ନ୍ୟୁଜିଲାଣ୍ଡ୍‌ର ପ୍ରଥମ ସ୍ବାଗତ: ୨୦୨୫କୁ ସ୍ବାଗତ, ରଙ୍ଗିନ ଆଲୋକ ଓ ଆତସବାଜିରେ

Advertisment

ନୂଆବର୍ଷ ୨୦୨୫କୁ ସ୍ବାଗତର ପ୍ରଥମ ‌ମହୋତ୍ସବ ନ୍ୟୁଜିଲାଣ୍ଡରେ ଦେଖିବାକୁ ମିଳିଛି। ରାଜଧାନୀ ଅକ୍‌ଲାଣ୍ଡରେ  ଲୋକେ ବାଣ ଫୁଟାଇବା ସହ ରଙ୍ଗୀନ ଆଲୋକ ମଧ୍ୟରେ ବିପୁଳ ଉତ୍ସାହର ସହ ଉତ୍ସବ ପାଳନ କରିଛନ୍ତି।

ନୂଆବର୍ଷ ୨୦୨୫କୁ ସ୍ବାଗତର ପ୍ରଥମ ‌ମହୋତ୍ସବ ନ୍ୟୁଜିଲାଣ୍ଡରେ ଦେଖିବାକୁ ମିଳିଛି। ରାଜଧାନୀ ଅକ୍‌ଲାଣ୍ଡରେ  ଲୋକେ ବାଣ ଫୁଟାଇବା ସହ ରଙ୍ଗୀନ ଆଲୋକ ମଧ୍ୟରେ ବିପୁଳ ଉତ୍ସାହର ସହ ଉତ୍ସବ ପାଳନ କରିଛନ୍ତି।

fssfsfbb

ଅକ୍‌ଲାଣ୍ଡ୍‌: ନୂଆବର୍ଷ ୨୦୨୫କୁ ସ୍ବାଗତର ପ୍ରଥମ ‌ମହୋତ୍ସବ ନ୍ୟୁଜିଲାଣ୍ଡରେ ଦେଖିବାକୁ ମିଳିଛି। ରାଜଧାନୀ ଅକ୍‌ଲାଣ୍ଡରେ  ଲୋକେ ବାଣ ଫୁଟାଇବା ସହ ରଙ୍ଗୀନ ଆଲୋକ ମଧ୍ୟରେ ବିପୁଳ ଉତ୍ସାହର ସହ ଉତ୍ସବ ପାଳନ କରିଛନ୍ତି। ସୂଚନାଯୋଗ୍ୟ, ଭାରତର ୭ ଘଣ୍ଟା ପୂର୍ବରୁ ନ୍ୟୁଜିଲାଣ୍ଡ୍‌ରେ ନୂଆବର୍ଷକୁ ସ୍ବାଗତ କରାଯାଇଥାଏ। ଏଠାରେ ଡିସେମ୍ବର ୩୧ ତାରିଖ ରାତି ୧୨ଟାରେ ଲୋକେ ରାସ୍ତାକୁ ବାହାରି ନୂଆ ବର୍ଷକୁ  ଉତ୍ସାହର ସହ ସ୍ବାଗତ କରିଥିଲେ। ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଥିବା କିରିବାଟି, ଟଙ୍ଗା ଓ ସାମୋଆ ଭଳି ଦୁର୍ଗମ ଦ୍ୱୀପରେ ମଧ୍ୟ ନ୍ୟୁଜିଲାଣ୍ଡ୍‌ବାସୀଙ୍କ ଭବ୍ୟ ସ୍ବାଗତ ଓ ଉତ୍ସାହ ଦେଖିବାକୁ ମିଳିଛି।  ନୂଆ ବର୍ଷକୁ ସ୍ୱାଗତ କରୁଥିବା ଦେଶମାନଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡ୍‌ ସବା ଆଗରେ ରହିଛି। ନ୍ୟୁଜିଲାଣ୍ଡ୍‌ ପରେ ଅଷ୍ଟ୍ରେଲିଆ, ଜାପାନ, ଉତ୍ତର ଓ ଦକ୍ଷିଣ କୋରିଆ ନୂଆବର୍ଷକୁ ପ୍ରଥମେ ସ୍ବାଗତ କରିଛନ୍ତି। ଇଣ୍ଡୋନେସିଆ, ଥାଇଲାଣ୍ଡ, ମିଆଁମାର, ବାଂଲାଦେଶ ଏବଂ ନେପାଳ ମଧ୍ୟ  ଭାରତ ପୂର୍ବରୁ ନବବର୍ଷ ପାଳନ କରନ୍ତି।  

