କେରଳରେ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଗାଡ଼ି ଆଗକୁ ଡ଼େଇଁ ଏହି କାମ କରୁଛନ୍ତି ଲୋକେ, ଭିଡିଓ ଭାଇରାଲ ହେଉଛି, ଜାଣନ୍ତୁ ଏହା ପଛର କାରଣ

Advertisment
କେରଳରେ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଗାଡ଼ି ଆଗକୁ ଡ଼େଇଁ ଏହି କାମ କରୁଛନ୍ତି ଲୋକେ, ଭିଡିଓ ଭାଇରାଲ ହେଉଛି, ଜାଣନ୍ତୁ ଏହା ପଛର କାରଣ

indiatimes.com

ଥିରୁବନ୍ତପୁରମ୍‌ : ଇଣ୍ଟରନେଟ୍‌ରେ ଏବେ କେରଳର କିଛି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଯୁବକଙ୍କୁ ଚଳନ୍ତା ଗାଡ଼ି ଆଗକୁ ଡ଼େଉଁଥିବାର ଦେଖାଯାଇଛି । କେରଳରେ କିଛି ଯୁବକ ଚଳନ୍ତା ଗାଡ଼ି ଆଗକୁ ଡ଼େଇଁବା ସହ ଗାଡ଼ି ଆଗରେ ନାଚିବାକୁ ଲାଗୁଛନ୍ତି । ନିଜ ଜୀବନକୁ ଖାତିର ନ କରି ସେମାନେ ଏପରି କରୁଥିବାର ଭିଡ଼ିଓ ଭାଇରାଲ ହେବା ପରେ ଖବରଟି ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ନିଲୁ ନିଲୁ ଚ୍ୟାଲେଞ୍ଜକୁ ପୂରା କରିବା ପାଇଁ ଯୁବକମାନେ ଏପରି କରୁଥିବା ଜଣାପଡ଼ିଛି ।

ସୂଚନା ମୁତାବକ,କିଛି ଦିନ ତଳେ କିକି ଚ୍ୟାଲେଞ୍ଜକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଯେଉଁଥିରେ ଲୋକମାନେ ଚଳନ୍ତା ଗାଡ଼ିରୁ ବାହାରି ନାଚୁଥିବାର ଦେଖାଯାଇଥିଲା । ଏ ନେଇ ଅନେକ ବିରୋଧ କରାଯିବା ପରେ ଲୋକମାନେ କିକି ଚ୍ୟାଲେଞ୍ଜ କରିବା ବନ୍ଦ କରି ଦେଇଥିଲେ । ଏବେ କିକି ଚ୍ୟାଲେଞ୍ଜ ପରେ କେରଳରେ ନିଲୁ ନିଲୁ(ଷ୍ଟପ୍‌ ଷ୍ଟପ୍‌) ଚ୍ୟାଲେଞ୍ଜ ଆରମ୍ଭ ହୋଇଛି । ଯେଉଁ ଚ୍ୟାଲେଞ୍ଜକୁ ପୂରା କରିବା ପାଇଁ ଲୋକମାନେ ଚଳନ୍ତା ଗାଡ଼ି ଆଗକୁ ଡ଼େଇଁ ନାଚୁଥିବା ଦେଖାଯାଇଛି । ଭିଡ଼ିଓରେ ଚଳନ୍ତା ବସ୍‌ ଏବଂ ବାଇକ୍‌ ଆଗକୁ ଲୋକେମାନେ ଡ଼େଇଁ ନାଚୁଥିବାର ଦେଖାଯାଇଛି । ଟିକ୍‌ ଟକ୍‌ ଆପ୍‌ ଦ୍ୱାରା ଏହି ଭିଡ଼ିଓ ରେକର୍ଡ଼ କରାଯାଇଥିବା ବେଳେ ଫେସ୍‌ବୁକ୍‌,ଟୁଇଟର ଏବଂ ହ୍ଵାଟ୍‌ସଆପ୍‌ରେ ଏହା ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe