New Zealand set Team India a target of 252 runs to win Photograph: (sambad.in)
ଦୁବାଇ: ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ରେ ଭାରତୀୟ ସ୍ପିନରମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ନ୍ୟୁଜିଲାଣ୍ଡ୍ ବ୍ୟାଟସମ୍ୟାନଙ୍କ ମଧ୍ୟରେ କୁଲଦୀପ ଯାଦବ ଏବଂ ବରୁଣ ଚକ୍ରବର୍ତ୍ତୀ ଆତଙ୍କ ସୃଷ୍ଟି କରିଛନ୍ତି।
ଅଧିକ ପଢ଼ନ୍ତୁ: ୬ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲେ ସ୍ୱତନ୍ତ୍ର ରିଲିଫ୍ କମିସନର
ନ୍ୟୁଜିଲାଣ୍ଡ୍ ପକ୍ଷରୁ ୱିଲ୍ ୟଙ୍ଗ ୧୫ ରନ୍ କରିଥିବାବେଳେ ରଚିନ୍ ରବିନ୍ଦ୍ର ୩୭ ରନ୍ କରିଥିଲେ। ସେହିପରି କେନ୍ ୱିଲମସନ୍ ୧୧ ରନ୍, ଡାରେଲ ମିଚେଲ୍ ୬୩ ରନ୍, ଟମ୍ ଲାଥାମ୍ ୧୪ ରନ୍, ଗ୍ଲେନ୍ ଫିଲିପ୍ସ ୩୪ ରନ୍, ମିଚେଲ୍ ବ୍ରାସୱେଲ ଅପରାଜିତ ୫୩ ରନ୍ କରିଥିଲେ।
ସେହିପରି ଟିମ୍ ଇଣ୍ଡିଆ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୨ ୱିକେଟ, କୁଲଦୀପ ଯାଦବ ୨ ୱିକେଟ ନେଇଥିଲେ। ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଥିଲେ। ମହମ୍ମଦ ସାମି ଗୋଟିଏ ୱିକେଟ ନେଇଥିଲେ।
ଅଧିକ ପଢ଼ନ୍ତୁ: ଚର୍ଚ୍ଚାରେ ବର; ଶ୍ବଶୁରଙ୍କୁ ଫେରାଇ ଦେଲେ ଯୌତୁକ ଟଙ୍କା
Follow Us