକମାନେ ମଧ୍ୟ ଏହି କାମ ପାଇଁ ଟଙ୍କା ଦେଇଥିଲେ। 

ଗିରଫ ବ୍ୟକ୍ତି ସ୍ୱୀକାର କରିଛି ଯେ ଏହି ହତ୍ୟା ଧମକ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନୁହେଁ, ବରଂ ଖୋଦ ପୁପ୍ପୁ ଯାଦବଙ୍କ ସହଯୋଗୀମାନେ କରାଇଥିଲେ । ଉଦ୍ଦେଶ୍ୟ ଥିଲା ଏପରି ଧମକ ଦେଇ ପପ୍ପଙ୍କ ପାଇଁ ସରକାରୀ ସୁରକ୍ଷା ହାସଲ କରିବା ।

କାର୍ତ୍ତିକେୟ ଶର୍ମା କହିଛନ୍ତି ଯେ ଗିରଫ ଅଭିଯୁକ୍ତ ପୂର୍ବତନ ସାଂସଦ ପପୁ ଯାଦବଙ୍କ ଘନିଷ୍ଠ ସହଯୋଗୀ ଏବଂ ତାଙ୍କ ଦଳର ସଦସ୍ୟ ମଧ୍ୟ ଥିଲା। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଏହି ବ୍ୟକ୍ତିଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି। ପୂରା ମାମଲା ସାଂସଦଙ୍କ ସୁରକ୍ଷା ବଢ଼ାଇବା ପାଇଁ ଷଡ଼ଯନ୍ତ୍ରର ଏକ ଅଂଶ। ଗିରଫ ବ୍ୟକ୍ତିର ନାମ ରାମ ବାବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe