୨୪ ଘଣ୍ଟା ମଧ୍ୟରେ ଆମେରିକାରେ ତୃତୀୟ ଆକ୍ରମଣ: କ୍ଲବ୍‌ ସମ୍ମୁଖରେ ଗଣ ଗୁଳିଚାଳନା

ଆମେରିକାରେ ପୁଣି ଥରେ ଆକ୍ରମଣ ହୋଇଛି। ନ୍ୟୁୟର୍କର ଏକ ନାଇଟ୍‌ କ୍ଲବ୍‌ରେ ଗଣ ଗୁଳିଚାଳନାର ଏକ ଘଟଣା ସାମ୍ନାକୁ ଆସିଛି। ଯାହାଦ୍ବାରା ଏବେ ଭିତରେ ୧୧ ଜଣ ଲୋକ ଆହତ ହୋଇଥିବାର ସୂଚନା ମିଳିଛି।

www.aajtak.in

ୱାଶିଂଟନ: ଆମେରିକାରେ ପୁଣି ଥରେ ଆକ୍ରମଣ ହୋଇଛି। ନ୍ୟୁୟର୍କର ଏକ ନାଇଟ୍‌ କ୍ଲବ୍‌ରେ ଗଣ ଗୁଳିଚାଳନାର ଏକ ଘଟଣା ସାମ୍ନାକୁ ଆସିଛି। ଯାହାଦ୍ବାରା ଏବେ ଭିତରେ ୧୧ ଜଣ ଲୋକ ଆହତ ହୋଇଥିବାର ସୂଚନା ମିଳିଛି।

ଏହି ଘଟଣା ନ୍ୟୁୟର୍କର କୁଇନ୍ସ ସହରର ଅମାଚୁରି ନାଇଟ୍‌ କ୍ଲବ୍‌ରେ ଘଟିଛି। ଏହାପୂର୍ବରୁ ନ୍ୟୁ ଅର୍ଲିନ୍ସରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ଅନେକ ଲୋକଙ୍କ ଉପରେ ଚଢ଼ି ଯାଇଥିଲା। ଯାହାଫଳରେ ୧୫ ଜଣ ଲୋକ ଆହତ ହୋଇଥିଲେ। ଏହାର କିଛି ଘଣ୍ଟା ପରେ ଲସ୍‌ ବେଗାସ୍‌ର ଟ୍ରମ୍ପ୍‌ ଇଣ୍ଟର୍‌ନେସ୍‌ନାଲ୍‌ ହୋଟେଲ୍‌ର ଠିକ୍‌ ବାହାରେ ଟେସ୍‌ଲାର ସାଇବର୍‌ଟ୍ରକ୍‌ ଉପରେ ଆକ୍ରଣମ ହୋଇଥିଲା। ଏହି ଦୁଇ ଘଟଣା ଘଟିବାର ୨୪ ଘଣ୍ଟା ଭିତରେ ହିଁ ତୃତୀୟ ଆକ୍ରମଣ ଘଟିଛି।

ଏହି ଘଟଣା ଘଟିବା ପରେ ନ୍ୟୁୟର୍କ ପୁଲିସ୍‌ ବିଭାଗର ଅନେକ ୟୁନିଟ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ ହୋଇଥିବା ଭିଡିଓରେ ପୁଲିସ୍‌ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ଉପସ୍ଥିିତ ଥିବା ଦେଖିବାକୁ ମିଳିଛି।

ତେବେ ନ୍ୟୁୟର୍କ ପୁଲିସ୍‌ ଏବେ ସୁଦ୍ଧା ଏନେଇ କୌଣସି ସୂଚନ‌ା ପ୍ରକାଶ କରିନାହିଁ। ଏହି ନାଇଟ୍‌ କ୍ଲବ୍‌କୁ ସହରର ସବୁଠାରୁ ବେଶି ହାଇ-ଏନର୍ଜି ନାଇଟ୍‌ ସ୍ପଟ୍‌ ଭିତରୁ ଅନ୍ୟତମ ବୋଲି ବିବେଚନା କରାଯାଏ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe