ଚାଷୀଙ୍କୁ ନୂଆବର୍ଷ ଭେଟି: ଫସଲ ବୀମା ଯୋଜନା ଆବଣ୍ଟନ ବଢ଼ିଲା, ଡିଏପି ଉପରେ ସବ୍‌ସିଡି ପ୍ୟାକେଜ୍

Advertisment

ଅଦିନିଆ ବର୍ଷା ଭଳି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ ନଜରରେ ରଖି କେନ୍ଦ୍ର ସରକାର ବର୍ଷର ପ୍ରଥମ କ୍ୟାବିନେଟ୍‌ ବୈଠକରେ ଦୁଇଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ନୂଆବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ...

ଅଦିନିଆ ବର୍ଷା ଭଳି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ ନଜରରେ ରଖି କେନ୍ଦ୍ର ସରକାର ବର୍ଷର ପ୍ରଥମ କ୍ୟାବିନେଟ୍‌ ବୈଠକରେ ଦୁଇଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ନୂଆବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ...

m

ନୂଆଦିଲ୍ଲୀ: ଅଦିନିଆ ବର୍ଷା ଭଳି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ ନଜରରେ ରଖି କେନ୍ଦ୍ର ସରକାର ବର୍ଷର ପ୍ରଥମ କ୍ୟାବିନେଟ୍‌ ବୈଠକରେ ଦୁଇଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ନୂଆବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆବଣ୍ଟନକୁ ୬୯,୫୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ଦ୍ବାରା ୪ କୋଟି ଚାଷୀ ଲାଭବାନ ହେବେ। ଏଥି ସହିତ ଡିଏପି ସାର ପାଇଁ ୩,୮୫୦ କୋଟି ଟଙ୍କାର ଏକ ପ୍ୟାକେଜ୍‌କୁ ଅନୁମୋଦନ ପ୍ରଦାନ କରାଯାଇଛି। ଫଳରେ ଚାଷୀମାନେ ୫୦ କେଜିଆ ଡିଏପି ସାରକୁ ପୂର୍ବଭଳି ୧୩୫୦ ଟଙ୍କାରେ କିଣିବାକୁ ସକ୍ଷମ ହେବେ। ୨୦୧୪-୨୪ ମଧ୍ୟରେ ସାର ସବ୍‌ସିଡି ବାବଦରେ ସରକାର ୧୧.୯ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସରକାର ସୂଚନା ଦେଇଛନ୍ତି। 

କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ପୁନର୍ଗଠିତ ପାଣିପାଗ ଆଧାରିତ ଫସଲ ବୀମା ଯୋଜନାକୁ ୨୦୨୫-୨୬ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ଏହି ଯୋଜନା ଲାଗି ଆବଣ୍ଟନକୁ ୬୯,୫୧୫.୭୧ କୋଟି ଟଙ୍କା କରାଯାଇଛି। ଏହା ବ୍ୟତୀତ ୮୨୪.୭୭ କୋଟି ଟଙ୍କାର ସୂଚନା ଓ ପ୍ରଯୁକ୍ତି ପାଣ୍ଠି ଗଠନ କରାଯାଇଛି। ସେହି ପାଣ୍ଠିରେ ଥିବା ରାଶିକୁ ୟେସ୍‌ ଟେକ୍, ୱିଣ୍ଡ୍‌ସ ଭଳି ବିଭିନ୍ନ ପ୍ରକାର ସ୍କିମ୍‌ରେ ପ୍ରଯୁକ୍ତି ପାଇଁ ବ୍ୟବହାର କରାଯିବ। ପ୍ରଯୁକ୍ତିର ବ୍ୟବହାର ଦ୍ବାରା ସ୍ବଚ୍ଛତା, ଦାବି ହିସାବ ଓ ଫଇସଲାରେ ଉନ୍ନତି ଆସିପାରିବ ବୋଲି ମନ୍ତ୍ରୀ କହିଛନ୍ତି। ୟେସ୍‌ ଟେକ୍‌ ହେଉଛି ପ୍ରଯୁକ୍ତି ବ୍ୟବହାର ଜନିତ ଅମଳ ଆକଳନ ବ୍ୟବସ୍ଥା ଯେଉଁଥିରେ ରିମୋଟ୍‌ ସେନ୍‌ସିଂ ପ୍ରଯୁକ୍ତି ବ୍ୟବହାର କରାଯାଇଛି। ବର୍ତ୍ତମାନ ଓଡ଼ିଶା ସମେତ ୯ଟି ରାଜ୍ୟରେ ଏହାକୁ ଲାଗୁ କରାଯାଇଛି। ସେହିପରି, ୱିଣ୍ଡ୍‌ସ ହେଉଛି ପାଣିପାଗ ସୂଚନା ଓ ନେଟ୍‌ୱର୍କ ତଥ୍ୟ ବ୍ୟବସ୍ଥା ଯେଉଁଥିରେ ବ୍ଲକ୍ ସ୍ତରରେ ସ୍ବୟଂକ୍ରିୟ ପାଣିପାଗ କେନ୍ଦ୍ର ଓ ପଞ୍ଚାୟତ ସ୍ତରରେ ସ୍ବୟଂକ୍ରିୟ ବର୍ଷା ମାପକ ସ୍ଥାପନ କରିବା ଯୋଜନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe