ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରୁ ସିଆରପିଏଫ୍ ଜଣେ ନ୍ୟୁୟର୍କ ଯାଉଥିବା ବ୍ୟକ୍ତିଙ୍କୁ ଧରି ବିଚାରବିଭାଗୀୟ ହେପାଜତକୁ ନେଇଛନ୍ତି। ୩୨ବର୍ଷୀୟ ଏହି ଯାତ୍ରୀ ବିମାନବନ୍ଦରରେ ସୁରକ୍ଷାକର୍ମୀଙ୍କୁ ଚଖମା ଦେବା ପାଇଁ ନିଜ କେଶ ଓ ଦାଢ଼ିକୁ ଧଳା ରଙ୍ଗ କରି ନକଲି ପାସପୋର୍ଟ ଜରିଆରେ ନ୍ୟୁୟର୍କ ଯିବା ଯୋଜନାରେ ଥିଲେ। ଏହି ଯାତ୍ରୀଙ୍କ ନାମ ଜୟେଶ ପଟେଲ, ସେ ଗୁଜୁରାଟ ଅହମ୍ମଦାବାଦରେ ବସବାସ କରୁଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2019/09/1076769053-300x189.jpg)
ନ୍ୟୁୟର୍କ ଯିବା ଯୋଜନା ରଖି ଜୟେଶ ପଟେଲ ନିଜ କେଶ ଓ ଦାଢ଼ିକୁ କଳାରୁ ଧଳା ରଙ୍ଗ କରିଥିଲେ। ସେ ହୁଇଲ ଚ୍ୟାୟାରରେ ଦିଲ୍ଲୀର ବିମାନବନ୍ଦରରୁ ନ୍ୟୁୟର୍କ ଯିବା ପାଇଁ ପହଁଞ୍ଚିଥିଲେ। ଅଭିଯୋଗ ହୋଇଛି କି ସେ ଅମରିକ ସିଂହ ନାମରେ ନକଲି ପାସ୍ପୋର୍ଟ ବନାଇଥିଲେ। ଯେଉଁଥିରେ ସେ ନିଜକୁ ୮୧ବର୍ଷର ଥିବା ଦର୍ଶାଇଥିଲେ।
ବିମାନବନ୍ଦରରେ ସିଆରପିଏଫ୍ ଅଧିକାରୀଙ୍କୁ ଏହି ଯାତ୍ରୀ ସନ୍ଦିଗ୍ଧ ଲାଗିବା ସୂଚନା ମିଳିବା ପରେ ଡିୟୁଟିରେ ଥିବା ସୁରକ୍ଷାକର୍ମଚାରୀଙ୍କୁ ଏହାର ଯାଞ୍ଚ ଆଦେଶ ଦେଇଥିଲେ। ସିଆରପିଏଫ୍ ଅଧିକାରୀଙ୍କ କହିବାନୁସାରେ, ଜୟେଶ ପଟେଲ ଯେମିତି ଦେଖାଯାଉଥିଲେ, ତାଙ୍କର ଶରୀର ତ୍ୱଚା ଯେଭଳି ଥିଲା ଓ ତାଙ୍କର ପାସ୍ପୋର୍ଟରେ ଥିବା ସୂଚନା ସମ୍ପୂର୍ଣ୍ଣ ଭାବେ ଅଲଗା ଥିଲା। ଏହି ବ୍ୟକ୍ତି ଜିରୋ ପାଓ୍ଵାରର ଚଷମା ବି ପିନ୍ଧିଥିଲେ। ଯାହାଫଳରେ ସେ ନିଜ ପ୍ରକୃତ ବୟସକୁ ଲୁଚାଇ ପାରିବେ।
/sambad/media/post_attachments/wp-content/uploads/2019/09/Untitled-2-5-300x194.jpg)
ଜୟେଶ ପଟେଲଙ୍କ ଆଗାମୀ ଯାଞ୍ଚ ପାଇଁ ଇମିଗ୍ରେସନ୍ ଅଧିକାରୀଙ୍କୁ ହସ୍ତାନ୍ତର କରି ଦିଅ।ଯାଇଛି। ଏହି ବ୍ୟକ୍ତି ଜଣକ ନିଜ ପ୍ରକୃତ ବୟସ କାହିଁକି ଲୁଚାଇଥିଲେ ସେ ନେଇ ଯାଞ୍ଚ ଜାରି ରହିଛି।
Follow Us