ନୂଆଦିଲ୍ଲୀ: ରୁଷ୍‌-ୟୁକ୍ରେନ ଯୁଦ୍ଧ, ମଧ୍ୟପ୍ରାଚ୍ୟ ସଂଘର୍ଷ ସମେତ ବିଭିନ୍ନ ସାମାଜିକ, ରାଜନୈତିକ ଓ ଆର୍ଥିକ ଜଟିଳତା ଦେଇ ଗତି କରୁଥିବା ବିଶ୍ବ ଆଜି ନୂଆବର୍ଷ ୨୦୨୫କୁ ଜୋର୍‌ଦାର୍‌ ସ୍ବାଗତ କରିଛି।   ନୂଆ ବର୍ଷ ପାଇଁ ଅନେକ ନୂଆ ଆଶା ରହିଛି। ନୂଆବର୍ଷରେ ଆମେରିକାରେ ରିପବ୍ଲିକାନ ନେତା  ତଥା ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ନେତୃତ୍ବରେ ନୂଆ ସରକାର କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଥିବା ବେଳେ  ରୁଷ୍‌-ୟୁକ୍ରେନ ଯୁଦ୍ଧ ଥମିବାର ସବୁଠାରୁ ବଡ଼ ଆଶା ବିଶ୍ବ ପାଇଁ ଆଶ୍ବସ୍ତି ଆଣିପାରେ।  ଅନ୍ୟପକ୍ଷରେ ଇସ୍ରାଏଲ-ଗାଜା ସଂଘର୍ଷକୁ ନେଇ ମଧ୍ୟପ୍ରାଚ୍ୟରେ ଉତ୍ପନ୍ନ ଜଟିଳ ସ୍ଥିତିର ଅବସାନ ପାଇଁ  ମଧ୍ୟ ନୂଆବର୍ଷରେ କିଛି ବଡ଼ ପଦକ୍ଷେପ ଘୋଷଣା ହୋଇପାରେ। ଇପ୍‌ସିତ ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟ ନେଇ ପ୍ରମୁଖ ରାଷ୍ଟ୍ରମାନେ ନୂଆ ସଂକଳ୍ପରେ ଆଗକୁ ବଢ଼ୁଥିବାରୁ  ନୂଆବର୍ଷ ପାଇଁ ସାରା ବିଶ୍ବ ଉତ୍ସବମୁଖର ହୋଇଉଠିଛି।  ସିଡ୍‌ନି, ପ୍ୟାରିସ, ଦିଲ୍ଲୀ, ‌ବେଙ୍ଗାଲୁରୁ, ଚେନ୍ନାଇ ଓ  ମୁମ୍ବାଇ ଭଳି ପ୍ରମୁଖ ସହରରେ ୨୦୨୫କୁ ଲୋକେ ପ୍ରବଳ ଉତ୍ସାହରେ ସ୍ବାଗତ କରିଛନ୍ତି।    ବିଭିନ୍ନ ବାର୍‌, ଥିଏଟର ଏବଂ ମଲ୍‌ରେ ଲୋକେ ନୂଆବର୍ଷ ପାର୍ଟିର ମଜା ନେଉଛନ୍ତି। ଅନେକ ସହରରେ ଡିଜିଟାଲ୍‌ ମାଧ୍ୟମରେ ନୂଆବର୍ଷକୁ ସ୍ବାଗତ କରାଯାଇଛି। ଦେଶବ୍ୟାପୀ ନୂଆବର୍ଷକୁ ଉତ୍ସବ ଓ ଆତସବାଜୀ ଦ୍ବାରା ସ୍ବାଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe