ନୂଆବର୍ଷ ପୂର୍ବରୁ ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ: ୧୨୨ଟି କ୍ଷେପଣାସ୍ତ୍ର ମାଡ଼ କଲା ରୁଷ୍‌

Advertisment
ନୂଆବର୍ଷ ପୂର୍ବରୁ ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ: ୧୨୨ଟି କ୍ଷେପଣାସ୍ତ୍ର ମାଡ଼ କଲା ରୁଷ୍‌

କିଭ୍‌: ନୂଆବର୍ଷ ପୂର୍ବରୁ ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ରୁଷ୍‌। କିଭ୍‌, ଲଭିବ୍‌, ଓଡେଶା, ନିପ୍ରୋ, ଖାରଖିଭ୍‌, ଜାପୋରିଝିଆ ସମେତ ବିଭିନ୍ନ ସହରରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଭୟାନକ ଆକ୍ରମଣ ଜାରି ରହିଛି। ଆଜି ସକାଳ ସୁଦ୍ଧା ରୁଷ୍‌ ୧୨୨ଟି କ୍ଷେପଣାସ୍ତ୍ର ମାଡ଼ କରିଥିବା ବେଳେ ୩୬ଟି ଡ୍ରୋନ୍‌ ଫାୟାର କରିଛି। ଫେବ୍ରୁଆରି ୨୦୨୨ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଦିନକ ମଧ୍ୟରେ ଏହା ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ଏଥିରେ ୟୁକ୍ରେନ୍‌ର ଅନେକ ପ୍ରତିଷ୍ଠାନ ଛାରଖାର ହୋଇଯାଇଥିବା ବେଳେ ପ୍ରାୟ ୨୦ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲନସ୍କି କହିଛନ୍ତି ଯେ ରୁଷ୍‌ର ଆକ୍ରମଣକୁ ପ୍ରତିହତ କରିବା ପାଇଁ ହୋଇଥିବା ପ୍ରୟାସକୁ ସଫଳତା ମିଳିଛି ଏବଂ ୮୭ଟି କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ନଷ୍ଟ କରିଦିଆଯାଇଛି। ଏହି ଆକ୍ରମଣର ପ୍ରତିଶୋଧ ନେବାପାଇଁ ୟୁକ୍ରେନ୍‌ ବାୟୁସେନା ପ୍ରସ୍ତୁତ ରହିଛି ବୋଲି ଜେଲେନସ୍କି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe