ପ୍ରସବ ବେଦନା ଆରମ୍ଭ ହେବାରୁ ସାଇକେଲ୍‌ ଚଢ଼ି ଡାକ୍ତରଖାନା ଯାଇ ଶିଶୁକୁ ଜନ୍ମ ଦେଲେ ନିଉଜିଲାଣ୍ଡ୍‌ ସାଂସଦ ଜୁଲି

Advertisment
ପ୍ରସବ ବେଦନା ଆରମ୍ଭ ହେବାରୁ ସାଇକେଲ୍‌ ଚଢ଼ି ଡାକ୍ତରଖାନା ଯାଇ ଶିଶୁକୁ ଜନ୍ମ ଦେଲେ ନିଉଜିଲାଣ୍ଡ୍‌ ସାଂସଦ ଜୁଲି

Image Courtesy of India Today

ମେଲ୍‌ବର୍ଣ୍ଣ: ପ୍ରସବ ବେଦନା ହେବାରୁ ରବିବାର ରାତିରେ ନିଉଜିଲାଣ୍ଡ୍‌ର ଗ୍ରିନ୍‌ ପାର୍ଟି ସାଂସଦ ଜୁଲି ଆନି ଜେଣ୍ଟର୍‌ ତାଙ୍କ ସାଇକେଲ୍‌ ଚଢ଼ି ଡାକ୍ତରଖାନାରେ ପହଞ୍ଚିବାର ଘଣ୍ଟାକ ପରେ ପିଲାଟିଏ ଜନ୍ମ କରିଛନ୍ତି।

ଗୋଟାଏ ବଢ଼ିଆ ବାର୍ତ୍ତା ସହ ଜେଣ୍ଟର୍‌ ଏହି ଖବର ସେୟାର୍‌ କରିଛନ୍ତି। ସେ ଲେଖିଛନ୍ତି, ଗୁରୁତ୍ବପୂର୍ଣ୍ଣ ଖବର! ଆଜି ପାହାନ୍ତା ୩.୦୪ରେ ଆମେ ଆମ ପରିବାରର ନୂତନତମ ସଦସ୍ୟକୁ ସ୍ବାଗତ କରିଛୁ। ସତ କହିବାକୁ ଗଲେ, ପ୍ରସବ ବେଦନା ବେଳେ ମୁଁ ସାଇକେଲ୍‌ ଚଳାଇ ଯିବା କଥା ଆଗରୁ ଭାବି ନ ଥିଲି, କିନ୍ତୁ, ଶେଷକୁ ତାହାହିଁ ହେଲା। ରାତି

publive-image Image Courtesy of The Times of India

ଦୁଇଟା ବେଳେ ଡାକ୍ତରଖାନାକୁ ବାହାରିବା ବେଳେ ମୋର ପ୍ରସବ ବେଦନା ଏତେ ଉତ୍କଟ ହୋଇ ନ ଥିଲା। ସେତେବେଳେ ୨/୩ ମିନିଟ ଅନ୍ତରରେ ବେଦନା ହେଉଥିଲା। କିନ୍ତୁ, ୧୦ ମିନିଟ ପରେ ବେଦନାର ତୀବ୍ରତା ବଢ଼ିଚାଲିଲା। ଆଚମ୍ବିତ କଥା, ଏବେ ଆମ କୋଳରେ ତା’ ବାପ କରି ଦିଶୁଥିବା ଗୋଟାଏ ସୁସ୍ଥ ଓ ସୁକୁମାରୀ କନ୍ୟା ଶୋଇଛି। ଏକ ଉତ୍ସର୍ଗୀକୃତ ସ୍ବାସ୍ଥ୍ୟସେବାକାରୀ ଟିମ୍‌ର ସେବାଯତ୍ନ ପାଇ ମୁଁ ଭାଗ୍ୟବାନ ମଣୁଛି। ସେମାନଙ୍କ ଯୋଗୁଁ ପ୍ରସବରେ କୌଣସି ବିଘ୍ନ ବା ଜଟିଳତା ଦେଖାଦେଇ ନ ଥିଲା।

ଫେସ୍‌ବୁକ୍‌ ପ୍ରୋଫାଇଲ୍‌ରେ ‘ଆଇ ଲଭ୍‌ ମାଇଁ ବାଇସ୍କଲ୍‌’ (ମୁଁ ମୋ ସାଇକେଲ୍‌କୁ ଶ୍ରଦ୍ଧା କରେ) ବୋଲି ଲେଖିଥିବା ଜେଣ୍ଟର୍‌ ୨୦୧୮ରେ ତାଙ୍କର ପ୍ରଥମ ସନ୍ତାନ ଜନ୍ମ କରିବାକୁ ମଧ୍ୟ ସାଇକେଲ୍‌ ଚଢ଼ି ଡାକ୍ତରଖାନା ଯାଇଥିଲେ ବୋଲି ଆଞ୍ଚଳିକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe