ଟିଆର୍‌ପି ଦୁର୍ନୀତିର ନୂଆମୋଡ଼: ଅର୍ଣ୍ଣବ-ବାର୍କ ବାର୍ତ୍ତାଳପ ଲିକ୍‌ ପରେ ଚାଞ୍ଚଲ୍ୟ

ତଦନ୍ତ ଦାବି କଲେ ବିରୋଧୀ

ଟିଆର୍‌ପି ଦୁର୍ନୀତିର ନୂଆମୋଡ଼: ଅର୍ଣ୍ଣବ-ବାର୍କ ବାର୍ତ୍ତାଳପ ଲିକ୍‌ ପରେ ଚାଞ୍ଚଲ୍ୟ

Image Courtesy of The Indian Express

ନୂଆଦିଲ୍ଲୀ: ରିପବ୍ଲିକ୍‌ ଟିଭିର ପ୍ରତି‌ଷ୍ଠାତା ତଥା ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ଟିଭି ରେଟିଂ ପ୍ରଦାନକାରୀ ସଂସ୍ଥା ବାର୍କର ପୂର୍ବତନ ସିଇଓ ପାର୍ଥ ଦାସଗୁପ୍ତାଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍‌ସଆପ୍‌ ଚାଟ୍‌ ବା ବାର୍ତ୍ତା ଆଦାନପ୍ରଦାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ଏକାଧିକ ବାର୍ତ୍ତାଳାପକୁ ମଧ୍ୟ ମୁମ୍ବାଇ ପୁଲିସ ଏହାର ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି। ଅରୁଣ ଜେଟ୍‌ଲୀଙ୍କ ମୃତ୍ୟୁ, ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଏବଂ ପାକିସ୍ତାନର ବାଲାକୋଟ୍‌ରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିବା ବିମାନ ଆକ୍ରମଣ ବେଳର ଖବର ପ୍ରସାରଣ ପାଇଁ ରିପବ୍ଲିକ ଭାରତ ଚ୍ୟାନେଲ କିଭଳି ପ୍ରସ୍ତୁତ ଥିଲା ଏବଂ ଏହାର ଫାଇଦା କିଭଳି ନେଇଛି ତାହା ଅର୍ଣ୍ଣବ ସେସବୁ ଚାଟ୍‌ରେ ଦାବି କରିଛନ୍ତି। ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ମୃତ୍ୟୁର ଖବର ପ୍ରସାରଣକୁ ଅର୍ଣ୍ଣବ ଗୋସ୍ବାମୀ ତାଙ୍କ ଚ୍ୟାନେଲ ରିପବ୍ଲିକ୍ ଭାରତର ବିରାଟ ବିଜୟ ଭାବେ ବିବେଚନା କରିଥିବା କୁହାଯାଉଛି। ଅର୍ଣ୍ଣବଙ୍କୁ ଟିଆର୍‌ପି ମାନିଆ ‌ଏତେମାତ୍ରାରେ ଘାରିଥିଲା ଯେ ସେ ।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଖବର ପ୍ରସାରଣରେ ୨୦ ମିନିଟ୍‌ ଆଗୁଆ ବୋଲି ଦାବି କରିଛନ୍ତି। ଏପରିକି ଏକମାତ୍ର ଚ୍ୟାନେଲ ଭାବେ ଗ୍ରାଉଣ୍ଡ ଜିରୋ ରିପୋର୍ଟିଂ କରିଥିବା ଦାବି କରି ସେ ଚାଟ୍‌ କରିଛନ୍ତି। ଅର୍ଣ୍ଣବ ଓ ପାର୍ଥଙ୍କ ମଧ୍ୟରେ ହୋଇଥିବା ଚାଟ୍‌ ପ୍ରଘଟ ପରେ ପାକିସ୍ତାନର ବାଲାକୋଟ୍‌ସ୍ଥିତ ଆତଙ୍କବାଦୀ ଶିବିର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସଂପର୍କରେ ସମ୍ଭବତଃ ଅର୍ଣ୍ଣବଙ୍କ ନିକଟରେ ଆଗୁଆ ସୂଚନା ରହିଥିଲା ବୋଲି କୁହାଯାଉଛି। ୨୦୧୯ ଫେବ୍ରୁଆରି ୨୬ରେ ବାଲା‌କୋଟ୍‌ ଆକ୍ରମଣର ୩ ଦିନ ପୂର୍ବରୁ ଦାସଗୁପ୍ତାଙ୍କ ନିକଟକୁ ଅର୍ଣ୍ଣବ ହ୍ବାଟ୍‌ସଆପ୍‌ କରିଥିଲେ। ଏଥିରେ ଗୋଟେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି ବୋଲି ସେ ଦର୍ଶାଇଥିଲେ।

ଅର୍ଣ୍ଣବଙ୍କ ଚାଟ୍‌ରେ ଏକାଧିକ ଥର ପିଏମ୍‌ଓ କଥା ଉଲ୍ଲେଖ ରହିଛି। ଦାସଗୁପ୍ତାଙ୍କୁ ସବୁ ସ୍ତରରୁ ସୁରକ୍ଷା ଯୋଗାଇ ଦିଆଯିବା ନେଇ ଅର୍ଣ୍ଣବ ପ୍ରତିଶ୍ରୁତି ଦେଇଥିବା ଚାଟ୍‌ରେ ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ ଅର୍ଣ୍ଣବଙ୍କଠାରୁ ଦାସଗୁପ୍ତା ବ୍ୟକ୍ତିଗତ ଅନୁଗ୍ରହ ମଧ୍ୟ ଚାହିଛନ୍ତି। ମୁମ୍ବାଇ ପୁଲିସ ଦାଖଲ କରିଥିବା ଚାର୍ଜସିଟ୍‌ରେ ଅର୍ଣ୍ଣବ ଓ ପାର୍ଥଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍‌ସଆପ୍‌ ଚାଟ୍‌ ସ୍ଥାନ ପାଇଛି। ବାର୍କର ପୂର୍ବତନ ସିଇଓ ଦାସଗୁପ୍ତା ଏବଂ ଅର୍ଣ୍ଣବଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍‌ସଆପ୍‌ ଚାଟ୍‌ ପଦାକୁ ଆସିବା ପରେ ଏହା ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କଂଗ୍ରେସ ନେତା ପି ଚିଦମ୍ବରମ୍ ଏବଂ କଂଗ୍ରେସ ଏମ୍‌ପି ମନିଷ ତିୱାରୀ ଦାବି କରିଛନ୍ତି। ଶ୍ରୀ ତିୱାରୀ ଏହାର ଯୁଗ୍ମ ସଂସଦୀୟ କମିଟି ଦ୍ବାରା ତଦନ୍ତ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe