ନୂଆ ଭିଡିଓ: ଜେଲ୍‌ରେ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ବାହାର ଖାଦ୍ୟ ପରିବେଷଣ, ୮ କିଲୋ ଓଜନ ବଢ଼ିଛି

Advertisment
ନୂଆ ଭିଡିଓ: ଜେଲ୍‌ରେ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ବାହାର ଖାଦ୍ୟ ପରିବେଷଣ, ୮ କିଲୋ ଓଜନ ବଢ଼ିଛି

Image Courtesy of IG News

ନୂଆଦିଲ୍ଲୀ: ତିହାର ଜେଲ୍‌ରେ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଘଷାମୋଡ଼ା ଭିଡିଓ ବିଷୟରେ ବାଦବିବାଦ ଚାଲିଥିବା ବ‌େଳେ ଆଜି ‘ବିଜେପି’ ସେୟାର କରିଥିବା ଆଉ ଗୋଟାଏ ଭିଡିଓରେ ଦେଖାଯାଉଛି ତାଙ୍କୁ ବାହାର ଖାଦ୍ୟ ପରିବେଷଣ କରାଯାଉଛି।

ଭିଡିଓରେ ଦେଖାଯାଉଛି, ଯେଉଁ ପ୍ରକୋଷ୍ଠରେ ଜୈନ୍‌ଙ୍କୁ ଘଷାମୋଡ଼ା କରାଯାଉଥିଲା, ସେଠାକୁ ବାହାରୁ ଜଣେ ଲୋକ ଆସି ତାଙ୍କୁ ଖାଦ୍ୟ ପରିବେଷଣ କରୁଛନ୍ତି। ତାଙ୍କ ବିଛଣାରେ କେତେଗୁଡ଼ିଏ ‘ଡିସ୍‌ପୋଜେବଲ୍‌ ବକ୍ସ’ ମଧ୍ୟ ପଡ଼ିଥିବା ଦେଖାଯାଉଛି। ଖାଦ୍ୟ ପରିବେଷଣ କରୁଥିବା ବ୍ୟକ୍ତିଜଣକ ଜୈନ୍‌ଙ୍କ ନିକଟରେ ଥିବା ‘ଡଷ୍ଟ୍‌ବିନ୍‌’ଟିକୁ ବି ବଦଳାଉଛନ୍ତି।

publive-image Image Courtesy of One India

ତିହାର ଜେଲ୍‌ସୂତ୍ରରୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି ଯେ, ଜ‌ୈନ୍‌ ୨୮ କିଲୋ ଓଜନ ହରାଇଛନ୍ତି ବୋଲି ତାଙ୍କ ଓକିଲ ଦାବି କରୁଛନ୍ତି, କିନ୍ତୁ ତାଙ୍କର ଓଜନ ୮ କିଲୋ ବୃଦ୍ଧି ପାଇଛି।

ଭୋଜନ ଭିଡିଓ ସେୟାର୍‌ କରି ‘ବିଜେପି’ର ମୁଖପାତ୍ର ଶେହ୍‌ଜାଦ ପୂନାୱାଲା କହିଛନ୍ତି, ଜୈନ୍‌ଙ୍କୁ ବାହାର ଖାଦ୍ୟ ପରିବେଷଣ କାଯାଉଛି। କୌଣସି ରିସର୍ଟ କି, ରେସ୍ତୋରାଁରେ ଖାଇବା ପରି ତାଙ୍କୁ ଦୁଇଜଣ ଆଟେଣ୍ଡାଣ୍ଟ୍‌ ବିଭିନ୍ନ ସୁସ୍ବାଦୁ ବ୍ୟଞ୍ଜନ ପରିବେଷଣ କରୁଛନ୍ତି। ସତେ ଜେମିତି ସେ ସଜା ନ ଭ‌ୋଗି ମଜା କରୁଛନ୍ତି।୫ ମାସ ହେବ ଜେଲ୍‌ରେ ଥିବା ଜୈନ୍‌ଙ୍କୁ କାହିଁକି ଏତେ ସବୁ ସୁବିଧା ଯୋଗାଇ ଦିଆଯାଉଛି, କେଜ୍ରିୱାଲ୍‌ ଅବଶ୍ୟ ତା’ର ଉତ୍ତର ଦେବା ଉଚିତ।

ଉପରୋକ୍ତ ସଦ୍ୟ ଅଭିଯୋଗ ସଂକ୍ରାନ୍ତରେ ‘ଆମ୍‌ ଆଦ୍‌ମୀ ପାର୍ଟି’ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe