ଦାଢ଼ି ପାଇଁ ନୁହେଁ ଏହି କାରଣରୁ ସ୍ବାମୀକୁ ଛାଡ଼ି ଦିଅରଙ୍କ ସହ ରହିବାକୁ ଚାହୁଛି

Advertisment
tbsjhuiye

ମିରଟ: ସ୍ୱାମୀଙ୍କ ଦାଢ଼ି ପସନ୍ଦ ନ ଆସିବାରୁ ପତ୍ନୀ ଦିଅରଙ୍କ ସହ ଫେରାର ହେବା ଘଟଣାରେ ଏକ ନୂତନ ମୋଡ଼ ଆସିଛି। କିଛି ଦିନ ଧରି ଦିଅରଙ୍କ ସହ ରହିବା ପରେ ମହିଳା ଘରକୁ ଫେରିଥିଲେ। ଫେରିବା ମାତ୍ରେ ଏକ ବଡ଼ ହଙ୍ଗାମା ହେଲା। ବହୁତ ହଙ୍ଗାମା ପରେ ୨ପକ୍ଷ ପୁଲିସ ଷ୍ଟେସନରେ ପହଞ୍ଚିଲେ। ପତ୍ନୀ ସେଠାରେ ଉପସ୍ଥିତ ଲୋକମାନଙ୍କୁ କହିଥିଲେ ଯେ, ସେ ତାଙ୍କ ସ୍ୱାମୀଙ୍କ ଦାଢ଼ି ପାଇଁ ତାଙ୍କୁ ଛାଡି ନାହାଁନ୍ତି, ବରଂ ଏହା ପଛରେ ଅନ୍ୟ କିଛି କାରଣ ଅଛି। ସେ ଅଭିଯୋଗ କରିଥିଲେ ଯେ ଦୋଷ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଅଛି।

ଏହି ଘଟଣାଟି ମିରଟର ଲିସାଡି ଗେଟ୍ ଥାନା ଅଞ୍ଚଳରେ ଥିବା ଉଜ୍ଜ୍ୱଳ ଗାର୍ଡେନ୍ କଲୋନୀରେ ଘଟିଛି। ଏହି ସ୍ଥାନର ବାସିନ୍ଦା ମୌଲାନା ଶାକିରଙ୍କର ବିବାହ ପ୍ରାୟ ୭ମାସ ପୂର୍ବେ ଇଞ୍ଚୌଲିର ବାସିନ୍ଦା ଅର୍ଶୀ ନାମକ ଏକ ମହିଳାଙ୍କ ସହିତ ହୋଇଥିଲା। ବିବାହ ପରେ, ଅର୍ଶିକୁ ଶାକିରଙ୍କ ଦାଢ଼ି ପସନ୍ଦ ଆସିନଥିଲା। ସେ ଶାକିରଙ୍କୁ କହିଲେ ଯେ, ଯଦି ସେ ଏକାଠି ରହିବାକୁ ଚାହାଁନ୍ତି, ତେବେ ତାଙ୍କୁ ତାଙ୍କ ଦାଢ଼ି କାଟିବାକୁ ପଡିବ। ଶାକିର ସ୍ପଷ୍ଟ ଭାବରେ ମନା କରିଦେଲେ କାରଣ ଦାଢ଼ି ତାଙ୍କ ଧାର୍ମିକ ବିଶ୍ୱାସର ଏକ ଅଂଶ। ଏହି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଗଲା। ଶାକିର ତାଙ୍କ ସ୍ତ୍ରୀଙ୍କ ପରିବାରକୁ ମଧ୍ୟ ଏହା କହିଥିଲେ, କିନ୍ତୁ କୌଣସି ସମାଧାନର ବାଟ ବାହାରିଲା ନାହିଁ। ଏହି ସମୟ ମଧ୍ୟରେ ଶାକିର ଜାଣିପାରିଲେ ଯେ, ତାଙ୍କ ସ୍ତ୍ରୀ ତାଙ୍କ ଭାଇଙ୍କ ସହିତ ପ୍ରେମ ସମ୍ପର୍କ ରଖିଛନ୍ତି। ପରେ ଫେବ୍ରୁଆରି ୩ ତାରିଖରେ, ଅର୍ଶୀ ତାଙ୍କର ସମସ୍ତ ଜିନିଷପତ୍ର ନେଇ ଦିଅରଙ୍କ ସହିତ ଫେରାର ହୋଇ ଯାଇଥିଲେ।

ଏବେ ସେ ଘରକୁ ଫେରିବା ପରେ ଫେରାର ହେବା ପଛର ପ୍ରକୃତ କାରଣ କହିଛନ୍ତି। ସେ କହିଛନ୍ତି ଦାଢ଼ି ପାଇଁ ନୁହେଁ ସ୍ବାମୀର ଖରାପ ଗୁଣ ପାଇଁ ତାଙ୍କୁ ଛାଡ଼ି ଦିଅରଙ୍କ ସହ ଫେରାର ହୋଇଥିଲି। ଅନେକ ଆଲୋଚନା ପରେ, କ୍ଷମା ମାଗିଲେ ହିଁ ମୁଁ ଅର୍ଶିକୁ ସାଙ୍ଗରେ ରଖିବି ବୋଲି କହିଥିଲେ ଶାକିର। ହେଲେ ଅର୍ଶି ଦିଅରଙ୍କ ସହ ରହିବାକୁ ଚାହୁଥିବା କହି ଛାଡ଼ପତ୍ର ନେବାକୁ ହେଲେ ୨.୫୦ଲକ୍ଷ ଦିଅ ବୋଲି ଶାକିରଙ୍କ ଆଗରେ ଦାବି କରିଥିଲେ। ଏହା ପରେ ରାଗ ତମତମ ହୋଇ ଶାକିର ଥାନା ବାହାରେ ଅର୍ଶିଙ୍କୁ ତିନ୍ ତଲାକ୍ ଦେଇ ସେଠାରୁ ଚାଲିଯାଇଥିବା ‌ବେଳେ ଅର୍ଶି ନିଜ ଦିଅର ସହ ତାଙ୍କ ଘରକୁ ଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe