Coastal Digest
ୱେଲିଂଟନ: ନ୍ୟୁଜିଲାଣ୍ଡର ବିଚାର ବିଭାଗୀୟ ଇତିହାସରେ ଏକ ନୂଆ ଘଟଣା ଦେଖିବାକୁ ମିଳିଛି। ଖ୍ରୀଷ୍ଟଚର୍ଚ୍ଚ ମସଜିଦ ଆକ୍ରମଣକାରୀକୁ ଆଜୀବନ ଜେଲ୍ ଦଣ୍ଡ ଦିଆଯାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ତାକୁ ଜୀବନ ଭିତରେ କେବେ ବି ପାରୋଲ୍ ମିଳିବ ନାହିଁ। ଅର୍ଥାତ୍ ସେ ବଞ୍ଚିଥିବା ଯାଏ ଜେଲ୍ରୁ କେବେ ବି ବାହାରକୁ ବାହାରି ପାରିବ ନାହିଁ। ନ୍ୟୁଜିଲାଣ୍ଡରେ ଏଭଳି କଠୋର ଦଣ୍ଡ ପୂର୍ବରୁ କାହାରିକୁ ଦିଆଯାଇନାହିଁ।
ସୂଚନାଯୋଗ୍ୟ, ୨୦୧୯ ମାର୍ଚ୍ଚ ୧୫ ତାରିଖରେ ବ୍ରେଣ୍ଟନ ହାରିସନ ଟରାଣ୍ଟ ନାମକ ଜଣେ ଅଷ୍ଟ୍ରେଲୀୟ ବ୍ୟକ୍ତି ଖ୍ରୀଷ୍ଟଚର୍ଚ୍ଚର ଦୁଇଟି ମସଜିଦରେ ପଶି ଆଖିବୁଜା ଗୁଳି ଚଳାଇଥିଲା। ଶୁକ୍ରବାର ପ୍ରାର୍ଥନା ସମୟରେ ସେ ଏଭଳି ଅମାନବୀୟ କାଣ୍ଡ ଭିଆଇଥିଲା। ଫଳରେ ୫୧ ଜଣଙ୍କ ଜୀବନ ଏଥିରେ ଚାଲିଯାଇଥିବାବେଳେ ୪୦ ଜଣ ଆହତ ହୋଇଥିଲେ। ଏହି ମାମଲାର ବିଚାର କରି ଅଦାଲତ ତାଙ୍କୁ ବିନା ପାରୋଲରେ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଖ୍ରୀଷ୍ଟଚର୍ଚ୍ଚ ହାଇକୋର୍ଟର ବିଚାରପତି କାମେରନ୍ ମାନ୍ଡର୍ ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି।
Follow Us