ମନ୍ତ୍ରୀଙ୍କ ପାଇଁ ଅଟକି ରହିଲା ଗାଡ଼ି, ଚିକିତ୍ସା ଅଭାବରୁ ଚାଲିଗଲା ନବଜାତର ଜୀବନ

Advertisment
ଉତ୍ତରପ୍ରଦେଶ: ୧୫ ଦିନର ଶିଶୁକୁ ଅପହରଣ କରିନେଲେ ଦୁର୍ବୃତ୍ତ

ଅମରାବତୀ: ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଚାଲିଗଲା ନବଜାତର ଜୀବନ | ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଏଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି | ନବଜାତ ଶିଶୁର ଚିକିତ୍ସାରେ ବିଳମ୍ବ ହେବାରୁ ମୃତ୍ୟୁ ହୋଇଯାଇଥିବାର ଜଣାପଡିଛି | ଆଉ ଏହି ଘଟଣା ପାଇଁ ନବଜାତର ପିତାମାତା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି | ମିଳିଥିବା ସୂଚନା ମୁତାବକ ଆନ୍ଧ୍ରପ୍ରଦେଶର ନବନିଯୁକ୍ତ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଉଷା ଶ୍ରୀଧରନ କଲ୍ୟାଣଦୁର୍ଗରୁ ଚେଲାପଲ୍ଲୀକୁ ଯାଉଥିବାବେଳେ ତାଙ୍କ ସୁରକ୍ଷାକୁ ନଜରରେ ରଖି ପୁଲିସ ରାସ୍ତାରେ ଯାଉଥିବା ଅନ୍ୟ ଗାଡ଼ିଗୁଡ଼ିକୁ ଅଟକାଇଦେଇଥିଲା |

ପୁଲିସ ରାସ୍ତାରେ ବ୍ୟାରିକେଡ଼ କରି ମନ୍ତ୍ରୀଙ୍କ ଗାଡି ଯିବା ପାଇଁ ରାସ୍ତା ଖାଲି କରିଦେଇଥିଲା | ତେବେ ନବଜାତର ପିତାମାତାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଶିଶୁର ଦେହ ଅସୁସ୍ଥ ଥିବାରୁ ସେମାନେ ଏକ ଅଟୋ ମାଧ୍ୟମରେ ଶିଶୁକୁ ନେଇ ଯାଉଥିଲେ | ମନ୍ତ୍ରୀ ଆସୁଥିବା କହି ପୁଲିସ ତାଙ୍କ ଗାଡିକୁ ଅଟକାଇଦେଇଥିଲା | ସେମାନେ ଯେତେ ନେହୁରା ହୋଇଥିଲେ ବି ପୁଲିସ ତାଙ୍କ କଥା ଶୁଣିନଥିଲା | ଆଉ ଅଟୋ ଭିତରେ ହିଁ ତାଙ୍କ ଶିଶୁର ପ୍ରାଣବାୟୁ ଉଡିଯାଇଥିଲା |

ସୂଚନା ଅନୁଯାୟୀ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଉଷାଙ୍କ ଗାଡି ଯିବା ପାଇଁ ପୁଲିସ ପକ୍ଷରୁ ବ୍ୟାରିକେଡିଂ କରାଯାଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଏହି ଘଟଣାରେ ଆନ୍ଧ୍ରପ୍ରଦେଶର ମୁଖ୍ୟ ବିରୋଧୀ ଦଳ ତେଲୁଗୁ ଦେଶମ ପାର୍ଟିର ନେତା କାଲାଭା ଶ୍ରୀନିବାସୁଲୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହାକୁ ଏକ ଅମାନବୀୟ ଘଟଣା ବୋଲି କହି ସେ ଏହାର ତଦନ୍ତ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe