The Hans India
ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ମେଟ୍ରୋ ସହର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ନ୍ୟୁ ଇୟର ଉତ୍ସବ ବନ୍ଦ କରାଯାଇଛି। ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ଅତିକ୍ରମ କରିଛି। ଦ୍ରୁତ ଗତିରେ ଓମିକ୍ରନ୍ ମାଡ଼ୁଥିବାରୁ ପ୍ରମୁଖ ସହରମାନଙ୍କରେ ଅଧିକ କଟକଣା କଡ଼ାକଡ଼ି ହୋଇଛି। ଦିଲ୍ଲୀରେ ମିନି ଲକ୍ଡାଉନ୍ ହୋଇଛି।
ମଙ୍ଗଳବାର ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି ହୋଇଛି। ନୂଆବର୍ଷ ପାଇଁ ଦିଲ୍ଲୀରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବନାହିଁ। ରେସ୍ତୋରାଁ, ବାର୍ ଏବଂ ଅଡିଟୋରିୟମଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ମୁମ୍ବାଇରେ ମଧ୍ୟ ନୂଆବର୍ଷ ଉତ୍ସବ ପାଳନ ହେବନି। ସାଧାରଣ ସ୍ଥାନମାନଙ୍କରେ ରାତି ୯ରୁ ସକାଳ ୬ ପର୍ଯ୍ୟନ୍ତ ୫ରୁ ଅଧିକ ଲୋକଙ୍କ ସମାଗମ ହେବନାହିଁ।
ରେସ୍ତୋରାଁ, ଜିମ୍, ସିନେମା ଥିଏଟର ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ବେଙ୍ଗାଲୁରୁରେ ରେସ୍ତୋରାଁ, ହୋଟେଲ, କ୍ଲବ୍, ପବ୍ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ଜାନୁଆରି ୭ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ନାଇଟ୍ କର୍ଫ୍ୟୁ ହେବ। ଅନ୍ୟପକ୍ଷେ ଚେନ୍ନାଇରେ ମଧ୍ୟ ନୂଆବର୍ଷ ପାଇଁ ସମାନ କଟକଣା। ଚେନ୍ନାଇରେ ମାରିନା ବିଚ୍ , ଇଲିଅଟ୍ସ ବିଚ୍ ଏବଂ ଅନ୍ୟାନ୍ୟ ବିଚ୍ଗୁଡ଼ିକୁ ନୂଆବର୍ଷ ସମାଗମ ଅନୁମତି ନାହିଁ।
Follow Us