‘ଟ୍ବିଟର୍‌ ନୀତିରେ ଫ୍ରିଡମ୍‌ ଅଫ୍‌ ସ୍ପିଚ୍‌ ଅଛି, ମାତ୍ର ଫ୍ରିଡମ୍‌ ଅଫ୍‌ ରିଚ୍‌ ନାହିଁ’: ଏଲନ ମସ୍କ

Advertisment
ଟ୍ବିଟର ଆଣିବ ବ୍ଲୁ, ଗୋଲ୍ଡ, ଗ୍ରେ ଟିକ୍

Image Courtesy of India Today

ନୂଆଦିଲ୍ଲୀ: ହଜାର ହଜାର କର୍ମଚାରୀ ଟ୍ବିଟର୍‌ ଛାଡୁଥିବା ବେଳେ କମ୍ପାନିର ମାଲିକ ଏଲନ ମସ୍କ ନୂଆ ନୂଆ ନୀତି ଅପଣେଇବାରେ ଲାଗିଛନ୍ତି। ସେ ନିକଟରେ ‘ହେଟ୍‌ ସ୍ପିଚ୍‌’ ଉପରେ ଏକ ନୀତି ବନାଇଛନ୍ତି। ମସ୍କ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ଟ୍ବିଟର୍‌ ନୀତିରେ ଫ୍ରିଡମ୍‌ ଅଫ୍‌ ସ୍ପିଚ୍‌ ଅଛି, ମାତ୍ର ଫ୍ରିଡମ୍‌ ଅଫ୍‌ ରିଚ୍‌ ନାହିଁ’। ଯାହାର ଅର୍ଥ ହେଉଛି ଲୋକେ ଯାହା ଚାହିଁବେ ଟ୍ବିଟର୍‌ରେ ଲେଖିପାରିବେ। ମାତ୍ର ତାହା ଯଦି ଉପଯୁକ୍ତ ଲେଖା ହୋଇନଥାଏ ତ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ବା ରିଚ୍‌ ହେବା କଠିନ ହୋଇପଡ଼ିବ।

ଆପଣ ଜାଣିଥିବେ ନିଶ୍ଚୟ ଯେ ମସ୍କ କମ୍ପାନିର ମାଲିକ ବନିବାର ଏକ ସପ୍ତାହ ମଧ୍ୟରେ ହିଁ ପ୍ରାୟ ଅଧା କର୍ମଚାରୀ କମ୍ପାନି ଛାଡ଼ିଛନ୍ତି। କିଛି କର୍ମଚାରୀ ନିଜ ଇଚ୍ଛାରେ କମ୍ପାନି ଛାଡ଼ିଛନ୍ତି ତ ପୁଣି କିଛି କର୍ମଚାରୀଙ୍କର ମସ୍କ ଛଟେଇ କରିଛନ୍ତି।

ମସ୍କ ଆହୁରି ବି କହିଛନ୍ତି ଯେ ହେଟ୍‌ ସ୍ପିଚ୍‌କୁ ଡିବୁ‌‌‌ଷ୍ଟେଡ୍‌ ଓ ଡିମନିଟାଇଜ୍‌ କରି ଦିଆଯିବ। ଫଳରେ ଟ୍ବିଟ୍‌ରେ କେହି ବିଜ୍ଞାପନ କରିପାରିବେ ନାହିଁ। ଆପଣ କିଛି ବି ଟ୍ବିଟ୍‌କୁ ସେବେ ଯାଇ ଦେଖିପାରିବେ, ଯେବେ ତାହାକୁ ଖୋଜିବେ। ଆପେ ଆପେ ଆପଣଙ୍କୁ ସେସବୁ ଟ୍ବିଟ୍‌ ଦୃଶ୍ୟମାନ ହେବ ନାହିଁ। ଏହା କେବଳ ‌ସେ ନିର୍ଦ୍ଦିଷ୍ଟ ଟ୍ବିଟ୍‌ ଉପରେ ଲାଗୁହେବ, ପୂରା ଆକାଉଣ୍ଟ୍‌ ଉପରେ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe