ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଜାଫରନଗର ଅନ୍ତର୍ଗତ ଏକ ନିଛାଟିଆ ରାସ୍ତାରେ କେହି ଜଣେ ଏକ ନବଜାତ ଝିଅକୁ କାର୍ରୁ ତଳକୁ ପକାଇ ଦେଇ ପଳାଇ ଯାଉଛନ୍ତି।
ବୁଧବାରେ ଘଟିଥିବା ଘଟଣାଟି ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ଉତ୍ତୋଳିତ ହୋଇଯାଇଛି।
ଭିଡିଓରେ ଦେଖା ଯାଉଛି ଧୂସର ରଙ୍ଗର ସାଣ୍ଟ୍ରୋ କାର୍ ସେ ନିଚ୍ଛାଟିଆ ରାସ୍ତାରେ ଯାଉଛି।
Courtesy of ANI
କିଛି ସେକେଣ୍ଡ୍ ପରେ ଏକ ଘର ଦୁଆରେ ସେ କାର୍ଟି ଅଟକୁଛି, ମୁହଁ ଢାଙ୍କି ଥିବା ଜଣେ ଲୋକ କାର ଖୋଲି କଅଁଳା ଝିଅଟିକୁ ସେଠାରେ ପକାଇ ଦେଉଛନ୍ତି। ତା’ପରେ ଦ୍ରୁତ ବେଗରେ ଗାଡ଼ିଟି ପଳାଇ ଯାଉଛି।
କିନ୍ତୁ, ଭିଡିଓରୁ ଜଣାପଡୁ ନାହିଁ ପିଲା ପକାଇ ଥିବା ଲୋକଟି ପୁରୁଷ ନା ମହିଳା।
ମୁଜାଫର୍ ନଗରର ମୁଖ୍ୟ ମେଡିକାଲ୍ ଅଧିକାରୀ କହନ୍ତି ସେ ନବଜାତ ଝିଅଟି ଚିକିତ୍ସିତ ହେଉଛି, କିନ୍ତୁ ତା’ର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି। ସେ ସୁସ୍ଥ ହୋଇଯିବ ବୋଲି ଆମେ ଆଶାବାଦୀ।
Follow Us