ଚିନ୍ତା ବଢ଼ାଉଛି ଚୀନ : କରୋନା ନ ଯାଉଣୁ ମୁଣ୍ଡ ବିନ୍ଧା ପାଲଟିଲାଣି ଟିକ୍‌-ବର୍ଣ୍ଣ ଭାଇରସ୍‌

ଚିନ୍ତା ବଢ଼ାଉଛି ଚୀନ : କରୋନା ନ ଯାଉଣୁ ମୁଣ୍ଡ ବିନ୍ଧା ପାଲଟିଲାଣି ଟିକ୍‌-ବର୍ଣ୍ଣ ଭାଇରସ୍‌

ନୂଆଦିଲ୍ଳୀ: ମହାମାରୀ କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ ଚୀନ ଏବେ ନୂଆ ଏକ ସଂକଟର କାରଣ ବନିବା ଆରମ୍ଭ କରିଛି। କରୋନା ଭାଇରସ୍‌ ଗତ ୭ ମାସ ମଧ୍ୟରେ ସାରା ବିଶ୍ବରେ ୧୯ ମିଲିୟନ୍‌ ଲୋକଙ୍କୁ ଆକ୍ରାନ୍ତ କରି ପ୍ରାୟ ୭ ଲକ୍ଷରୁ ଊର୍ଧ୍ବ ଲୋକଙ୍କ ଜୀବନ ନେଇ ସାରିବା ପରେ ଚୀନରେ ଏବେ ନୂତନ ଏକ ଭାଇରସ୍‌ ଦେଖିବାକୁ ମିଳିଛି। ଏହି ନୂଆ ଭାଇରସ୍‌ ଏବେ ସୁଦ୍ଧା ଚୀନରେ ୬୭ ଲୋକଙ୍କୁ ସଂକ୍ରମିତ କରି ସାରିଥିବା ବେଳେ ଏହା ଯୋଗୁ ୭ ଜଣଙ୍କ ଜୀବନ ଗଲାଣି ବୋଲି ସୂଚନା ରହିଛି।

ଚୀନର ଗଣମାଧ୍ୟମରୁ ଜାଣିବାକୁ ମିଳିଛି ଯେ ଗବେଷକମାନଙ୍କ କହିବାନୁଯାୟୀ ଏହି ରୋଗର ମାନବ-ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ଭାଇରସ୍‌ ଏକ ପୋକରୁ ସୃଷ୍ଟି ହୋଇ ମଣିଷକୁ ସଂକ୍ରମିତ କରୁଛି। ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ପୋକ କାମୁଡ଼ିଲେ ଏହି ଭାଇରସ୍‌ ଶରୀରକୁ ପ୍ରବେଶ କରିଥାଏ ବୋଲି ଗବେଷକମାନେ ମତ ରଖିଛନ୍ତି।

ଏହି ଭାଇରସ୍‌ ଦ୍ବାରା ସଂକ୍ରମିତ ହେଲେ ‘ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ୍’ ସହିତ ସାଂଘାତିକ ଜ୍ୱର ହେବ ବୋଲି ଗ‌ବେଷକମାନେ ସୂଚନା ରଖିଛନ୍ତି। ‘ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ୍ ସହିତ ସାଂଘାତିକ ଜ୍ୱର’କୁ ସଂକ୍ଷେପରେ ‘ଏସ୍‌ଏଫ୍‌ଟିଏସ୍‌’ ବୋଲି ମଧ୍ୟ କୁହାଯାଉଛି।

publive-image Tick-borne virus

ଚୀନର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ’ଗ୍ଲୋବାଲ୍‌ ଟାଇମ୍ସ’ ମୁତ‌ାବକ, ପୂର୍ବ ଚୀନ‌ର ଜିଆଙ୍ଗସୁ ପ୍ରଦେଶ‌ରେ ବର୍ଷର ପ୍ରଥମ ଭାଗରେ ୩୭ରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ପୂର୍ବ ଚୀନ୍‌ର ଅନୁହୁଇ ପ୍ରଦେଶରେ ୨୩ ଜଣ ଲୋକ ଏହି ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି।

ଏହା ସଂପୂର୍ଣ୍ଣ ଭାବେ ଏକ ନୂଆ ଭାଇରସ୍‌ ନୁହେଁ। ପୂର୍ବରୁ ମଧ୍ୟ ୨୦୦୯ ମସିହାରେ ଚୀନରେ ‘ଏସ୍‌ଏଫ୍‌ଟିଏସ୍‌’  ଚିହ୍ନଟ ହୋଇଥିବା ସୂଚନା ରହିଛି। କରୋନା ଭାଇରସ୍‌ ପରି ଏ‌ହି ଭାଇରସ୍‌ରେ ମଧ୍ୟ କାଶ ଓ ଜ୍ବରର ଲକ୍ଷଣ ରହିଛି। ରୋଗର ଅନ୍ୟ କେତେକ ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ଥକାପଣ ଏବଂ ମାଂସପେଶୀ ଯନ୍ତ୍ରଣା ମଧ୍ୟ ରହିଛି।

ତେବେ, ପୋକ‌ କାମୁଡ଼ା ରୋଗ ସଂକ୍ରମଣର ପ୍ରଥମ ପ୍ରଧାନ ଉତ୍ସ ବୋଲି ଗ‌େବେଷକମାନେ ମତ ରଖିବା ସହ ସତର୍କ ରହିଲେ ଏହି ଭାଇରସ୍‌କୁ ଏଡ଼େଇ ଦେଇ ‌ହେବ ବୋଲି ଆଶ୍ବାସନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe